ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କୁ ଭାରତ ସରକାରଙ୍କ ବଡ଼ ଚେତାବନୀ, ତୁରନ୍ତ ଅପଡେଟ୍ କରିନିଅନ୍ତୁ, ନହେଲେ…

Published By : Prameya | April 7, 2025 5:29 PM

ନୂଆଦିଲ୍ଲୀ, ୭।୪: ଯଦି ଆପଣ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ୱାର୍ଣ୍ଣିଂ ଜାରି କରିଛି ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରିସପନ୍ସ ଟିମ୍ ଗୁଗୁଲ୍ କ୍ରୋମ୍ ଡେସ୍କଟପ୍ ।  ବ୍ରାଉଜରରେ ଗମ୍ଭୀର ସୁରକ୍ଷା ତ୍ରୁଟି ମିଳିଛି, ଯାହା ସମ୍ପର୍କରେ ସିଇଆରଟି-ଇନ୍ ଏକ ଚେତାବନୀ ଜାରି କରିଛି । ଏହି ବିପଦଗୁଡ଼ିକୁ ହାଇ-ରିସ୍କ ୱାର୍ଣ୍ଣିଂ ବୋଲି କୁହାଯାଉଛି । ଏହା ମାଧ୍ୟମରେ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସିଷ୍ଟମକୁ ନିୟନ୍ତ୍ରଣ କରିପାରିବେ ଏବଂ ସମ୍ବେଦନଶୀଳ ଡାଟା ଚୋରି କରିପାରିବେ । ସାଇବର ସୁରକ୍ଷା ଏଜେନ୍ସି ଅନୁଯାୟୀ, ଯଦି ଆପଣ କ୍ରୋମ୍ ବ୍ୟବହାର କରନ୍ତି, ତେବେ ସୁରକ୍ଷିତ ରହିବା ପାଇଁ ତୁରନ୍ତ ଆପଣଙ୍କର ବ୍ରାଉଜରକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ ।

ସାଇବର ସୁରକ୍ଷା ଟିମ୍ କହିଛି ଯେ, ଗୁଗୁଲ୍ କ୍ରୋମରେ ଅନେକ ତ୍ରୁଟି ମିଳିଛି, ଯାହା କଷ୍ଟମ୍ ଟ୍ୟାବ୍ସ, ଇଣ୍ଟେଣ୍ଟସ୍, ଏକ୍ସଟେନ୍ସନ୍ସ, ନାଭିଗେସନ୍ସ, ଅଟୋଫିଲ୍ ଏବଂ ଡାଉନଲୋଡ୍ସରେ ଅନୁପଯୁକ୍ତ କାର୍ଯ୍ୟକଳାପ ଯୋଗୁଁ ହୋଇଛି । ଯେ କେହି ବି ଏହା ଦୁରୁପୋଯୋଗ କରି ଲୋକଙ୍କୁ ଠକିପାରିବ । ସ୍କାମରମାନେ ଟାର୍ଗେଟ୍ କରାଯାଇଥିବା ସିଷ୍ଟମରେ ମନଇଚ୍ଛା କୋଡ୍ ମଧ୍ୟ ଚଲାଇ ପାରିବେ । ଘରେ ହେଉ କିମ୍ବା ଅଫିସ, କମ୍ପ୍ୟୁଟରରେ ଯେ କେହି ବି ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଥିବେ ସମସ୍ତଙ୍କ ପାଇଁ ଏହି ଚେତାବନୀ ରହିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ହ୍ୟାକରମାନଙ୍କୁ ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଚୋରି କରିବାକୁ କିମ୍ବା କମ୍ପ୍ୟୁଟରକୁ କ୍ରାସ୍ କରିବାକୁ ଅନୁମତି ଦେଇପାରେ । ସୁରକ୍ଷିତ ରହିବା ପାଇଁ ତୁରନ୍ତ କ୍ରୋମକୁ ଲାଟେଷ୍ଟ ଭର୍ସନରେ ଅପଡେଟ୍ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.