ପ୍ରମୂଖ ଖବର
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଜନ କି ବାତ୍ ଏଗଜିଟ୍ ପୋଲ୍ : ଏନ୍‌ଡିଏକୁ ବହୁମତ, ଇଣ୍ଡିଆ ମେଣ୍ଟ ଧରାଶାୟୀ

ନୂଆଦିଲ୍ଲିୀ,୧/୬ :  ଦେଶରେ ଚାଲିଥିବା ସାଧାରଣ ନିର୍ବାଚନର ୭ମ ପର୍ଯ୍ୟାୟ ଶେଷ ହୋଇଛି । ନିର୍ବାଚନ ଶେଷ ପରେ ଆଜି ବୁଥ୍ ବାହୁଡ଼ା ମତକୁ ନେଇ ଆସିଛି ଏଗଜିଟ୍ ପୋଲ୍ । ଆସନ୍ତା ୪ତାରିଖରେ ନିର୍ବାଚନ ଫଳାଫଳ ଆସିବ । ମାତ୍ର ଏହା ପୂର୍ବରୁ ବୁଥ୍ ବାହୁଡ଼ା ମତ ସାମ୍ନାକୁ ଆସିଛି । ଯାହାକୁ ଲୋକେ ଚାହିଁ ରହିଥାନ୍ତି । ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସମସ୍ତଙ୍କ ମନରେ ଉତ୍କଣ୍ଠା ଏଗଜିଟ୍ ପୋଲକୁ ନେଇ । କାହାକୁ ମିଳିବ ବହୁମତ କିଏ ଗଢିବ ସରକାର । ଏ ସବୁ କଳ୍ପନା ଜଳ୍ପନା ଏବେ ଲାଗି ରହିଛି । ଏହାରି ଭିତରେ ଏବେ ଜନ କି ବାତ୍ ଏଗଜିଟ୍ ପୋଲ୍ ଅନୁସାରେ ଦେଶରେ ଏନ୍‌ଡିଏକୁ ବହୁମତ ମିଳିଥିବାବେଳେ ଇଣ୍ଡିଆ ମେଣ୍ଟ ଧରାଶାୟୀ ହୋଇଥିବା ଦେଖାଯାଉଛି । ଆସନ୍ତୁ ଜାଣିବା ଜନ କି ବାତ୍ ଏଗଜିଟ୍ ପୋଲ୍ କ’ଣ କହୁଛି ?

NDA ୩୬୨- ୩୯୨ 

INDIA -  ୧୪୧-୧୬୧

OTH -  ୧୦-୨୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.