ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Deportation: ଆମେରିକା ଦ୍ବାରା ଅବୈଧ ପ୍ରବାସୀଙ୍କୁ ପଠାଯିବା ପ୍ରସଙ୍ଗରେ ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ

Published By : Tapas Panda | February 6, 2025 6:26 PM

Image courtesy: business-standard

ନୂଆଦିଲ୍ଲୀ: ଆମେରିକାରେ ବେଆଇନ୍‌ ଭାବରେ ରହୁଥିବା ଭାରତୀୟଙ୍କୁ ଆମେରିକା ସ୍ବଦେଶ ପଠାଇ ଦେବାକୁ ନେଇ ରାଜନୀତି ଜୋର ଧରିଛି । ଆମେରିକାର ଏହି ପଦକ୍ଷେପକୁ କଂଗ୍ରେସ ବିରୋଧ କରିଛି । ଏହାରି ମଧ୍ୟରେ, ଅତୀତରେ କେତେ ପ୍ରବାସୀ ଆମେରିକାରୁ ଭାରତ ଫେରିଛନ୍ତି ସେନେଇ ସଂସଦରେ ତଥ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ବେଆଇନ ଭାବେ ବିଦେଶରେ ରହୁଥିବା ନାଗରିକଙ୍କୁ ଗ୍ରହଣ କରିବା ଦେଶର ଦାୟିତ୍ୱ ବୋଲି ସେ କହିଛନ୍ତି । 

ବୁଧବାର ୧୦୪ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର ଯୁଦ୍ଧ ବିମାନ ପଞ୍ଜାବର ଅମୃତସରରେ ଅବତରଣ କରିଥିଲା । ଭାରତ ପଠାଯିବାର ପ୍ରକ୍ରିୟାକୁ ନେଇ ବିରୋଧୀ ଆପତ୍ତି ଉଠାଇଛନ୍ତି । ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଏହା ଦେଶର ଦାୟିତ୍ୱ ଯେ ଯଦି ତାଙ୍କ ନାଗରିକ ବିଦେଶରେ ଅବୈଧ ଭାବେ ରହୁଛନ୍ତି, ତେବେ ସେମାନଙ୍କୁ ଫେରାଇ ନେବେ । ପ୍ରତ୍ୟର୍ପଣ ପ୍ରକ୍ରିୟା ନୂଆ ନୁହେଁ । ବିଦେଶ ମନ୍ତ୍ରୀ କହିଛନ୍ତି, ‘ଆମେରିକା ପକ୍ଷରୁ କରାଯାଉଥିବା ଡିପୋର୍ଟେସନ କାମ ଇମିଗ୍ରେସନ ଆଣ୍ଡ କଷ୍ଟମ୍ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ପକ୍ଷରୁ କରାଯାଉଛି । ICE ଯେଉଁ ଏସଓପି ଆଧାରରେ କାମ କରୁଛି, ତାହା ୨୦୧୨ରୁ ପ୍ରଭାବୀ ରହିଛି ।

ସେଥିରେ ବନ୍ଧା ଯିବା କଥା ମଧ୍ୟ ଉଲ୍ଲେଖ ରହିଛି । ମହିଳା ଏବଂ ପିଲାଙ୍କୁ ବନ୍ଧା ଯାଇନଥିବା ଆଇସିଇ ଆମକୁ ସୂଚନା ଦେଇଛି ବୋଲି ଜୟଶଙ୍କର କହିଛନ୍ତି । ଏହାସହ ଆମେରିକା ସରକାରଙ୍କ ସହ ଆଲୋଚନା କରି ଅବୈଧ ପ୍ରବାସୀଙ୍କ ସହ ଯେପରି ଦୁର୍ବବ୍ୟହାର ନକରାଯିବ ତାହା ସୁନିଶ୍ଚିତ କରୁଛୁ ।କଂଗ୍ରେସ ସାଂସଦ ରଣଦୀପ ସୁର୍ଜେୱାଲାଙ୍କ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଜବାବରେ ସେ କହିଛନ୍ତି, ଆମ ଜାଣିଛୁ ଯେ ଗତକାଲି ୧୦୪ ଜଣ ଭାରତ ଆସିଛନ୍ତି । ଆମେ ସେମାନଙ୍କୁ ସ୍ୱୀକାର କରିଛୁ । ଏହା କୌଣସି ନୂଆ ପ୍ରସଙ୍ଗ ବୋଲି ଆମେ ନଭାବିବା ଦରକାର । ବୈଦେଶିକ ମନ୍ତ୍ରୀ ସଂସଦରେ ୨୦୦୯ରୁ ଆରମ୍ଭ କରି ୨୦୨୫ ଯାଏଁ ଭାରତ ପଠାଯାଇଥିବା ଲୋକଙ୍କ ତଥ୍ୟ ଦେଇଛନ୍ତି ।

କେଉଁ ବର୍ଷ କେତେ ଫେରିଛନ୍ତି ?

୨୦୦୯- ୭୩୪

 ୨୦୧୦- ୫୯୭

୨୦୧୨- ୫୩୦

୨୦୧୩- ୫୫୦

୨୦୧୪- ୫୯୧

୨୦୧୫- ୭୦୮

୨୦୧୬-୧୩୦୩

୨୦୧୭- ୧୦୨୪

୨୦୧୮-୧୧୮୦

୨୦୧୯- ୨୦୪୨

୨୦୨୦-୧୮୮୯

୨୦୨୧-୮୦୫

୨୦୨୨- ୮୬୨

୨୦୨୩- ୬୭୦

୨୦୨୪-୧୩୬୮

୨୦୨୫(ଏବେସୁଦ୍ଧା)- ୧୦୪

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.