ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସ୍ୱାମୀଙ୍କ ଆଖିରୁ ରକ୍ତ ବାହାରୁ ଥିଲା ... , କାଶ୍ମୀରରେ ଆତଙ୍କୀ ହମଲାର ଶିକାର ମହିଳା କହିଲେ ସେଦିନର କଥା

ନୂଆଦିଲ୍ଲୀ - ଗତ ଦିନରେ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳିକାଣ୍ଡ ଘଟଣା ଘଟିଥିଲା। ଏଥିରେ ଜୟପୁରର ଦମ୍ପତି ଆହତ ହୋଇଥିଲେ। ଏହି ଘଟଣାରେ ଆହତ ମହିଳା ଫରହା ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି। ଜୟପୁରରେ ପହଞ୍ଚିବା ପରେ ଫରହାଙ୍କୁ ଚିକିତ୍ସା ପାଇଁ ଏସଏମଏସ୍‌ ହସ୍ପିଟାଲର ଟ୍ରମା ସେଣ୍ଟର ନିଆଯାଇଛି, ଯେଉଁଠି ତାଙ୍କର ସିଟି ସ୍କାନ ମଧ୍ୟ ହୋଇଛି ଏବଂ ଡ୍ରେସିଂ କରାଯାଇଛି। ଫରହାଙ୍କ ସ୍ୱାମୀ ତବରେଜ ମଧ୍ୟ ଏହି ଘଟଣାରେ ଆହତ ହୋଇ ଥିଲେ। ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇ ରେଫର କରାଯାଇଛି। 

ଫରହା ଏହି ଘଟଣାକୁ ଏବେସୁଦ୍ଧା ଭୁଲି ପାରି ନାହାନ୍ତି। ଫରହା ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତାରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇ ଥିବା ହମଲା ଏବଂ ଫାୟାରିଂର ଘଟଣା ବିଷୟରେ କହିଛନ୍ତି। ଏହାସହ ଆତଙ୍କବାଦୀଙ୍କୁ କଡ଼ା ସଜା ଦେବାକୁ ଦାବି ମଧ୍ୟ କରିଛନ୍ତି ଏବଂ ନିଜ ସ୍ୱାମୀଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। 

ଉଲ୍ଲେଖନୀୟ ଯେ, କାଶ୍ମୀରର ଅନନ୍ତନାଗକୁ ବୁଲିବାକୁ ଯାଇଥିବା ରାଜସ୍ଥାନର ଜଣେ ଦମ୍ପତିଙ୍କ ଉପରେ ୧୮ମେ'ରେ ଆତଙ୍କବାଦୀମାନେ ଫାୟାରିଂ କରି ଥିଲେ। ଏଥିରେ ପତି-ପତ୍ନୀ ଗୁଳି ବାଜିବାରୁ ଗୁରୁତର ଭାବେ ଆହତ ହୋଇଥିଲେ, ଏହାପରେ ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଏବେ ପୀଡ଼ିତ ମହିଳା ମିଡ଼ିଆକୁ ଆସି ଘଟଣା ବିଷୟରେ ବିସ୍ତାର ଭାବେ କହିଛନ୍ତି। 

ଫରହା କହିଛନ୍ତି ,ମୁଁ ଓ ମୋର ପତି ୧୩ ମେ' ରେ ବୁଲିବାକୁ କାଶ୍ମୀର ଯାଇଥିଲୁ। ମୁଁ ନିଜ ସ୍ୱାମୀଙ୍କୁ କହୁଥିଲି କି , ସବୁ ଲୋକ କାଶ୍ମୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି, କିନ୍ତୁ ଏଠାରେ ତ ସବୁ ସାଧାରଣ ସହର ଭଳି ଯେମିତି। ଆମର ସଂପର୍କୀୟ ବି ଆମ ସହ ଏହି ଟ୍ରିପ୍‌ରେ ବୁଲବାକୁ ଯାଇଥିଲେ। ୧୮ ମେ'ରେ ଆମେ ସମସ୍ତେ ଆମ ହୋଟେଲରେ ପହଞ୍ଚି ଗଲୁ। ମୁଁ ଓ ମୋ ସ୍ୱାମୀ ସବୁଠୁ ପଛରେ ଥିଲୁ। ସେତେବେଳ ଫାୟାରିଂ ହେଲା ଏବଂ ଗୁଳି ମୋ ସ୍ୱାମୀଙ୍କ ଠାରେ ବାଜିଲା। ଏହାପରେ ମୋ ଠାରେ ବି ଗୁଳି ବାଜିଲା।

ମୁଁ ଦେଖିଲି ଫାୟାରିଂ ବେଳେ ମୋ ପୁଅ ଭୟଭୀତ ହୋଇ ଚୌକି ପଛରେ ଲୁଚି ଗଲା। ମୁଁ ନିଜ ପିଲାକୁ ବଞ୍ଚାଇବାକୁ ଦୌଡ଼ିଲା ବେଳେ ଗୋଟିଏ ଗୁଳି ମୋ ଠାରେ ବାଜି ଥିଲା। ଏହି ସମୟରେ ମୁଁ ମୋ ସ୍ୱାମୀଙ୍କୁ ଦେଖିଲି , ତାଙ୍କ ଦୁଇ ଆଖିରୁ ରକ୍ତ ବାହାରୁ ଥିଲା। ମୋ କାନ୍ଧରୁ ରକ୍ତ ବହୁଥିଲା। ଆମେ ଦୁହେଁ ଜୋରରେ ପାଟି କରୁଥିଲୁ , କାନ୍ଦୁ ଥିଲୁ। ଏହାପରେ ଆମର ସଂପର୍କୀୟ ହୋଟେଲରୁ ବାହାରି ଆମକୁ ହସ୍ପିଟାଲ ନେଇଗଲେ। ସେଠାରୁ ଆମକୁ ଫୋର୍ସ ଆଉ ଏକ ହସ୍ପିଟାଲକୁ ନେଇଗଲେ। ସେଠାରେ ଆମର ବହୁତ ଧ୍ୟାନ ରଖାଗଲା। ମୋ ସ୍ୱାମୀଙ୍କର ୫ଘଣ୍ଟା ଯାଏ ଆଖି ଓ ନାକର ସର୍ଜରୀ ହୋଇ ଥିଲା। ଫରହା କହିଛନ୍ତି  , ମୋ ସ୍ୱାମୀଙ୍କ ଦୁଇ ଆଖି ଖରାପ ହୋଇ ଯାଇଛି, ତାଙ୍କୁ କିଛି ଦେଖା ଯାଉ ନାହିଁ । ମୋ କାନ୍ଧ ବି ସର୍ଜରୀ ହୋଇଛି। ଆମେ କାଶ୍ମୀରରୁ ଜୟପୁର ଆସିଗଲୁ। ମୋ ସ୍ୱାମୀଙ୍କୁ ତାଙ୍କର ଆଖି ଚିକିତ୍ସା ପାଇଁ ଚେନ୍ନାଇ ରେଫର କରାଯାଇଛି। ମୁଁ ପ୍ରଧାନମନ୍ତ୍ରୀ ଜୀ ଓ ମୁଖ୍ୟମନ୍ତ୍ରୀ ଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି କି ଆପଣ ଆମର ଏତିକି ସାହାଯ୍ୟ କରନ୍ତୁ। ଏବେ ମୋ ସ୍ୱାମୀଙ୍କ ପାଇଁ ଅନ୍ତତଃ ଆଖିଟିଏ ଡୋନେଟ୍‌ କରାଇ ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.