ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

JEE Mains results: ବାହାରିଲା ଜେଇଇ ମେନ ସେସନ ୧ର ରେଜଲ୍ଟ; ୧୪ ଜଣ ପାର୍ଥି ଆଣିଲେ ଶତପ୍ରତିଶତ ମାର୍କ

Published By : Bijay Swain | February 11, 2025 7:07 PM

ନୂଆଦିଲ୍ଲୀ: ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଙ୍ଗଳବାର ୨୦୨୫ ଜେଇଇ ମେନ ସେସନ ୧ର ରେଜଲ୍ଟ ଘୋଷଣା କରିଛି। ପରିକ୍ଷା ଦେଇଥିବା ପରିକ୍ଷାର୍ଥିମାନେ ସେମାନଙ୍କ ପରିକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ। 

ସୂଚନା ମୁତାବକ, ଚଳିତ ବର୍ଷ ୧୪ ଜଣ ଛାତ୍ର ଜେଇଇ ମେନ ସେସନ ୧ରେ ଶତପ୍ରତିଶତ ନମ୍ବର ଆଣିବାରେ ସଫଳ ହୋଇଛନ୍ତି। ରାଜସ୍ଥାନରୁ ସର୍ବାଧିକ ୫ ଜଣ ଛାତ୍ର ଏହି କୃତ୍ତିତ୍ୱ ଲାଭ କରିଛନ୍ତି। 

ଜେଇଇ ମେନ ୨୦୨୫ର ଫାଇନାଲ ଉତ୍ତର ଖାତାର ନକଲ ଗତକାଲି ପ୍ରକାଶ କରାଯାଇଥିଲା। ଖବର ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ରରେ ୧୨ଟି ପ୍ରଶ୍ନ ଭୂଲ ଥିଲା। ତେବେ ଏନଟିଏର ଗାଇଡଲାଇନ ଅନୁସାରେ ଭୁଲ ଥିବା ସମସ୍ତ ପ୍ରଶ୍ନ ପାଇଁ ସମସ୍ତ ଛାତ୍ରଙ୍କୁ ଅଧିକ ମାର୍କ ମଧ୍ୟ ମିଳିଛି। 

ରେଜଲ୍ଟ କିପରି ଚେକ କରିବେ

  1. ଆପଣ Jeemain.nta.nic.in ୱେବସାଇଟ ପରିଦର୍ଶନ କରନ୍ତୁ।
  2. ସେସନ ୧ ସ୍କୋରକାର୍ଡ ଡାଉନଲୋଡ ଲିଙ୍କରେ କ୍ଲିକ କରନ୍ତୁ।
  3. ଆବଶ୍ୟକ ତଥ୍ୟ ଦେଇ ସାଇଟରେ ଲଗ-ଇନ କରନ୍ତୁ।
  4. ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ।

୨୦୨୫ ଜେଇଇ ମେନ ସେସନ ୧ର ଟପ୍ପର ତାଲିକା

ନିମ୍ନସ୍ଥ ସମସ୍ତ ୧୪ ଜଣ ପାର୍ଥି ଚଳିତ ଥରର ପରିକ୍ଷାରେ ଶତପ୍ରତିଶତ ମାର୍କ ରଖିଛନ୍ତି:-

  1. ଆୟୁଷ ସିଙ୍ଗଲ, ରାଜସ୍ଥାନ
  2. କୁଶାଗ୍ରା ଗୁପ୍ତା, କର୍ନାଟକ |
  3. ଦକ୍ଷ, ଦିଲ୍ଲୀ (NCT)
  4. ହର୍ସମ ଝା, ଦିଲ୍ଲୀ (NCT)
  5. ରଜିତ୍ ଗୁପ୍ତା, ରାଜସ୍ଥାନ
  6. ଶ୍ରେୟସ୍ ଲୋହିୟା, ଉତ୍ତରପ୍ରଦେଶ
  7. ସାକ୍ଷମ୍ ଜିନ୍ଦଲ, ରାଜସ୍ଥାନ
  8. ସୌରଭ, ଉତ୍ତରପ୍ରଦେଶ
  9. ବିଶାଦ୍ ଜୌନ, ମହାରାଷ୍ଟ୍ର
  10. ଅର୍ଣ୍ଣବ ସିଂ, ରାଜସ୍ଥାନ
  11. ଶିଭେନ ବିକାଶ ତୋଶନିୱାଲ, ଗୁଜରାଟ
  12. ସାଇ ମନୋଗ୍ନା ଗୁଥିକୋଣ୍ଟା, ଆନ୍ଧ୍ରପ୍ରଦେଶ
  13. ଓମ୍ ପ୍ରକାଶ ବେହେରା, ରାଜସ୍ଥାନ
  14. ବାନି ବ୍ରାଟା ମାଜି, ତେଲାଙ୍ଗାନା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.