ନୂଆଦିଲ୍ଲୀ, ୨।୨: ବଜେଟ୍ ୨୦୨୫-୨୬ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଲଗାତାର ଅଷ୍ଟମ ଥର ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ । ଚଳିତ ବଜେଟ୍ ୨୦୨୫-୨୬ରେ ଶସ୍ତା ହୋଇଛି ସୁନା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୂର୍ବରୁ ଲୋକେ ମାତ୍ର ୧୮ ଟଙ୍କାରେ ସୁନା କିଣୁଥିଲେ । ୧୯୨୫ରେ ମାତ୍ର ୧୮ ଟଙ୍କାରେ ବିକ୍ରି ହେଉଥିଲା ସୁନା । ଗତ ୧୦୦ ବର୍ଷରେ ସୁନାର ଦାମ୍ରେ କେତେ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା ।
୧ ଫେବୃଆରୀରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡ଼ି ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟ୍ରେ ସୁନା ଶସ୍ତା ହୋଇଥିବା ଘୋଷଣା କରାଯାଇଛି । ତେବେ ଚଳିତ ବର୍ଷ ସୁନା ୧୦ ଗ୍ରାମ୍ ପିଛା ୮୪ ହଜାର ପାର୍ କରିଥିଲା। କିନ୍ତୁ, ଆଗରୁ ସୁନା ଖୁବ୍ ଶସ୍ତା ଥିଲା । ଏଭଳି ଏକ ସମୟ ଥିଲା ଯେତେବେଳେ ୧୦ ଗ୍ରାମ୍ ପିଛା ସୁନାର ଦାମ୍ ୨ରୁ ୩ ହଜାର ଟଙ୍କାରେ ବିକ୍ରି ହେଉଥିଲା । ପରବର୍ତ୍ତୀ ସମୟରେ ଏହାର ଦାମ୍ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲା । କହିରଖୁ କି, ଗତ ୧୦୦ ବର୍ଷରେ ସୁନାର ଦାମ୍ ଆକାଶଛୁଆଁ ହେଲାଣି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୯୨୫ରେ ମାତ୍ର ୧୮ ଟଙ୍କାରେ ସୁନା ବିକ୍ରି ହେଉଥିଲା ।
ସେହିଭଳି ୧୯୩୫ରେ ୧୦ ଗ୍ରାମ୍ ପିଛା ସୁନାର ଦାମ୍ ୩୦ ଟଙ୍କା ହୋଇଥିଲା । ସେହିଭଳି ୧୯୪୫ରେ ୬୨ ଟଙ୍କା, ୧୯୫୫ରେ ଏହାର ମୂଲ୍ୟ ବୃଦ୍ଧି ପାଇ ୭୯ ଟଙ୍କା ହୋଇଥିଲା । ୧୯୬୫ରେ ୭୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାପରେ ୧୯୭୫ରେ ସୁନାର ଦାମ୍ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯାହାର ୧୦ ବର୍ଷ ପରେ ଏହା ୫୪୦ ଟଙ୍କାରେ ପହଞ୍ଚିଥିଲା । ୧୯୮୫ରେ ସୁନାର ଦାମ୍ ୨ ହଜାର ୧୩୦ ଟଙ୍କା, ୧୯୯୫ରେ ଏହା ୬୮୦ ଓ ୨୦୦୫ରେ ଏହା ୭ ହଜାର ଟଙ୍କାରେ ପହଞ୍ଚିଥିଲା । କହିରଖୁ କି, ୨୦୧୦ରେ ସୁନାର ମୂଲ୍ୟ ୧୮ ହଜାର ୫୦୦ ଥିବାବେଳେ ୨୦୧୧ରେ ହ୍ରାସ ପାଇ ୭ ହଜାର ୯୦୦ ଏହା ପରେ ୨୬ ହଜାର ୪୦୦ ପର୍ଯ୍ୟନ୍ତ ପହଞ୍ଚିଥିଲା । ୨୦୨୦ରେ ଏହା ୪୮ ହଜାର ୬୫୧ ମୂଲ୍ୟରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ୫୦ ହଜାର ପାର୍ କରି ୫୨ ହଜାର ୬୭୦ ଟଙ୍କା ହୋଇଥିଲା । ୨୦୨୩ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୮ ହଜାର ୩୮୫ ଏବଂ ଗତବର୍ଷ ୭୧ ହଜାର ପାର୍ କରିଥିଲା ସୁନା ଦର ।