ପ୍ରମୂଖ ଖବର
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ଆନ୍ନା ୟୁନିଭର୍ସିଟି ଛାତ୍ରୀ ଦୁଷ୍କର୍ମ ମାମଲା , ପୋଷାକ ଉପରେ ଟିପ୍ପଣୀ ନେଇ ହାଇକୋର୍ଟ କ୍ଷୁବ୍ଧ

Published By : Anindita | December 29, 2024 11:49 AM

ଚେନ୍ନାଇ,୨୯/୧୨:ଚେନ୍ନାଇର ଆନ୍ନା ୟୁନିଭର୍ସିଟିରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ଶନିବାର ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଛି । ବିଚାରପତି ଏସ୍‌ ଏମ୍‌ ସୁବ୍ରମଣ୍ୟମ୍‌ ଓ ଭି ଲକ୍ଷ୍ମୀନାରାୟଣଙ୍କ ଅବକାଶକାଳୀନ ଖଣ୍ଡପୀଠ ୨ଟି ପିଆଇଏଲ୍‌ର ଶୁଣାଣି କରି ଏଫ୍‌ଆଇଆରରେ ପୀଡ଼ିତାଙ୍କ ପୋଷାକ ଉପରେ ହୋଇଥିବା ଟିପ୍ପଣୀକୁ ନେଇ କ୍ଷୁବ୍ଧ ହୋଇଛନ୍ତି । କହିଛନ୍ତି, ଏଫ୍‌ଆଇଆରରେ ଯାହା ଲେଖାଯାଇଛି, ତଦ୍ଦ୍ୱାରା ପୀଡ଼ିତାଙ୍କ ସମ୍ମାନ ଓ ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ ହୋଇପାରେ । ପୁଲିସ ଏ ନେଇ ସମ୍ବେଦନଶୀଳ ହେବା ଉଚିତ ଥିଲା । ହାଇକୋର୍ଟ ଏହି ପରିପ୍ରେକ୍ଷୀରେ ପୁଲିସକୁ ଭର୍ତ୍ସନା କରିଛନ୍ତି ।

 ମହିଳା ନିଜ ପସନ୍ଦର ପୋଷାକ ପିନ୍ଧିପାରିବେ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଏଫ୍‌ଆଇଆରରେ ଲେଖାଯାଇଥିଲା ଯେ ପୀଡ଼ିତା ଏଭଳି ପୋଷାକ ପିନ୍ଧିଥିଲେ, ଯାହାଦ୍ୱାରା ଅପରାଧ ହୋଇପାରିବ । ଅନ୍ୟପକ୍ଷରେ ଏଫ୍‌ଆଇଆର ଲିକ୍‌ ହେବା ଘଟଣାକୁ ହାଇକୋର୍ଟ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇଛନ୍ତି । ଖଣ୍ଡପୀଠ କହିଛନ୍ତି, ଏହାଦ୍ୱାରା ପୀଡ଼ିତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି । ତାଙ୍କୁ ଆହୁରି ଅଧିକ ମାନସିକ ଆଘାତ ଲାଗିଛି । ରାଜ୍ୟ ସରକାର ଏଥିପାଇଁ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଆବଶ୍ୟକ । ସେହିଭଳି ବଳାତ୍କାର ମାମଲାର ତଦନ୍ତ ଲାଗି ଏସ୍‌ଆଇଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସ୍‌ଆଇଟିରେ ୩ ମହିଳା ଆଇପିଏସ୍‌ ଅଧିକାରୀ ସ୍ନେହା ପ୍ରିୟା, ଅୟମାନ ଜମାଲ ଓ ଏସ୍‌ ବ୍ରିନ୍ଦାଙ୍କୁ ସାମିଲ ପାଇଁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖ ରାତି ୮ଟାରେ ଆନ୍ନା ୟୁନିଭର୍ସିଟିରେ ଇଞ୍ଜିନିୟରିଂ ସେକେଣ୍ଡ ଇୟର ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତ ଜ୍ଞାନଶେଖରନକୁ ଗିରଫ କରିଥିଲା । ୟୁନିଭର୍ସିଟି ପାଖରେ ତା’ର ବିରିୟାନୀ ଦୋକାନ ରହିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.