ନୂଆଦିଲ୍ଲୀ, ୦୧/୦୨: ସଂସଦରେ ମୋଦି-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆଗତ କରିଛନ୍ତି। ଔଷଧ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ ନେଇ ବଡ଼ ଘୋଷଣ ହୋଇଛି। ଜୀବନ ରକ୍ଷକ ୩୬ ପ୍ରକାଶର ଔଷଧ ଉପରୁ କଷ୍ଟମ୍ ଡ୍ୟୁଟିକୁ ସମ୍ପୂର୍ଣ୍ଣ ଛାଡ଼ ରୂପ କରାଯାଇଛି। ଏଥିସହିତ ୬ ଜୀବନ ରକ୍ଷାକାରୀ ଔଷଧ ଉପରୁ ୫ ପ୍ରତିଶତ ଡ୍ୟୁଟି ଛାଡ଼ କରାଯିବା ନେଇ ବଜେଟ୍ରେ ଘୋଷଣା କରାଯାଇଛି। ସେହିଭଳି ଦେଶରେ ଶସ୍ତା ହେବ କ୍ୟାନସର ଔଷଧ।ଖୋଲିବ ନୂଆ କ୍ୟାନସର କେୟାର ସେଣ୍ଟର। ସମସ୍ତ ଜିଲ୍ଲା ହସ୍ପିଟାଲରେ ଖୋଲିବ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ନେଇ ଘୋଷଣା ହୋଇଛି।ମେଡିକାଲ ଉପକରଣ ମଧ୍ୟ ଶସ୍ତା ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।
Delhi Assembly Election: ସରିଲା ଦିଲ୍ଲୀ ନିର୍ବାଚନ...