ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କାର୍ଯ୍ୟଭାର ସମ୍ଭାଳି ନପାରିବାରୁ କନିଷ୍ଠ ଯନ୍ତ୍ରୀ ଦେଲେ ଇସ୍ତଫା, କହିଲେ ମୁଁ କାହାର ଦାସ ନୁହେଁ

Published By : Bijay Swain | February 10, 2025 8:04 PM

image courtesy: indiatoday

ନୂଆଦିଲ୍ଲୀ: କାର୍ଯ୍ୟଭାର ସମ୍ଭାଳି ନପାରିବାରୁ ଜଣେ କନିଷ୍ଠ ଯନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରେ।  ଧାରାଶିବ ଅଞ୍ଚଳରେ ଲୋକ ନିର୍ମାଣ ବିଭାଗ(ପିଡବ୍ଲୁଡି)ରେ ନିୟୋଜିତ ହୋଇଥିବା ଜଣେ କନିଷ୍ଠ ଯନ୍ତ୍ରୀ ତାଙ୍କ ପଦବୀ ବ୍ୟତୀତ ଅନ୍ୟ କାମରେ ନିୟୋଜିତ ହୋଇଥିବାରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ମୌଳିକ ମାନବିକ ମୂଲ୍ୟବୋଧ ଏବଂ ଶ୍ରମ ଆଇନର ଉଲ୍ଲଂଘନ ହୋଇଛି ବୋଲି ଦାବି କରି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।  

ଏହି କନିଷ୍ଠ ଯନ୍ତ୍ରୀଙ୍କ ନାମ ରୋହନ କାମଲେ ହୋଇଥିବା ବେଳେ ସେ ତାଙ୍କ ଚିଠିରେ କହିଛନ୍ତି ଯେ ତାଙ୍କୁ ପୋଲିସ ବିଭାଗ, ଧାରାଶିବ ଏବଂ ଶିଙ୍ଗୋଲିରେ ସରକାରୀ ଅତିଥି ଭବନ ସହିତ ଜଡିତ କାର୍ଯ୍ୟ ଦେଖାଶୁଣା କରିବା କାମରେ ନିୟୋଜିତ କରଯାଇଛି। ଏହା ସହିତ ବିଭିନ୍ନ ଅନ୍ୟାନ୍ୟ କାମ ପାଇଁ ତାଙ୍କୁ ସ୍ଥାନୀୟ କାର୍ଯ୍ୟାଳୟରୁ ସଚିବାଳୟରେ ଥିବା ପିଡବ୍ଲୁଡି ମୁଖ୍ୟାଳୟକୁ ମଧ୍ୟ ଯିବା କାମ କରିବାକୁ ପଡିଥାଏ। 

ତେବେ ଏହି ସବୁ କାମ ବ୍ୟତିତ ତାଙ୍କୁ ଏମପିଏସସି ଏବଂ ୟୁପିଏସସି ପରୀକ୍ଷା, ସାଂସଦ ଏବଂ ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସହ ଜଡିତ କାର୍ଯ୍ୟର ଭାର ମଧ୍ୟ ଦିଆଯାଉଥିବା ନେଇ କାମ୍ବଲେ ଚିଠିରେ ଦାବି କରିଛନ୍ତି। ଏତେସବୁ କାର୍ଯ୍ୟଭାର ସ୍ୱାଧୀନତା ପୂର୍ବର ଶ୍ରମ କାର୍ଯ୍ୟ ଭଳି ଜଣାପଡୁଛି ଯାହା ମୌଳିକ ମାନବିକ ମୂଲ୍ୟବୋଧ ଏବଂ ଶ୍ରମ ଆଇନର ଉଲ୍ଲଂଘନ ବୋଲି ଲେଖି ସେ ନିଜ ଇସ୍ତଫା ପତ୍ର ପିଡବ୍ଲୁଡିର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପଠାଇଛନ୍ତି।

ଏହି ଅତ୍ୟଧିକ କର୍ଯ୍ୟଭାର ପାଇଁ ସେ ମାନସିକ ଏବଂ ଆର୍ଥିକ ଭାବରେ ଦୁର୍ବଳ ହୋଇପଡୁଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏ ଅଭିଯୋଗ ପାଇ ତାଙ୍କ ଉପରିସ୍ଥ ଅଧିକାରୀମାନେ ତାଙ୍କ କାର୍ଯ୍ୟଭାରକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ "ମୁଁ ଆଉ କାହାର ଦାସ ନୁହେଁ" ବୋଲି କାମ୍ବଲେ ଚିଠିରେ ଉଲ୍ଲେଖ କରିବା ସହ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.