ଭୁବନେଶ୍ବର,୧୧।୨ ପ୍ରକାଶ ପାଇଲା ଜେଇଇ ପରୀକ୍ଷା ଫଳ। ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ ଏନଟିଏ ପକ୍ଷରୁ ପ୍ରକାଶ ପାଇଛି । ଏଥିରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି ୧୪ ପରୀକ୍ଷାର୍ଥୀ । ଓଡିଶାର ନବନୀତ ପ୍ରୀୟଦର୍ଶୀ ୨୬ ତମ ରାଙ୍କରେ ରହିଛନ୍ତି। ସେ ୯୯.୯୮ ପ୍ରତିଶତ ମାର୍କ ରଖିଛନ୍ତି।
ଚଳିତ ବର୍ଷ ଜାନୁୟାରୀ ମାସରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୨,୨୩,୨୪, ୨୮ ଓ ୨୯ ତାରିଖରେ ପରୀକ୍ଷା ହୋଇଥିଲା। ୧୨, ୫୮ ,୧୩୬ ଜଣ ପରୀକ୍ଷାର୍ଥ ପରୀକ୍ଷା ଦେଇଥିଲେ। ୩୦୪ଟି ସହରରେ ୬୧୮ କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଭାରତ ସହ ଅନ୍ୟ ଦେଶର ୧୫ଟି ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିଲା।