ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଭକ୍ତଙ୍କ ପାଇଁ ଜଗନ୍ନାଥ ଦର୍ଶନ ଯୋଜନା, ୩୦ କୋଟି ବ୍ୟୟବରାଦ

Published By : Prameya | February 17, 2025 8:23 PM

ଭୁବନେଶ୍ବର,୧୭।୨ ବିଧାନସଭାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ  ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।   ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି।   ନୂଆ ସରକାରଙ୍କ ଏହା ହେଉଛି ୨ୟ ବଜେଟ ଉପସ୍ଥାପନ ଏବଂ ପ୍ରଥମ  ପୂର୍ଣ୍ଣାଙ୍ଗ ବଜେଟ।   ଗତବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ  ରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବା ଲକ୍ଷ୍ୟ ରହିଛି। 

ବଜେଟ୍‌ରେ ଓଡ଼ିଆ ଅସ୍ମିତାକୁ ଫୋକସ ଦିଆଯାଇଛି।  ଏହା ଅଧିନରେ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୯୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।   ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ୩୦ କୋଟି ଓ ସାଂସ୍କୃତିକ ଅନୁଷ୍ଠାନକୁ ୭୭ କୋଟି ଅନୁଦାନ  ପ୍ରଦାନ କରାଯାଇଛି। 

ସେହିପରି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଐତିହ୍ୟର ବିକାଶ ପାଇଁ ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ।  ଶୀତଳ ଭଣ୍ଡାର ପାଇଁ ୨୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ପର୍ଯ୍ୟଟନ କ୍ଷେତ୍ର ପାଇଁ ୮୨୦ କୋଟି ଟଙ୍କା ବନ୍ଦୋବସ୍ତ କରାଯାଇଛି । 

ସେହିପରି ବିଭିନ୍ନ ପରିଷଦ ପାଇଁ ବଜେଟରେ ଅନୁଦାନ ଦିଆଯାଇଛି। ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଏବଂ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ପାଇଁ ୨ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପଶ୍ଚିମ ଓଡିଶାକୁ ବିଶେଷ ଫୋକସ ଦିଆଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.