ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ , ୫ ବିଧାୟକ ମଧ୍ୟ ନେଲେ ମନ୍ତ୍ରୀ ପଦର ଶପଥ

ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ କେନ୍ଦ୍ର ଶାସିତ ରାଜ୍ୟ ଜିଲ୍ଲୀକୁ ଆଜି ( ଶନିବାର) ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଆମ୍‌ ଆଦମୀ ପାର୍ଟିର ନେତା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାସହ ସେ ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି। ଆପଣଙ୍କୁ କହି ରଖୁଛି କି , ଆତିଶୀ ଦକ୍ଷିଣ ଦିଲ୍ଲୀର କାଲକାଜି ବିଧାନସଭା ସିଟ୍‌ରୁ ବିଧାୟକ ଅଛନ୍ତି। ଆତିଶୀଙ୍କ ସହ ତାଙ୍କ କ୍ୟାବିନେଟର ୫ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି ମନ୍ତ୍ରୀଙ୍କ ନାମ ଗୋପାଳ ରାୟ ,କୈଳାସ ଗେହଲଟ , ସୌରଭ ଭରଦ୍ୱାଜ , ଇମ୍ରାନ ହୁସୈନ ଓ ନୂଆ ଚେହେରା ମୁକେଶ ଅହଲାୱତ ।

କହି ରଖୁଛୁ କି , କେଜ୍ରିୱାଲଙ୍କ ଇସ୍ତଫା ପୂର୍ବରୁ ଆମ୍‌ ଆଦମୀ ପାର୍ଟିର ବିଧାୟକ ଦଳର ବୈଠକରେ ଆତିଶୀଙ୍କୁ ନୂଆ ନେତା ଭାବେ ଚୟନ କରାଯାଇ ଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀର ଚୌକିରେ ବସିଥିବା ଆମ୍‌ ଆଦମୀ ପାର୍ଟିର ଆତିଶୀ , ବିଜେପିର ସୁଷମା ସ୍ୱରାଜ ଓ କଂଗ୍ରେସର ଶୀଲା ଦୀକ୍ଷିତଙ୍କ ପରେ ୩ୟ ମହିଳା ନେତା ହୋଇଛନ୍ତି। ସୁଷମା ସ୍ୱରାଜଙ୍କ କାର୍ଯ୍ୟକାଳ ବହୁତ କମ୍‌ ଥିବା ବେଳେ ଶୀଲା ଦିକ୍ଷିତ ୧୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ଆଉ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆପ୍‌ ନେତ୍ରୀ ଆତିଶୀ । 

ଆତିଶୀ କେଜ୍ରିଓ୍ବାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଏବେ ଆତିଶୀ ଶନିବାର ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।କେଜ୍ରିଓ୍ବାଲଙ୍କ ବିଶ୍ବସନୀୟ ସହଯୋଗୀ ହେଉଛନ୍ତି ଆତିଶୀ। ଆନ୍ନା ଆନ୍ଦୋଳନ ସମୟରୁ ସେ କେଜ୍ରିଓ୍ବାଲଙ୍କ ସହ ରହିଛନ୍ତି । ସରକାରରେ ସବୁଠୁ ଅଧିକ ମନ୍ତ୍ରାଳୟ ତାଙ୍କ ପାଖରେ ରହିଛି। କେଜ୍ରିଓ୍ବାଲ ଜେଲ ଯିବା ପାଖରୁ ଦଳ ଏବଂ ସରକାର ସହ ଜଡ଼ିତ ମୁଖ୍ୟ ପ୍ରସଙ୍ଗ ଉପରେ ଆତିଶୀ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥିଲେ । 

ଆତିଶୀ ୨୦୨୦ ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୨୩ରେ କେଜ୍ରିଓ୍ବାଲ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.