ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଇରାନରେ ବଡ଼ ବିଦ୍ରୋହ; ଉତ୍ତେଜନା ମଧ୍ୟରେ ଆମେରିକା ନିକଟରେ ଆତ୍ମସମର୍ପଣ କଲେ ୬୦ ହଜାର ସୈନ୍ୟ

Published By : Prameya | April 7, 2025 3:54 PM

ନୂଆଦିଲ୍ଲୀ,୦୭/୦୪: ଗୋଟିଏ ପଟେ, ଆମେରିକା ପରମାଣୁ ଚୁକ୍ତିନାମାକୁ ନେଇ ଇରାନ ଉପରେ ନିଜର ନିୟନ୍ତ୍ରଣ କଡ଼ାକଡ଼ି କରୁଥିବା ବେଳେ ଅନ୍ୟପଟେ ଇରାନ ଭିତରେ ବିଦ୍ରୋହ ଦେଖାଦେଇଛି। ଅତି କମରେ ଛଅଟି ଇରାନ ସମର୍ଥିତ ପ୍ରକ୍ସି ସଂଗଠନ ଆମେରିକା ନିକଟରେ ଆତ୍ମସମର୍ପଣ କରିବା ବିଷୟରେ କହିଛନ୍ତି। ଇରାନ ଏକ ଡଜନରୁ ଅଧିକ ମିଲିସିଆ ଗୋଷ୍ଠୀକୁ ଦାନା ପାଣି ଦେଇଆସୁଛି। ଏହି ଗୋଷ୍ଠୀଗୁଡ଼ିକର ପ୍ରାୟ ୬ ଲକ୍ଷ ସୈନ୍ୟ ଅଛନ୍ତି, ଯେଉଁମାନେ ଇରାକ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ବିସ୍ତାରିତ ହୋଇ ରହିଛନ୍ତି। ଏହି ମିଲିସିଆ ଗୋଷ୍ଠୀ ଇରାନର ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ପୁଅ ମୋବତାଜ ଖାମନେଇଙ୍କ ଦ୍ୱାରା ପରିଚାଳିତ। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ କମ କରିବା ପାଇଁ  ଯେଉଁ ସଂଗଠନ ଅସ୍ତ୍ରଶସ୍ତ୍ର ଛାଡ଼ିବା ବିଷୟରେ କହିଥିଲେ ସେମାନଙ୍କ ମଧ୍ୟରୁ କତାଇବ ହିଜବୁଲ୍ଲାହ ଏବଂ ନୁଜବା ଗ୍ରୁପ୍ ଅନ୍ୟତମ। ଉଭୟ ଗୋଷ୍ଠୀ କହିଛନ୍ତି ଯେ ଯଦି ଉତ୍ତେଜନା ହ୍ରାସ ପାଏ ତେବେ ଆମେ ଆମର ଅସ୍ତ୍ରଶସ୍ତ୍ର ଛାଡ଼ି ପାରିବୁ।

କତାଇବ ହିଜବୁଲ୍ଲାହର ପ୍ରାୟ ୩୦ ହଜାର ସୈନ୍ୟ ଅଛନ୍ତି। ଏହି ସଂଗଠନ ଇରାକ ଏବଂ ଇରାନରେ ସକ୍ରିୟ ଅଛି। ଏହି ଗୋଷ୍ଠିକୁ କେବଳ ଇରାନରୁ ସଂଜୀବନି ମଳିଥାଏ। ସେହିପରି ନୁଜାବା ପାଖରେ ୧୦ ହଜାର ସେନା ଅଛନ୍ତି। ବାକି ୪ଟି ସଂଗଠନରେ ମଧ୍ୟ ପ୍ରାୟ ୨୦ ହଜାର ସେନା ଅଛନ୍ତି। ଯଦି ଆମେ ମୋଟ ସଂଖ୍ୟାକୁ ଦେଖିବା, ତେବେ ସଂଖ୍ୟା ପ୍ରାୟ ୬୦ ହଜାର ହେବ। ଏପରି ପରିସ୍ଥିତିରେ, କୁହାଯାଉଛି ଯେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଏହି ସଂଗଠନଗୁଡ଼ିକ ଯେଉଁଭଳି ଭାବରେ ଆତ୍ମସମର୍ପଣ ମନୋଭାବ ଗ୍ରହଣ କରିଛନ୍ତି, ତାହା ଇରାନ ପାଇଁ ଏକ ଝଟକା ହୋଇପାରେ। ରଏଟର୍ସ ସହିତ ଆଲୋଚନାରେ, କତାଇବ ହିଜବୁଲ୍ଲାହର ଜଣେ କମାଣ୍ଡର କହିଛନ୍ତି: ଆମେରିକାର ରାଷ୍ଟ୍ରପତି ଆମ ସହିତ ଯୁଦ୍ଧକୁ ଆହୁରି ଖରାପ ସ୍ତରକୁ ନେଇଯିବାକୁ ପ୍ରସ୍ତୁତ। ଆମେ ଏହା ଜାଣୁ ଏବଂ ଆମେ ଏପରି ଖରାପ ପରିସ୍ଥିତିକୁ ଏଡ଼ାଇବାକୁ ଚାହୁଁଚୁ। 

୧୯୮୦ ଦଶକରେ, ଇରାନ ପ୍ରକ୍ସି ସଂଗଠନ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଅଧୀନରେ, ଇରାନ ଲେବାନନ, ଇରାକ, ୟେମେନ ଏବଂ ପାଲେଷ୍ଟାଇନରେ ଅନେକ ପ୍ରକ୍ସି ସଂଗଠନ ସୃଷ୍ଟି କରିଥିଲା। ଏହି ସଂଗଠନଗୁଡ଼ିକର ଲକ୍ଷ୍ୟ ହେଉଛି ମଧ୍ୟପ୍ରାଚ୍ୟରେ ଇସଲାମକୁ ସୁଦୃଢ଼ କରିବା। ସମ୍ପ୍ରତି, ଆମେରିକା ଏବଂ ଇସ୍ରାଏଲ ଇରାନର ପ୍ରକ୍ସି ସଂଗଠନଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଯେଉଁଠାରେ ଆମେରିକା ହୁତି ବିଦ୍ରୋହୀମାନଙ୍କ ଉପରେ ଆକ୍ରମଣ କରୁଛି, ସେତେବେଳେ ଅନ୍ୟପକ୍ଷରେ ଇସ୍ରାଏଲର ଟାର୍ଗେଟ ହେଉଛି ହିଜବୁଲ୍ଲାହ ଏବଂ ହମାସ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.