ନୂଆଦିଲ୍ଲୀ, ୦୭/୦୨: ଆଉ ନାହାଁନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଓ ବିହାରର ପୂର୍ବ ବିଧାନ ପରିଷଦର ସଦସ୍ୟ କାମେଶ୍ବର ଚୌପାଲ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।
କାମେଶ୍ବର ଚୌପାଲ ହିଁ ରାମ ମନ୍ଦିରର ନିର୍ମାଣ ପାଇଁ ପ୍ରଥମ ଇଟା ରଖିଥିଲେ। ୧୯୮୯ରେ ରାମ ମନ୍ଦିର ଆନ୍ଦୋଳନ ସମୟରେ ହୋଇଥିବା ଶିଳାନ୍ୟାସରେ କାମେଶ୍ବର ହିଁ ରାମ ମନ୍ଦିରର ପ୍ରଥମ ଇଟା ରଖିଥିଲେ । ଆରଏସଏସ ତାଙ୍କୁ ପ୍ରଥମ କାରସେବକ ଭାବେ ସମ୍ମାନ ଦେଇଥିଲେ । କାମେଶ୍ବର ଚୌପାଲଙ୍କ ପାଠପଢା ବିହାରର ମଧୁବନୀର ହୋଇଥିଲା । ସେଟାରେ ସେ ସଂଘର ସମ୍ପର୍କରେ ଆସିଥିଲେ । କାମେଶ୍ବର ଜଣେ ଶିକ୍ଷକ ସଂଘ ସହ ଯୋଡି ହୋଇଥିଲେ । ଏଥିସହ ତାଙ୍କର ସାହାଯୟରେ କାମେଶ୍ବରଙ୍କ କଲେଜରେ ନାମ ଲେଖା ହୋୌଇଥିଲା । ପାଠପଢା ଶେଷ ହେବା ପରେ ସେ ସମ୍ପୂର୍ଣ୍ଣ ଭାବରେ ସଂଘ ପ୍ରତି ସମର୍ପିତ ହୋଇଯାଇଥିଲେ ।
କାମେଶ୍ବର ଚୋପାଲ ସେତେବେଳେ ଫେମସ୍ ହୋଇଥିଲେ ଯେତେବେଳେ ସେ ୧୯୮୯ରେ ରାମ ମନ୍ଦିରର ପାଇଁ ପ୍ରଥମ ଇଟା ରଖିଥିଲେ । ଏହାପରେ ସେ ବହୁ ଚର୍ଚ୍ଚିତ ହୋଇଯାଇଥିଲେ ଯେ ତାଙ୍କୁ ୨ ଥର ବିହାର ବିଧାନ ପରିଷଦର ସଦସ୍ୟ ବନାଯାଇଥିଲା । ସେ ଭାରତୀୟ ଜନତା ପାର୍ଟ ସହିତ ଜଡିତ ଥିଲେ ଷ ସେ ୧୯୯୧ରେ ରାମବିଳାସ ପାସବାନଙ୍କ ବିରୋଧରେ ନିର୍ବାଚନ ମଧ୍ୟ ଲଢିଥିଲେ ।