ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ୱେଲ୍ଡିଂ କାମ କରୁଥିବା ବ୍ୟକ୍ତିଙ୍କ ନିଆରା କାରନାମା , ନିଜ ପୁଅ ପାଇଁ ତିଆରି କଲେ ଇ-ସାଇକେଲ

ରାୟପୁର : ନିଜ ପିଲାର ଖୁସି ପାଇଁ ମାଆ-ବାପା ଖୁବ୍‌ ପରିଶ୍ରମ କରିଥାନ୍ତି। ମାଆଟିଏ ନିଜ ପିଲାକୁ ନିଜ ପଣତ କାନି ତଳେ ସର୍ବଦା ଗେହ୍ଲା କରି ରଖିଥାଏ , କିନ୍ତୁ ବାପା ପିଲାକୁ ତାର ସଂଘର୍ଷରେ ସାହାଯ୍ୟର ହାତ ବଢାଇ , ତାକୁ ସାହସ ଦେଇ ଆଗକୁ ନେଇ ଯାନ୍ତି। ଏମିତି ହିଁ ଜଣେ ପିତା ଛତିଶଗଡ଼ର ବଲୋଦା ବଜାରରେ ରହୁଛନ୍ତି। ସେ ନିଜ ପୁଅ ପାଇଁ ଦେଶୀ ଯୁଗାଡ଼ରେ ବ୍ୟାଟେରୀ ଚାଳିତ ଏମିତି ସାଇକେଲ ତିଆରି କରିଛନ୍ତି ,  ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ସାଇକେଲର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଜଣେ ଛୋଟ ପିଲା ଏହି ଇଲେକ୍ଟ୍ରିକ୍‌ ସାଇକେଲରେ ସ୍କୁଲ ଯାଉଥିବାର ଦେଖିବାକୁ ମିଳୁଛି। 

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ , ବଲୋଦା ବଜାରରେ ୱେଲ୍ଡିଂ କରୁଥିବା ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ଦେଶୀ ଯୁଗାଡ଼ରେ ଇଲେକ୍ଟ୍ରିକ୍‌ ସାଇକେଲ ତିଆରି କରିଛନ୍ତି। ସେ ସାଇକେଲରେ ବ୍ୟାଟେରୀ ଓ ମୋଟର ଲଗାଇ ଏମିତି ଯୋଗାଡ଼ କରିଛନ୍ତି ଯେ, ସେ  ବିନା ପେଡାଲରେ ୮୦ କିମି ଯାଏ ଯାଇ ପାରିବ। ସାଇକେଲରେ ଆଗରେ ଟିନ୍‌ର ବକ୍ସ ରଖାଯାଇଛି, ଏଥିରେ ବ୍ୟାଟେରୀକୁ ରଖି ତାଲା ଲଗେଇଛନ୍ତି। ଏବେ ଏହି ବ୍ୟକ୍ତିଙ୍କର ପୁଅଙ୍କୁ ପରିଶ୍ରମ କରି ସାଇକେଲ ଚଲାଇ ଯିବାକୁ ପଡ଼ୁନାହିଁ। ପିଲା ସମସ୍ୟାରେ ସେ ସହଜରେ ସ୍କୁଲ ଯାଇପାରୁଛନ୍ତି।  

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ପିଲାଟି ସ୍କୁଲ ଡ୍ରେସ୍‌ ପିନ୍ଧି ଏହି ଯୁଗାଡ଼ରେ ନିର୍ମିତ ବ୍ୟାଟେରୀ ଚାଳିତ ସାଇକେଲରେ ନିଜ ସ୍କୁଲ ଯାଉଛନ୍ତି। ତାଙ୍କ ନାଁ କିଶୋର କୁମାର ବୋଲି ସେ କହୁଛନ୍ତି। ସେ ବାଲୋଦା ବଜାରର ଅର୍ଜୁନଦାରରେ ଥିବା ନିଜ ସ୍କୁଲକୁ ଯାଉଛନ୍ତି। ସେ କହିଛନ୍ତି କି, ତାଙ୍କ ବାପା ଯୁଗାଡ଼ରେ ଏହି ସାଇକେଲ ତିଆରି କରିଛନ୍ତି। ତାଙ୍କର ବାପା ୱେଲ୍ଡିଂର କାମ କରନ୍ତି। ସେ ଏଥିରେ ସ୍କୁଟି ବ୍ୟାଟେରୀ ଲଗେଇଛନ୍ତି। ପଛରେ ସାଇକେଲର ଚକାରେ ମେସିନ ମଧ୍ୟ ଲଗାଇଛନ୍ତି। ଆଗରେ ହ୍ୟାଣ୍ଡେଲରେ ଲାଇଟ୍‌ , ଇଣ୍ଡିକେଟର ଓ ହର୍ନ ମଧ୍ୟ ଲଗାଇଛନ୍ତି। 

ପିଲା ଜଣଙ୍କ କହୁଛନ୍ତି , ଯୁଗାଡ଼ରେ ତିଆରି ହୋଇଥିବା ବ୍ୟାଟେରୀ ଚାଳିତ ସାଇକେଲ ଥରେ ଚାର୍ଜ କଲେ ୮୦ କିଲୋମିଟର ଯାଉଛି। ସେ କହିଛନ୍ତି କି , ତାଙ୍କ ବାପା କେବଳ ଗୋଟିଏ ହିଁ ଏମିତି ସାଇକେଲ ତିଆରି କରିଛନ୍ତି। କହି ରଖୁଛୁ କି , ଏହି ଯୁଗାଡ଼ର ସାଇକେଲର ଚର୍ଚ୍ଚା ପୂରା ରାଜ୍ୟରେ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.