ଭୁବନେଶ୍ବର,୨୧/୦୩: ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି । ଖୁବଶୀଘ୍ର ସମ୍ଭାଳିବେ ଦାୟିତ୍ବ। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ପରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ କୋଲକାତା ହାଇକୋର୍ଟରେ ବିଚାରପତି ପଦରେ ଅଛନ୍ତି ଜଷ୍ଟିସ ଟଣ୍ଡନ । ୧୯ ଜାନୁଆରୀ ୨୦୨୫ରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପାଇଁ ଏହି ସୁପାରିଶ କରାଯାଇଥିଲା ।
In exercise of the power conferred by the Constitution of India, the President of India, after consultation with Chief Justice of India, is pleased to appoint Shri Justice Harish Tandon, Judge of the Calcutta High Court as Chief Justice of the Orissa High Court.
— Arjun Ram Meghwal (@arjunrammeghwal) March 21, 2025
ସୂଚନା ମୁତାବକ, ୨୦୧୦ ମସିହା ଏପ୍ରିଲ ୧୩ ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ ହରିଶ ୭ମ ସ୍ଥାନରେ ଅଛନ୍ତି । ଏହା ସହ ସେ କୋଲକାତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ପଦୋନ୍ନତି ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ବର୍ତ୍ତମାନ ଆଲ୍ଲାବାଦ୍ ହାଇକୋର୍ଟକୁ ବଦଳି କରାଯାଇଛି ।