ନୂଆଦିଲ୍ଲୀ, ୭।ର୍: ଚାଞ୍ଚଲ୍ୟକର ରିପୋର୍ଟ ଦେଲା ଗୁଗଲ୍ । ୨୦୩୦ ସୁଦ୍ଧା ମାନବଜାତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ ଏଆଇ ! ଏଭଳି ସାଙ୍ଘାତିକ ଭବିଷ୍ୟବାଣୀ କରିଛି ଗୁଗୁଲ୍ ଡିପ୍ ମାଇଣ୍ଡ । ମାନବ-ସ୍ତରୀୟ କୃତ୍ରିମ ବୁଦ୍ଧିମତା ଅର୍ଥାତ୍, ଯାହା କୃତ୍ରିମ ସାଧାରଣ ବୁଦ୍ଧିମତା ଭାବେ ଲୋକପ୍ରିୟ । ୨୦୩୦ ସୁଦ୍ଧା ଏହା “ମାନବତାକୁ ସ୍ଥାୟୀ ଭାବରେ ନଷ୍ଟ କରିପାରେ”ବୋଲି ଗୁଗୁଲ୍ ଡିପ୍ ମାଇଣ୍ଡର ଏକ ନୂତନ ଗବେଷଣା ଜାରି କରିଛି ।
ଏଆଇର ବିଶାଳ ପ୍ରଭାବକୁ ଦୃଷ୍ଟିରେ ରଖି, ଗବେଷଣାରେ କୁହାଯାଇଛି ଯେ, ଏହା ଭବିଷ୍ୟତରେ ଗୁରୁତର କ୍ଷତିର ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ । କହିରଖୁ କି, ଡିପ୍ ମାଇଣ୍ଡ ସହ-ପ୍ରତିଷ୍ଠାତା ଶେନ୍ ଲେଗ୍ କହିଛନ୍ତି ଯେ, ଏଆଇ ପାଇଁ ମାନବଜାତିର ବିଲୁପ୍ତ ହୋଇପାରେ । ଆଗକୁ ଏଆଇ ଜରିଆରେ ଅପବ୍ୟବହାର, ଭୁଲ ସଂଳାପ, ଭୁଲ୍ ଏବଂ ସଂରଚନାତ୍ମକ ବିପଦର ଆଶଙ୍କା ବଢ଼ିବ । ଯାହା ଲୋକମାନଙ୍କୁ କ୍ଷତି ପହଞ୍ଚାଇବ । ଫେବୃଆରୀରେ, ଡିପ୍ ମାଇଣ୍ଡର ସିଇଓଙ୍କ ଡେମିସ୍ ହାସାବିସ୍ ଏଆଇକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଏଆଇ ମଣିଷ ଅପେକ୍ଷା ସ୍ମାର୍ଟ ଓ ଅଧିକ ବୁଦ୍ଧିମାନ । ତେଣୁ ଆଗାମୀ ୫-୧୦ ବର୍ଷରେ ଏହା ସାରା ବିଶ୍ୱରେ ଉଭା ହେବା ଆରମ୍ଭ କରିବ ।