ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ୍ ମହଙ୍ଗା ହେବାକୁ ଯାଉଛି। ସୋମବାର ସରକାର ପେଟ୍ରୋଲ ଓ ଡିଜେଲରେ ଲାଗୁଥିବା ଏକ୍ସାଇଜ୍‌ ଡ୍ୟୁଟି( ଉତ୍ପାଦ ଶୁଳ୍କ) ରେ ୨-୨ ଟଙ୍କା ବୃଦ୍ଧି କରିଛନ୍ତି। ବଢି ଥିବା ଏକ୍ସାଇଜ୍‌ ଡ୍ୟୁଟିର ଲାଗୁ ହେବା କ୍ଷଣି ତେଲ କମ୍ପାନୀ ଗୁଡ଼ିକୁ ଏହାକୁ ଗ୍ରାହକଙ୍କ ଯାଏ ପାସ୍‌ ଅନ୍ କରି ପାରନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲର ରିଟେଲ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିପାରେ। କହି ରଖୁଛୁ କି , ଏହି ନିଷ୍ପତ୍ତି ଗ୍ଲୋବାଲ ତୈଳ ଦାମ୍‌ରେ ଜାରି ଅସ୍ଥିରତା ଓ ଟ୍ରମ୍ପଙ୍କ ଟାରିଫ୍‌ ମଧ୍ୟରେ ନିଆ ଯାଇଛି। 

ମହଙ୍ଗା ହୋଇଯିବ ପେଟ୍ରୋଲ ଓ ଡିଜେଲ ? 

ଅର୍ଥ ମନ୍ତ୍ରାଳୟର ରେଭେନ୍ୟୁ ଡିପାର୍ଟମେଣ୍ଟର ସଦ୍ୟ ନୋଟିଫିକେସନ ଅନୁସାରେ, ଏହି ପରିବର୍ତ୍ତନ ୮ ଅପ୍ରେଲ, ୨୦୨୫ରୁ ଲାଗୁ ହେବ। ହେଲେ , ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ବୋଝ ପଡ଼ିବ ନାହିଁ, କାରଣ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପବ୍ଲିକ୍‌ସେକ୍ଟରର ଅଏଲ ମାର୍କେଟିଂ କମ୍ପାନୀ (ଓଏମସି)ଗୁଡ଼ିକୁ ସୂଚିତ କରିଛି ଯେ, ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ୍‌ରେ କୌଣସି ବୃଦ୍ଧି ହେବ ନାହିଁ । 

କହି ରଖୁଛୁ କି , ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜରେ ପ୍ରମୁଥ ଅଏଲ ମାର୍କେଟିଂ କମ୍ପାନୀଙ୍କ ସେୟାରରେ ହ୍ରାସ ଦେଖିବାକୁ ମିଳିଛି, ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୧୧୭୦.୯୫ ଟଙ୍କା (୨.୮୦ %ର ହ୍ରାସ) , ଇଣ୍ଡିଆନ ଅଏଲ୍‌ ୧୨୮ ଟଙ୍କା (୧.୬୫ %ର ହ୍ରାସ) , ହିନ୍ଦୁସ୍ତାନ ପେଟ୍ରୋଲିୟମ ୩୪୮.୨୦ ଟଙ୍କା (୨.୭୫ %ର ହ୍ରାସ) ଓ ଭାରତ ପେଟ୍ରୋଲିୟମ୍ ୨୭୫.୬୫ ଟଙ୍କା (୧.୩୪ % ର ହ୍ରାସ)ରେ ବନ୍ଦ ହୋଇଛି। 


ପେଟ୍ରୋଲ –ଡିଜେଲର ଲାଟେଷ୍ଟ ରେଟ୍‌ –

ସୂଚନା ଯେ, ଘରୋଇ ସ୍ତରରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ଲାଗାତାର ସ୍ଥିର ରହିଛି। ଦିଲ୍ଲୀରେ ପେଟ୍ରୋଲ ୯୪.୭୨ ଟଙ୍କା ପ୍ରତି ଲିଟର ତଥା ଡିଜେଲ ୮୭.୬୨ ଟଙ୍କା ପ୍ରତି ଲିଟରରେ ରହିଛି। ଅଏଲ ମାର୍କେଟିଂ କରୁଥିବା ପ୍ରମୁଖ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ୱେବସାଇଟ୍‌ରେ ଜାରି ଦର ଅନୁସାରେ , ଦେଶରେ ଆଜି ପେଟ୍ରୋଲ ଓ ଡିଜେଲର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଦିଲ୍ଲୀରେ ଏହାର ଦାମ୍‌ ପୂର୍ବପରି ରହିବା ସହ ମୁମ୍ୱାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ପ୍ରତି ଲିଟରରେ ଓ ଡିଜେଲ୍‌ ୯୨.୧୫ ଟଙ୍କା ପ୍ରତି ଲିଟରରେ ରହିଛି। 

ଦେଶର ୪ଟି ମହାନଗରରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ଏହି ପ୍ରକାରର- 

ମହାନଗର ପେଟ୍ରୋଲ-ଡିଜେଲ (ଲିଟର ପିଛା ଦାମ୍‌)

ଦିଲ୍ଲୀ ୯୪.୭୨-୮୭.୬୨

ମୁମ୍ୱାଇ ୧୦୪ .୨୧-୯୨.୧୫

ଚେନ୍ନାଇ ୧୦୦.୭୫- ୯୨.୩୪ 

କୋଲକାତା ୧୦୩.୯୪ -୯୦.୭୬