ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନାଗପୁରରେ ଚାଞ୍ଚଲ୍ୟ; ମାତ୍ର ୩୦୦ ଟଙ୍କାର ଟି-ସାର୍ଟପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

Published By : Bijay Swain | February 3, 2025 11:16 PM

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ହୃଦୟ ଥରାଇଦେବା ଭଳି ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ୩୦୦ ଟଙ୍କିଆ ଟି-ସାର୍ଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ପାଇଁ ଦୁଇଜଣ ନିଜ ୨୯ ବର୍ଷିୟ ସାଙ୍ଗକୁ ହତ୍ୟା କରିଛନ୍ତି। 

ସୂଚନା ମୁତାବକ, ଏହି ଘଟଣା ଗତ ରବିବାର ଶାନ୍ତିନଗର ଅଞ୍ଚଳରେ ଘଟିଛି। ଅକ୍ଷୟ ଆସୋଲେ ନାମକ ଜଣେ ଶୁଭମ ହାର୍ଣ୍ଣେଙ୍କ ନିକଟରୁ ଅନଲାଇନରୁ ଏକ ଶାର୍ଟ ଅର୍ଡର କରିଥିଲେ। ପରେ ଶାର୍ଟଟି ଅକ୍ଷୟଙ୍କୁ ଫିଟ୍ ନହେବାରୁ ସେ ଶୁଭମଙ୍କୁ ତାଙ୍କ ୩୦୦ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଶୁଭମ ଶାର୍ଟଟିକୁ ଫେରସ୍ତ ନେବାକୁ ସିଧାସଳଖ ମନା କରିଦେଇଥିଲେ। 

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା। ଅକ୍ଷୟ ଓ ଶୁଭମଙ୍କ ମଧ୍ୟରେ ଧିରେଧିରେ ବଚସା ବଢିବାରେ ଲାଗିଥିଲା। ଶୁଭମ ଅକ୍ଷୟଙ୍କୁ ଗାଳିଦେବା ସହ ତାଙ୍କ ମୁହଁରେ ପଇସା ଫିଙ୍ଗିଦେଇଥିଲେ। ଆଉ ଏ ଅପମାନରେ ଅକ୍ଷୟ ସେ ଜାଗା ଛାଢି ଚାଲିଯାଇଥିଲେ। 

ଏହା ପରେ ଅକ୍ଷୟ ସିଧାଯାଇ ନିଜ ଘରେ ପହଞ୍ଚିଥିଲେ। ପୂର୍ବରୁ ଘରେ ଥିବା ତାଙ୍କ ଭାଇ ପ୍ରୟାଗ ଆସୋଲେଙ୍କୁ ସବୁ ଘଟଣା ବିଷୟରେ ଜଣେଇଥିଲେ। ଏହା ଶୁଣି ରକ୍ତମୁଖା ହୋଇପଡିଥିଲେ ପ୍ରୟାଗ। ପ୍ରତିଶୋଧ ନେବାପାଇଁ ଦୁଇଭାଇ ମଦ ପିଇ ଶୁଭମଙ୍କ ନିକଟରେ ପହଞ୍ଚିଥିଲେ। ଶୁଭମ କିଛି ବୁଝିବା ପୂର୍ବରୁ ଦୁଇଭାଇ ସାଙ୍ଗରେ ଆଣିଥିବା ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶୁଭମ ଘଟଣାସ୍ଥଳରେ ପ୍ରଣତ୍ୟାଗ କରିଥିଲେ।

ଏହି ଘଟଣାରେ ସାମିଲ ସମସ୍ତ ତିନି ଜଣ ସାଙ୍ଗ ଥିଲେ। ତେବେ ସେମାନଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବିବାଦ ରହିଥିଲା। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଦୁଇଜଣ ହତ୍ୟାକାଣ୍ଡ ସମୟରେ ପ୍ରଚୁର ମଦ୍ୟପାନ କରିଥିଲେ। ତେବେ ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଭାଇଙ୍କୁ ଗିରଫ କରିବା ସହ ମୃତଦ୍ହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ନାଗପୁରର ପୋଲିସ ଡିଏସପି ମେହେକ ସ୍ୱାମି ସୂଚନା ପ୍ରଦାନ କରିଛନ୍ତି। 

ହତ୍ୟାକାଣ୍ଡ ଘଟାଇଥିବା ଦୁଇଭାଇଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ମାମଲା ରହିଛି। ୨୦୧୨ରେ ଚୋରି ଓ ୨୦୧୫ରେ ରାତିରେ ସନ୍ଦେହଜନକ ଅବସ୍ଥାରେ ବୁଲିବା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଘଟଣା ପାଇଁ ଉଭୟଙ୍କୁ ପୋଲିସ ହେପାଜତକୁ ନେବା ସହ ଏନେଇ ଘଟଣାର ଛାନଭିନ ଚାଲିଛି ବୋଲି ପୋଲିସ ସୁଚନା ପ୍ରଦାନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.