ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍

ନୂଆଦିଲ୍ଲୀ,୨୭/୭: ଆମେରିକା ଇତିହାସରେ ପ୍ରଥମ ।  ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା କମଳା ହାରିସଙ୍କୁ ପ୍ରାର୍ଥୀ କଲା ଡେମୋକ୍ରାଟିକ ପାର୍ଟି । ରାଷ୍ଟ୍ରପତି ପ୍ରାର୍ଥୀପତ୍ରରେ ସ୍ବାକ୍ଷର କରିଥିବା ନେଇ ସେ ନିଜେ ଟ୍ବିଟ୍ କରି ଘୋଷଣା କରିଛନ୍ତି ।ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ କମଳା । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିବା ହାରିସ ଏଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ ।

କମଳା ହାରିସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଆଜି ମୁଁ ରାଷ୍ଟ୍ରପତି ପଦ ପାଇଁ ମୋର ପ୍ରାର୍ଥୀ ଘୋଷଣା କରି ଫର୍ମରେ ଦସ୍ତଖତ କରିଛି। ପ୍ରତ୍ୟେକ ଭୋଟ୍ ପାଇବା ପାଇଁ ମୁଁ କଠିନ ପରିଶ୍ରମ କରିବି ଏବଂ ନଭେମ୍ବରରେ ଆମେ ନିଶ୍ଚିନ୍ତ ଜିତିବୁ ବୋଲି କହିଛନ୍ତି କମଳା । ଏବେ ଆମେରିକା ଉପ-ରାଷ୍ଟ୍ରପତି ଅଛନ୍ତି କମଳା । ବିଡେନ ରାଷ୍ଟ୍ରପତି ଦୌଡ଼ରୁ ଓହରିବା ପରେ କମଳା ବର୍ତ୍ତମାନ ପ୍ରାର୍ଥୀ ହୋଇଛନ୍ତି ।କମଳାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ଜୋ ବାଇଡେନଙ୍କ ସମେତ ଡେମୋକ୍ରାଟିକ ପାର୍ଟିର ଅନେକ ବଡ଼ ବଡ଼ ନେତା ସମର୍ଥନ କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଠାରୁ ଆରମ୍ଭ ପୂର୍ବତନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିସ୍ ନାନ୍ସି ପେଲୋସୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ବାଇଡେନ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ପରେ ସେ କମଳାଙ୍କୁ ସମର୍ଥନ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.