ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର , ଆଦିତ୍ୟ ଏଲ୍-୧ର ଲଞ୍ଚିଂ ଦିନ ଜାଣି ପାରିଲେ , ତାପରେ ...

ନୂଆଦିଲ୍ଲୀ : ଏ ଖବର ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ। କିନ୍ତୁ ଏହା ସତ। ଇସ୍ରୋ ଅର୍ଥାତ୍‌ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନର ମୁଖ୍ୟ ଏସ୍‌ ସୋମନାଥ କ୍ୟାନସରରେ ପୀଡ଼ିତ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ନିଜେ ଏହି ଗୁରୁତର ରୋଗର ଖୁଲାସା କରିଛନ୍ତି। ସେ ସୂଚନା ଦେଇଛନ୍ତି କି, ଆଦିତ୍ୟ ଏଲ-୧ ମିଶନର ଲଞ୍ଚିଂ ବେଳେ ତାଙ୍କୁ କ୍ୟାନସର ବିଷୟରେ ଜଣା ପଡ଼ି ଥିଲା। ଖାଲି ଏତିକି ନୁହେଁ , କୁହାଯାଉଛି କି ଐତିହାସିକ ଚନ୍ଦ୍ରଯାନ-୩ ମିଶନ ବେଳେ ହିଁ ତାଙ୍କୁ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ହେବାକୁ ଲାଗିଥିଲା, ଏବେ ତାଙ୍କର କହିବା ହେଲା କି, ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। 

ଇଣ୍ଡିଆ ଟୁଡେର ଏକ ରିପୋର୍ଟରେ ସାକ୍ଷାତକାର ଅନୁସାରେ କୁହାଯାଇଛି କି, ସୋମନାଥଙ୍କୁ ହୋଇଥିବା ସ୍କାନରେ ରୋଗ ବଢିବା ବିଷୟରେ ଜଣାପଡ଼ି ଥିଲା। ଇସ୍ରୋ ଚିଫ୍‌ଙ୍କ କୁହିବାନୁସାରେ , କିଛି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଚନ୍ଦ୍ରଯାନ-୩ ର ଲଞ୍ଚିଂ ସମୟରେ ଥିଲା। ହେଲେ ସେତେବଳେ ଏ ବିଷୟରେ ସ୍ଥିତି ସ୍ପଷ୍ଟ ନଥିଲା। କିଛି ବି ସେତେବେଳେ ଜଣା ପଡ଼ି ନଥିଲା। 

ସେ କହିଛନ୍ତି କି, ଯେଉଁ ଦିନ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ ହେଲା , ଠିକ୍‌ ସେହି ଦିନ ରୋଗ ବିଷୟରେ ଜଣାପଡ଼ି ଥିଲା। ରିପୋର୍ଟ ମୁତାବିତ ସୋମନାଥଙ୍କ କହିବାନୁସାରେ , ଏହି ଖବର କେବଳ ତାଙ୍କୁ ନୁହେଁ ,ପୂରା ପରିବାର ପାଇଁ ଏକ ଝଟକା ଭଳି ଥିଲା। ଗତ ବର୍ଷ ୨୩ ଅଗଷ୍ଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତାପୂର୍ବକ ଲ୍ୟାଣ୍ଡିଂ କରି ଇତିହାସ ରଚି ଥିଲା। 

ଗତ ବର୍ଷ ୨ ସେପ୍ଟେମ୍ୱରରେ ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ହୋଇ ଥିଲା। ଏହି ସମୟରେ ଏସ୍‌ ସୋମନାଥଙ୍କର ମଧ୍ୟ ଯାଞ୍ଚ ହୋଇଛି ଏବଂ ସ୍କାନିଂରେ ପେଟରେ କିଛି ବଢୁଥିବାର ଜାଣିବାକୁ ମିଳିଲା। ରିପୋର୍ଟ ମୁତାବିକ , ସୂଚନା ମିଳିବା କ୍ଷଣି ସେ ଆଗାମୀ ଯାଞ୍ଚ ପାଇଁ ତାମିଲନାଡୁର ରାଜଧାନୀ ଚେନ୍ନାଇ ପ୍ରସ୍ଥାନ କରିଥିଲେ। ଏଠାରେ ତାଙ୍କୁ  ହେରେଡିଟରୀ ରୋଗ ଥିବା ଜଣାପଡ଼ି ଥିଲା। ଖବର କି, ସେତେବେଳେ କିଛି ଦିନରେ ସ୍ପଷ୍ଟ ହୋଇ ଯାଇ ଥିଲା କି, ସେ ଗୁରୁତର ରୋଗରେ ପୀଡ଼ିତ। 

ରିପୋର୍ଟ ଅନୁସାରେ , ଇସ୍ରୋ ଚିଫ୍‌ କହିଛନ୍ତି , ତାହା ପରିବାର ପାଇଁ ଏକ ବଡ଼ ଝଟକା ଥିଲା। କିନ୍ତୁ ଏବେ କ୍ୟାନସର ଓ ଏହାର ଚିକିତ୍ସାକୁ ସମାଧାନ ଭାବେ ନିଆଯାଉଛି। ସେ କହିଛନ୍ତି, ସେତେବେଳେ ଚିକିତ୍ସା ବିଷୟରେ ଅନିଶ୍ଚିତ ଥିଲା ଏବଂ ଅନେକ ପ୍ରକ୍ରିୟା ମଧ୍ୟ ଦେଇ ଯିବାକୁ ପଡ଼ୁଥିଲା। ବିଶେଷ କଥା ଏହା କି ହସ୍ପିଟାଲରେ କେବଳ ୪ଦିନ ବିତେଇବା ପରେ ସେ ଇସ୍ରୋରେ ଆଉଖରେ କାମ ଆରମ୍ଭ କରି ଦେଇଥିଲେ। ସେ କହିଥିଲେ କି , ନିୟମିତ ଭାବେ ଯାଞ୍ଚ ଓ ସ୍କାନିଂ ହେଉଛି । କିନ୍ତୁ ଏବେ ସଂପୂର୍ଣ୍ଣ ରୂପେ ଠିକ୍‌ ହୋଇ ଯାଇଛି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.