ନୂଆଦିଲ୍ଲୀ,୦୨/୦୨: ଏଣିକି ଗୋଟିଏ କ୍ଲିକ୍ରେ ନେଟଫ୍ଲିକ୍ସର ସମସ୍ତ ସିଜିନକୁ ଡାଉନଲୋଡ଼ କରିପାରବେ ଆଇଫୋନ ଓ ଆଇପ୍ୟାଡ୍ ୟୁଜର । ୟୁଜରଙ୍କ ଲାଗି ନୂଆ ଫିଚର ଆଣିଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ । ୨୦୧୧ରୁ ଏହି ସୁବିଧା କେବଳ ଆଣ୍ଡ୍ରଏଡ ୟୁଜରଙ୍କ ଲାଗି ଉପଲବ୍ଧ ଥିଲା । ପ୍ରାୟ ୩ବର୍ଷ ପରେ ଏହାକୁ iOS ୟୁଜରଙ୍କ ଲାଗି ମଧ୍ୟ ଉପଲବ୍ଧ କରାଯାଇଛି ନେଟଫ୍ଲିକ୍ସ ।
ପୂର୍ବରୁ ଆଇଫୋନ ଓ ଆଇପ୍ୟାଡ୍ ୟୁଜରମାନେ କୌଣସି ସିଜିନର ଏପିସୋଡ଼ଗୁଡିକୁ ଅଫଲାଇନ ମୋଡରେ ଦେଖିବାକୁ ହେଲେ ଅଲଗା ଅଲଗା ଭାବେ ପ୍ରତି ଏପିସୋଡକୁ ଡାଉନଲୋଡ କରୁଥିଲେ । କିନ୍ତୁ ଏବେ ମାତ୍ର ଗୋଟିଏ କ୍ଲିକରେ ଏହା ହୋଇପାରିବ । ଯାହାଦ୍ବାରା ୟୁଜରଙ୍କୁ ଗୋଟିଏ ଏପିସୋଡ ଡାଉନଲୋଡ ହେବା ପର୍ଯ୍ୟନ୍ତ ଜଗି ରହିବାକୁ ପଡ଼ିବ ନାହିଁ । ଗୋଟିଏ କ୍ଲିକରେ ସମସ୍ତ ଏପିସୋଡ ଡାଉନଲୋଡ ହେଉଥିବାରୁ ୟୁଜରଙ୍କ ବହୁମୂଲ୍ୟ ସମୟ ମଧ୍ୟ ବଞ୍ଚିବ। ସେୟାର ବଟନ୍ ପାଖରେ ଥିବା ଡାଉନଲୋଡ ବଟନ୍କୁ ବ୍ୟବହାର ଦ୍ବାରା ଏହା ସମ୍ଭବ ହେବ ।
ତେବେ ପ୍ରଥମେ ନିଜ ଆଇଫୋନ ଓ ଆଇପ୍ୟାଡ୍ରେ ନେଟଫ୍ଲିକ୍ସ ଆପ୍ର ଲାଟେଷ୍ଟ ଭର୍ସନକୁ ପ୍ରଥମେ ଡାଉନଲୋଡ୍ କରନ୍ତୁ । ଏହାପରେ ନେଟଫ୍ଲିକ୍ସ ଆପ୍କୁ ଖୋଲନ୍ତୁ ଓ ଆପଣ ଡାଉନଲୋଡ କରିବାକୁ ଚାହୁଁଥିବା ଟିଭି ଶୋ'କୁ ସର୍ଚ୍ଚ କରନ୍ତୁ ।ଏହାପରେ ଉକ୍ତ ଶୋ'ର ଯେଉଁ ସିଜିନକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାହାକୁ ଚୟନ କରନ୍ତୁ । ସେୟାର ଓ ରେଟ୍ ଅପସନ ପରେ ଥିବା 'Download Season' ଉପରେ କ୍ଲିକ କରନ୍ତୁ । ନଚେତ ଉକ୍ତ ଶୋ'ର ସିଜିନ ଟ୍ରେଲରର Play ବଟନ୍ ତଳେ ଥିବା ଡାଉନଲୋଡ ବଟନ୍କୁ ମଧ୍ୟ ୟୁଜର କ୍ଲିକ୍ କରି ପୂରା ସିଜିନକୁ ଡାଉନଲୋଡ କରିପାରିବେ । ପୂର୍ବରୁ ଏହା କରିବା ଦ୍ବାରା ଉକ୍ତ ଏପିସୋଡ ଡାଉନଲୋଡ୍ ହେଉଥିଲା । ନେଟଫ୍ଲିକ୍ସ କିଛି ରାଷ୍ଟ୍ର ଯେପରିକି ଆମେରିକା, କାନାଡା, ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲରେ ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି କରିବା ପରେ ଏହି ଫିଚର ଆଣିଛି । କିନ୍ତୁ ଭାରତରେ ସବସ୍କ୍ରିପସନ ଦର ସମାନ ରହିଛି । ଭାରତରେ ମୋବାଇଲ ପ୍ଲାନ ପ୍ରତି ମାସ ପିଛା ଦର ୧୪୯ଟଙ୍କାରୁ ଆରମ୍ଭ ହେଉଛି । ବେସିକ୍ ପ୍ଲାନ ଲାଗି ୟୁଜରଙ୍କୁ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ, ଯେଉଁଥିରେ ମୋବାଇଲ ସହ ଲାପଟପ୍ରେ କଣ୍ଟେଣ୍ଟ ଦେଖିହେବ ।