ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Budget 2025: ବଜେଟ ପରେ ବନ୍ଦେ ଭାରତକୁ ନେଇ ଖୁସି ଖବର ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ଜାଣନ୍ତୁ କ’ଣ ରହିଛି ପୁରା ଖବର…

Published By : Bijay Swain | February 1, 2025 11:03 PM

Image courtesy: zeetv

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୫-୨୬ ବଜେଟ୍ର ଉପସ୍ଥାପନ କରିଛନ୍ତି । ଏହା ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ୍। ଚଳିତବର୍ଷର ବଜେଟ୍ ରେ ରେଳ ବିଭାଗକୁ ୨.୨୫ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ବାରତ ଟ୍ରେନକୁ ନେଇ ଏକ ନୂଆ ଅପଡେଟ ଦେଇଛନ୍ତି। ନୂତନ ବଜେଟରେ ମୋଟ ୨୦୦ଟି ବନ୍ଦେ ଭାରତ ଟ୍ରେନ ବନାଇବା ପାଇଁ ମଞ୍ଜୁରି ଦିଆଯାଇଛି ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। 

ଶନିବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ ପରେ ଅଶ୍ୱିନୀ ବୌଷ୍ଣବ ରେଳ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ସେ ରେଳବାଇ ପାଇଁ ଆବଣ୍ଟିତ ବିଭିନ୍ନ ପ୍ରକଳ୍ପ ଓ ରେଳ ବିଭାଗର ଆଗାମୀ ଭବିଷ୍ୟତର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଚଳିତ ବଜେଟରେ ଭାରତୀୟ ରେଳର ବିକାଶ ପାଇଁ ୧୭ ହଜାର ୫୦୦ ସାଧାରଣ କୋଚ୍, ୨୦୦ ବନ୍ଦେ ଭାରତ ଓ ୧୦୦ ଅମୃତ ଭାରତ ଟ୍ରେନ୍ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି ବୋଲି ସେ ସାମ୍ବାଦିକ ସମ୍ମିଳନିରେ ସୂଚନା ପ୍ରଦାନ କରିଛନ୍ତି। 

ବଜେଟରେ ୪.୬ ଲକ୍ଷ କୋଟି ଟଙ୍କାର ନୂତନ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି। ଯାହା ୪ ରୁ ୫ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏଥି ମଧ୍ୟରେ ନୂତନ ରେଳ ଲାଇନ ସ୍ଥାପନ, ରେଳ ଲାଇନର ଦୋହରିକରଣ, ନୂତନ ନିର୍ମାଣ, ବିଭିନ୍ନ ଷ୍ଟେସନର ବିକାଶ ଆଦି ରହିଛି। ଏହା ସହ ରେଳ ଯାତ୍ରା ପାଇଁ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ୧୦୦ ଅମୃତ ଭାରତ, ୫୦ ନାମୋ ଭାରତ ଓ ୨୦୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସାଧାରଣ କୋଚ୍ ନିର୍ମାଣ କାର୍ଯ୍ୟ ବହୁ ପୂର୍ବରୁ ଚାଲିଛି ଏବଂ ମାର୍ଚ୍ଚ ୩୧ ଶେଷ ସୁଦ୍ଧା ୧୪୦୦ ଟି କୋଚ୍ ପ୍ରସ୍ତୁତ ହୋଇଯିବ। ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୨,୦୦୦ ରୁ ଅଧିକ ସାଧାରଣ କୋଚ୍ ନିର୍ମାଣ କରିବା ଲକ୍ଷ୍ୟ ରହିଛି। ଏହା ସହିତ ବହୁ ଜଲଦି ୧୦୦୦ଟି ନୂତନ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଅନୁମୋଦନ ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳବାଇ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ମାଲ ପରିବହନ କ୍ଷମତା ସହ ଜଡିତ ଏକ ପ୍ରମୁଖ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି।  ସେ କହିଛନ୍ତି ଯେ ମାର୍ଚ୍ଚ ୩୧ ସୁଦ୍ଧା ଆମେ ୧.୬ ବିଲିୟନ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କରିବୁ। ଯାହା ଚୀନ୍ର ରେଳ ବିଭାଗ ପରେ ମାଲ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ବିଭାଗ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତୀୟ ରେଳ ବିଭାଗ ଶତପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିବାକୁ ଯାଉଛି। ରେଳ କାର୍ଯ୍ୟର ନିରାପତ୍ତା ଉପରେ ଗୁରୁତ୍ୱ ଦେଇ ଭାରତ ସରକାର ଏଥିପାଇଁ ସହାୟତା ରାଶିକୁ ୧.୮ ଲକ୍ଷ କୋଟିରୁ ବଢାଇ ୧.୧୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାହାକୁ ଆସନ୍ତା ଆର୍ଥିକ ବର୍ଷରେ ୧.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.