ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଆମେରିକା ସହ ବନ୍ଧୁତା, ନା ଚୀନ୍ ସହ ଶତ୍ରୁତା: ଜାତିସଂଘର ସୁରକ୍ଷା ପରିଷଦରେ କାହିଁକି ସ୍ଥାୟୀ ସଦସ୍ୟ ହୋଇପାରୁନି ଭାରତ ?

ନୂଆଦିଲ୍ଲୀ,୨୧।୯: ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ଭାରତ ସ୍ଥାୟୀ ସଦସ୍ୟତା ପାଇଁ ଚେଷ୍ଟା କରୁଛି। ହେଲେ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଋଷ ଭଳି ୪ଟି ଦେଶ ଭାରତକୁ ସଦସ୍ୟତା ପାଇଁ ସମର୍ଥନ କରିସାରିଛନ୍ତି। ହେଲେ ଚୀନ୍ ଭାରତର ରାସ୍ତାର ସବୁଠାରୁ ବଡ଼ ବାଧା ସାଜିଛି। ଭାରତ ଓ ଚୀନ୍ ଭିତରେ ଚାଲିଥିବା ସୀମା ବିବାଦ ଏହି ବିରୋଧର ମୁଖ୍ୟ କାରଣ। ଚୀନ୍ ଚାହୁଁନି ଭାରଥ ମଧ୍ୟ ସେହି ମଞ୍ଚରେ ରହୁ, ଯେଉଁଠି ତା’ର ସ୍ଥିତି ସୁଦୃଢ ରହିଛି। 

ଭାରତର ସ୍ଥାୟୀ ସଦସ୍ୟ ହେବା ବିରୋଧରେ ଆଉ ଏକ ମୋର୍ଚ୍ଚା ରହିଛି, ଯାହାକୁ ୟୁନାଇଟିଂ ଫର କନସେସନ୍‌(ୟୁଏଫ୍‌ସି) ନାମରେ ଜଣାଯାଏ। ଏହି ଗ୍ରୁପ୍ ବିନା ଭିଟୋ ଅଧିକାରରେ ସ୍ଥାୟୀ ସଦସ୍ୟତାର ସମର୍ଥନ କରିଥାଏ। ତାଙ୍କର ଚିନ୍ତାଧାରା ଏହା ଯେ, ସୁରକ୍ଷା ପରିଷଦରେ ଅଧିକ ଅସ୍ଥାୟୀ ସଦସ୍ୟଙ୍କୁ ଯୋଡା ଯାଉ, ଯାହାଫଳରେ ନିଷ୍ପତ୍ତି ପକ୍ରିୟାରେ ବିବିଧତା ଆସୁ। କିନ୍ତୁ ଭାରତର ଆଭିମୁଖ୍ୟ ଏହା ଯେ, ସ୍ଥାୟୀ ସଦସ୍ୟଙ୍କୁ ଭିଟୋ ଅଧିକାର ମିଳିବା ଦରକାର।ଏହି ପ୍ରସଙ୍ଗ ଦୁଇ ପକ୍ଷ ଭିତରେ ଏକ ବଡ ପ୍ରତିବନ୍ଧକ ପାଲଟିଛି।

ଆମେରିକା ସିଦ୍ଧାନ୍ତିକ ରୂପରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରୁଛି,କିନ୍ତୁ ବ୍ୟବହାରରେ ତା’ର ନୀତି ମଧ୍ୟ ସନ୍ଦେହପୂର୍ଣ୍ଣ ରହିଛି। ବହୁ ଆମେରିକୀୟ ବିଶେଷଜ୍ଞଙ୍କ ମତରେ ଭାରତ ସବୁବେଳେ ପାଶ୍ଚାତ୍ୟ ଦେଶର ହିତ ଅନୁରୂପ ଚାଲିନଥାଏ, ତେଣୁ ତାକୁ ଭରସାଯୋଗ୍ୟ ପାର୍ଟନର ବୋଲି ମନେକରେନି। ଏହା ରାୟ ଆମେରିକା ନୀତିକୁ ନେଇ ଦ୍ବନ୍ଦ ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ ମତରେ ଭାରତକୁ ୟୁଏନ୍‌ଏସ୍‌ସିରେ ସ୍ଥାୟୀ ସଦସ୍ୟତା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ନିଜର ସ୍ଥିତି ମଜବୁତ କରିବାକୁ ହେବ। ଏଥିପାଇଁ ଭାରତକୁ ବହୁ ଘରୋଇ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଦରକାର। ଏଥିରେ ମାନବ ବିକାଶ ସୂଚକାଙ୍କକୁ ସୁଧାରିବା, ଆର୍ଥିକ ଅସମାନତାକୁ କମ୍ କରିବା ଓ ଆଧାରଭୂତ ସଂରଞ୍ଚନାକୁ ବିକାଶ କରିବା ଭଳି ଦିଗ ରହିଛି। ଭାରତ ଯଦି ନିଜର ଦୋଷ ଦୁର୍ବଳତା ଦୂର କରିନିଏ ତେବେ ଲାଭଦାୟକ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.