ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

'ମିଆଁମାରରୁ ମଣିପୁରରେ ପ୍ରବେଶ କରିଛନ୍ତି ୯୦୦ କୁକି ଉଗ୍ରବାଦୀ'; ରାଜ୍ୟ ସୁରକ୍ଷା ପରାମର୍ଶଦାତାଙ୍କ ବଡ଼ ଦାବିକୁ ନେଇ ବଢ଼ିଲା ଚିନ୍ତା

Image source: ABP live

ଇମ୍ଫାଲ,୨୧/୦୯: ମଣିପୁର ସରକାରଙ୍କ ସୁରକ୍ଷା ପରାମର୍ଶଦାତା ଏକ ବଡ଼ ଖୁଲାସା କରିଛନ୍ତି। ସେ ପ୍ରଥମ ଥର ପାଇଁ ଶନିବାର ଦିନ ସର୍ବସାଧାରଣରେ କହିଛନ୍ତି ଯେ, ତାଙ୍କୁ ଏକ ଗୁଇନ୍ଦା ରିପୋର୍ଟ ମିଳିଛି, ଯେଉଁଥିରେ ପଡ଼ୋଶୀ ମିଆଁମାରରୁ ମଣିପୁରରେ ଜଙ୍ଗଲ ଯୁଦ୍ଧ ଏବଂ ସଶସ୍ତ୍ର ଡ୍ରୋନ୍ ବ୍ୟବହାର ପାଇଁ ପ୍ରଶିକ୍ଷିତ ୯୦୦ କୁକି ଉଗ୍ରବାଦୀଙ୍କ ପ୍ରବେଶ ବିଷୟରେ ଉଲ୍ଲେଖ କରାଯାଇଛି। ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଗୁଇନ୍ଦା ରିପୋର୍ଟକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ।

ସେପଟେ ଜାତୀୟ ଗଣମାଧ୍ୟମ କିଛି ଶୀର୍ଷ ଗୁଇନ୍ଦା ସୂତ୍ରରୁ କହିଛି ଯେ,' ଏହି ଗୁଇନ୍ଦା ରିପୋର୍ଟ ଦକ୍ଷିଣ ମଣିପୁରରେ ଭାରତ-ମିଆଁମାର ସୀମାକୁ ଲାଗି ରହିଥିବା ଜିଲ୍ଲା ଗୁଡ଼ିକରୁ ସବୁ ବରିଷ୍ଠ ପୁଲିସ ଅଧିକ୍ଷକଙ୍କ ପାଖକୁ ପଠାଯାଇଛି। ଗୁରୁବାର ପଠାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୯୦୦ କୁକି ଉଗ୍ରବାଦୀ ନିକଟରେ ଡ୍ରୋନ୍‌ ବମ୍‌, ପ୍ରୋଜେକ୍ଟଲ, ମିସାଇଲ ଏବଂ ଜଙ୍ଗଲ ଯୁଦ୍ଧର ପ୍ରଶିକ୍ଷଣ ନେଇଥିଲେ ଏବଂ ମିଆଁମାରରୁ ମଣିପୁରକୁ ପ୍ରବେଶ କରିଥିଲେ। 

ଜାତୀୟ ଗଣମାଧ୍ୟମ ଗୁଇନ୍ଦା ସୂତ୍ରରୁ କହିଛି ଯେ, କୁକି ଆତଙ୍କବାଦୀଙ୍କୁ ପ୍ରତ୍ୟେକ ୩୦ ଜଣିଆ ସଦସ୍ୟ ୟୁନିଟରେ ବିଭକ୍ତ କରାଯାଇଛି ଏବଂ ବର୍ତ୍ତମାନ ବିଭିନ୍ନ ଭାଗକୁ ପଠାଇଦିଆଯାଇଛି।ସେ କହିଛନ୍ତି ଯେ ସେପ୍ଟେମ୍ବରର ଶେଷ ସପ୍ତାହରେ ସେମାନେ ମୈତେଇ ଗାଁ ଗୁଡ଼ିକ ଉପରେ ସମନ୍ୱିତ ଆକ୍ରମଣ କରିପାରନ୍ତି। ସାମ୍ବାଦିକ ସମ୍ମିଳନୀରେ କୁଲଦୀପ ସିଂ କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି ଯେ ରିପୋର୍ଟ ଶତପ୍ରତିଶତ ଠିକ ଅଛି। ଏହା ଭୁଲ ପ୍ରମାଣିତ ନହେବା ପର୍ଯ୍ୟନ୍ତ, ଆମେ ଏହାକୁ ଶତପ୍ରତିଶତ ସଠିକ୍ ବୋଲି ଗ୍ରହଣ କରିବା ଆବଶ୍ୟକ, କାରଣ ଯେକୌଣସି ଗୁଇନ୍ଦା ଇନପୁଟ୍ ଆପଣଙ୍କୁ ୧୦୦ ପ୍ରତିଶତ ସଠିକ୍ ବୋଲି ଅନୁମାନ କରିବାକୁ ପଡ଼ିବ ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରୁହିବାକୁ ହେବ। 

କୁଲଦୀପ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ମିଆଁମାରର ଚିନ ରାଜ୍ୟ ତଥା ଅନ୍ୟାନ୍ୟ ରାଜ୍ୟରେ ଜାତିଗତ ସଶସ୍ତ୍ର ଗୋଷ୍ଠୀ ଜୁଣ୍ଟାରୁ ଲଢ଼ୁଛନ୍ତି ଏବଂ ଦେଶର ଏକ ବଡ଼ ଅଞ୍ଚଳକୁ କବ୍‌ଜା କରିନେଇଛନ୍ତି, ଯେଉଁଠାରେ ପୂର୍ବରୁ ଜୁଣ୍ଟାଙ୍କ ନିୟନ୍ତ୍ରଣ ରହି‌ଥିଲା। କିଛି ସଂଘର୍ଷପୂର୍ଣ୍ଣ ଘଟଣା ସୀମା ନିକଟରେ ମଧ୍ୟ ଘଟିଛି, ଯେଉଁଥିରେ ସେନା କିଛି ଚିନ୍ ବିଦ୍ରୋହୀମାନଙ୍କୁ ଧରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.