ନୂଆଦିଲ୍ଲୀ,୧୩/୦୪; ଏପ୍ରିଲ ୧୫ରୁ ବଦଳିବ କି ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂ ନିୟମ । ନୂଆ ରୁଲ ଆଣିଛି କି ଭାରତୀୟ ରେଳବାଇ । ସୋସିଆଲ ମିଡ଼ିଆରେ ନୂଆ ଟାଇମିଂକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି ଜନତା । ସାମାଜିକ ଗଣମାଧ୍ୟମରେ ତତ୍କାଳ ଟ୍ରେନ ଟିକେଟ୍ର ଟାଇମିଂ ବଦଳିଥିବା ନେଇ କିଛି ରିପୋର୍ଟ ଆସିଛି । ଏ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି ଆଇଆରସିଟିସି ।
ସୋସିଆଲ ମଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ ତତ୍କାଳ ଟିକେଟ ଓ ପ୍ରିମିୟମ ତତ୍କାଳ ଟିକେଟ୍ ବୁକିଂ ଟାଇମିଂ ନିୟମରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି । ଏପ୍ରିଲ ୧୫ ପରଠୁ ଏହି ନୂଆ ନିୟମ ଲାଗୁ ହେବ । ପ୍ରିମିୟମ ତତ୍କାଳ ଟିକେଟ୍ ଟାଇମିଂ ସମୟ ଅଲଗା ନିର୍ଦ୍ଧାରିତ କରାଯିବ ।
IRCTC ଜାରି କଲା ବୟାନ- ସୋସିଆଲ ମଡ଼ିଆରେ ଭାଇରାଲ ହୋଇଥିବା ପୋଷ୍ଟକୁ ନେଇ ଆଇଆରସିଟିସି କହିଛି, ତତ୍କାଳ ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ କି ଏମିତି କିଛି ପ୍ରସ୍ତାବିତ ମଧ୍ୟ ହୋଇନାହିଁ । କୌଣସି ପରିବର୍ତ୍ତନ ଲାଗୁ ହେବନାହିଁ । ସୋସିଆଲ ମଡିଆରେ କିଛି ପୋଷ୍ଟ ପ୍ରସାରିତ ହେଉଛି ଯେଉଁଥିରେ ତତ୍କାଳ ଓ ପ୍ରିମିୟର ତତ୍କାଳ ଟିକେଟ ପାଇଁ ଅଲଗା ଅଲଗା ସମୟ ଉଲ୍ଲେଖ୍ୟ ରହିଛି । ଏହି ଖବର ପଛରେ କୌଣସି ସତ୍ୟତା ନାହିଁ । ଏସି ଏବଂ ନନ୍ଏସି କ୍ଲାସ ପାଇଁ ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ବୁକିଂ ସମୟରେ ଏମିତି କିଛି ପରିବର୍ତ୍ତନ ପ୍ରସ୍ତାବିତ ହୋଇନାହିଁ । ଏଜେଣ୍ଟଙ୍କ ପାଇଁ ମଧ୍ୟ ବୁକିଂ ସମୟ ଅପରିବର୍ତ୍ତିତ ରହିବ ।
Some posts are circulating on Social Media channels mentioning about different timings for Tatkal and Premium Tatkal tickets.
— IRCTC (@IRCTCofficial) April 11, 2025
No such change in timings is currently proposed in the Tatkal or Premium Tatkal booking timings for AC or Non-AC classes.
The permitted booking… pic.twitter.com/bTsgpMVFEZ
ଏବେ ତତ୍କାଳ ଟିକେଟ ନିୟମ- ସମସ୍ତ ଏସି ଶ୍ରେଣୀ ଟ୍ରେନ୍ ତତ୍କାଳ ଟିକେଟ୍ ବୁକିଂ ପାଇଁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ କରିପାରିବେ । ଏ ନେଇ ବୁକିଂ ସମୟ ସକାଳ ୧୦ଟାରୁ ଆଇଏସଟିରେ ଆରମ୍ଭ ହୁଏ । ସେହିପରି ସ୍ଲିପର କ୍ଲାସ ପାଇଁ ବୁକିଂ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସକାଳ ୧୧ଟାରୁ ଆରମ୍ଭ ହୁଏ । ଯଦି ତତ୍କାଳରେ ବୁକିଂ କରିପାରୁନାହାନ୍ତି ତେବେ ପ୍ରିମିୟମ ଜରିଆରେ କରିପାରିବେ । ଏହି ଅନ୍ୟ ତୁଳନାରେ ଟିକେ ଅଧିକ ଟଙ୍କା ପଡ଼ିବ ।
କେବେ କରିପାରିବେ ତତ୍କାଳ ଟିକେଟ କ୍ୟାନ୍ସେଲ- ଅତିରିକ୍ତ ତତ୍କାଳ ଶୁଳ୍କ ସେକେଣ୍ଡ କ୍ଲାସ ପାଇଁ ୧୦ ପ୍ରତିଶତ ଏବଂ ଅନ୍ୟ ସବୁ କ୍ଲାସ ପାଇଁ ୩୦ ପ୍ରତିଶତ କଟାଯିବା ସ୍ଥିର ହୋଇଛି । ସବୁଠୁ ବଡ଼ କଥା ହେଉଛି କମର୍ସ ତତ୍କାଳ ଟିକେଟ କ୍ୟାନ୍ସେଲ କଲେ ରିଫଣ୍ଡ ମିଳିବ ନାହିଁ । ଯଦି ତତ୍କାଳ ଟିକେଟ୍ ବୁକିଂ ୱେଟିଙ୍ଗ୍ ଲିଷ୍ଟରେ ରୁହେ ତେବେ ବାତିଲ ହେବ ।