ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ନିର୍ବାଚନୀ ଷ୍ଟଣ୍ଟ, ପଶ୍ଚିମବଙ୍ଗକୁ ଅବହେଳା..., ସାଧାରଣ ବଜେଟ୍‌କୁ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧ

Published By : Prameya | February 1, 2025 7:54 PM

କୋଲକାତା,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆଗତ କରିଛନ୍ତି ୨୦୨୫-୨୬ ବଜେଟ୍। ଏହାକୁ ନେଇ ତୃଣମୂଳ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ସାଧାରଣ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିହାରରେ ନିର୍ବାଚନ ଅଛି, ତେଣୁ ବିହାର ପରିପ୍ରେକ୍ଷୀରେ ପ୍ରସ୍ତୁତ କରାଯାଇଛି। କିନ୍ତୁ ପଶ୍ଚିମବଙ୍ଗକୁ ପ୍ରତି ଅବହେଳା କରାଯାଇଛି। 

ଅଭିଷେକ ବିଜେପିକୁ କଡା ସମାଲୋଚନା କରି କହିଛନ୍ତି, ପଶ୍ଚିମବଙ୍ଗରୁ ଯେତେ ବି ବିଜେପି ସାଂସଦ ଦିଲ୍ଲୀ ଆସନ୍ତୁ, ବଞ୍ଚିତ କରିବାର ଖେଳ ଜାରି ରହିଛି। ସବୁକିଛି ଦେଖିବା ପରେ ବି ପଶ୍ଚିମବଙ୍ଗରେ ଥିବା ବିଜେପି ସାଂସଦ ଚୁପ୍ ରହିଛନ୍ତି। ଏହି ବଜେଟ୍‌ରୁ ଅଧିକ ଆଶା ନଥିଲା। ଯେତେବେଳେ ସେ ବଙ୍ଗଳାରୁ ୧୮ ସାଂସଦ ପଠାଇଥିଲେ, ସେତେବେଳେ ମଧ୍ୟ ସେ ବଙ୍ଗଳାକୁ କିଛି ଦେଇନଥିଲେ। ଆଜି ବି ବିଜେପି ପାଖରେ ୧୨ ସାଂସଦ ଅଛନ୍ତି, ତଥାପି ପଶ୍ଚିମବଙ୍ଗକୁ କିଛି ମିଳିଲାନି। ଏହାପରେ ବି କୌଣସି ସାଂସଦ ବିରୋଧ କରିବେନି।

ପଶ୍ଚିମବଙ୍ଗ ଦୀର୍ଘ ସମୟ ଧରି ବଞ୍ଚିତ ରହିଛି। ଆଜି ମଧ୍ୟ ବଞ୍ଚିତ, କାରଣ ଚଳିତ ବର୍ଷ ବିହାରରେ ନିର୍ବାଚନ ଅଛି, ତେଣୁ ବିହାର ପାଇଛି ସବୁକିଛି କରାଗଲା। ସେମାନେ ନିର୍ବାଚନକୁ ଧ୍ୟାନରେ ରଖି ବଜେଟ୍ ଆଗତ କରନ୍ତି। ସେମାନେ ସାଧାରଣ ଓ ଗରିବ ଲୋକଙ୍କ ପାଇଁ କିଛି କରନ୍ତି ନାହିଁ। ଏହି ବଜେଟ୍ ରାଜନୈତିକ ନୁହେଁ ବଂର ଅବସରବାଦୀ। ଜନକୈନ୍ଦ୍ରୀକ ନୁହେଁ ବିଜେପିର ନିର୍ବାଚନି ମେସିନାରୀ ଓ ତାଙ୍କ ସହଯୋଗୀଙ୍କୁ ଖୁସି କରିବା ପାଇଁ ତିଆରି କରାଯାଇଥିବା ନିର୍ବାଚନୀ ଷ୍ଟଣ୍ଟ। ପଶ୍ଚିମବଙ୍ଗ ପାଇଁ ଏହି ବଜେଟ୍ ଆର୍ଥିକ ବିଶ୍ବାସଘାତଠାରୁ କମ୍ ନୁହେଁ। ରାଜ୍ୟ ପାଇଁ ଗୋଟିଏ ବି ସାର୍ଥକ ଆର୍ଥିକ ଆବଣ୍ଟନ କରାଯାଇ ନାହିଁ। ବଙ୍ଗଳାର ଆର୍ଥକି ବକାଶକୁ ରୋକିବା ପାଇଁ ଏହା ଏକ ଷଡଯନ୍ତ୍ର।

ଲୋକସଭା ନିର୍ବାଚନ ଓ ନୂଆ ଇଭିଏମ୍ କିଣିବାକୁ ବଜେଟ୍ରୁ ମିଳିଲା ଫଣ୍ଡ, ଜାଣନ୍ତୁ ମିଳିଲା କେତେ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.