ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଆମେରିକାରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ, ଏମ୍ବାସି ଭିତରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୨୧।୯:  ଆମେରିକାରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ। ଓ୍ବାଶିଂଟନ୍ ଡିସିରେ ଥିବା ଏମ୍ବାସି ପରିସରରୁ ମିଳିଲା ମୃତ ଦେହ। ଅଧିକାରୀଙ୍କ ମୃତଦେହ ମିଳିବା ନେଇ ସୃଷ୍ଟି ହୋଇଛି ହଇଚଇ। ଶୁକ୍ରବାର ସୂଚନା ମିଳିଥିବା ବେଳେ ଘଟଣା ଦୁଇ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଘଟିଛି। ଏହି ମାମଲାରେ ସ୍ଥାନୀୟ ପୋଲିସ ଓ ସିକ୍ରେଟ ସର୍ଭିସ୍‌ ତଦନ୍ତ ଆରମ୍ଭ କରିଛି।  

ଓ୍ବାଶିଂଟନ୍ ଡିସିରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ମୃତ୍ୟୁ। ରହସ୍ୟଜନକ ଭାବରେ ଏମ୍ବାସି ଭିତରୁ ମିଳିଛି ମୃତଦେହ। ଦୂତାବାସ ଅଧିକାରୀଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି।ଏହା  ହତ୍ୟା ନା ଆତ୍ମହତ୍ୟା  ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଏହା ଅତ୍ୟନ୍ତ ଦୁଃଖର ବିଷୟ। ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ଭାରତୀୟ ଦୂତାବାସର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଭାରତକୁ ତାଙ୍କ ମୃତଦେହ ପଠାଇବା ପାଇଁ ଆମେ ସମସ୍ତ ସଂପୃକ୍ତ ଏଜେନ୍ସି ଏବଂ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛୁ। ପରିବାରର ଗୋପନୀୟତାକୁ ଦୃଷ୍ଟିରେ ରଖି ମୃତକଙ୍କ ବିଷୟରେ ଅଧିକ ସୂଚନା ଦିଆଯାଉ ନାହିଁ। 

ଏଭଳି ଏକ ଘଟଣା ସେ ସମସୟରେ ଘଟିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତରେ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଯୋଗଦେବା ସହ 'ମିଳିତ ଜାତିସଂଘ ସାଧାରଣ ସଭା'କୁ ସମ୍ବୋଧିତ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.