ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଭାରତୀୟ ସେୟାର ବଜାରରେ ଝଡ଼, ୭୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

Published By : Prameya | February 3, 2025 10:19 AM

ନୂଆଦିଲ୍ଲୀ ୦୩/୦୧: ଭାରତୀୟ ସେୟାର ବଜାରରେ ଝଡ଼। ସୋମବାର କାରବାର ଆରମ୍ଭ ହେବା ମାତ୍ରେ ହେଲା କ୍ରାସ୍। ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ, ଭାରତର ଟିକସ ଛାଡ଼ ବଜାର ଉପରେ ପକାଇଲା ବଡ଼ ଧରଣ ପ୍ରଭାବ। ବିଏସ୍‌ସି ସେନସେକ୍ସ ଖୋଲିବା ମାତ୍ରେ ୭୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ଏନ୍‌ଏସ୍‌ସି ନିଫ୍ଟି ମଧ୍ୟ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ସାଧାରଣ ବଜେଟ୍ ପରେ ମାଟି କାମୁଡ଼ିଛି ଷ୍ଟକ ମାକେର୍ଟ। ୫ମିନିଟରେ ଉଡିଗଲା ୫ ଲକ୍ଷ କୋଟି । ଟ୍ରମ୍ପଙ୍କ ଟାରିଫ ଆକ୍ସନ ପ୍ରଭାବରେ ପୁଞ୍ଜି ବଜାରରେ ଝଡ ସୃଷ୍ଟି ହୋଇଛି । ଭାରତ ଉପରେ ବି ବିପଦ ଦେଖା ଦେଇଛି ।

ଦେଶର ସାଧାରଣ ବଜେଟ୍ ଉପସ୍ଥାପନା ଦିନକ ପରେ ସୋମବାର ପୁଣି ତଳମୁହାଁ ହେଲା ସେୟାର ବଜାର । ବଜେଟରେ ହୋଇଥିବା ସମସ୍ତ ବଡ଼ ଘୋଷଣାର ପ୍ରଭାବରେ ଷ୍ଟକ ମାକେର୍ଟ ଝଡ଼ ସୃଷ୍ଟି କରିଛି। ଫଳରେ ବିଏସ୍‌ସି ସେନସେକ୍ସ ୭୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟି ମଧ୍ୟ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି।

ସାଧାରଣ ବଜେଟରେ ମୋଦି ସରକାରଙ୍କ ଦ୍ୱାରା ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିବା ସମେତ ଅନ୍ୟାନ୍ୟ ବଡ଼ ଘୋଷଣାର ପ୍ରଭାବ ବଜାର ଉପରେ ଦେଖାଯାଇ ନାହିଁ। ଅନ୍ୟପକ୍ଷରେ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଖେଳିଥିଲେ । ପ୍ରଥମେ ଅବୈଧ ପ୍ରବାସୀଙ୍କୁ କରିଥିଲେ ଟାର୍ଗେଟ୍‌ । ଏବେ ଶୁଳ୍କ ଯୁଦ୍ଧ (ଟାରିଫ୍‌ ୱାର)କୁ ଦେଇଛନ୍ତି ଇନ୍ଧନ । କାନାଡ଼ା, ମେକ୍ସିକୋ ଓ ଚୀନ୍‌କୁ ଟ୍ରମ୍ପ୍‌ଙ୍କ ପ୍ରଥମ ଚୋଟ ଖାଇବାକୁ ପଡ଼ିଛି । ଭାରତ ବର୍ତ୍ତିଯାଇଥିଲେ ବି ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧର ପ୍ରଭାବ ବିଶ୍ୱ ବଜାର ପରି ଭାରତୀୟ ସେୟାର ବଜାର ଉପରେ ମଧ୍ୟ ଦେଖାଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.