ପ୍ରମୂଖ ଖବର
  • ବ୍ରହ୍ମପୁର : ମା’ ତାରାତାରିଣୀ ପୀଠ ରୋପଓ୍ବେର ହେବ ମରାମତି , ଆସନ୍ତା ୮ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ରହିବ ବନ୍ଦ
  • ||
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଜାତୀୟ ରାଜପଥରେ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ଦେବାକୁ ସରକାରଙ୍କ ଯୋଜନା; ଏକକ ଟୋଲ୍‌ ନୀତି କ'ଣ?

Published By : Prameya | February 4, 2025 12:02 AM

Image source: India Today

ନୂଆଦିଲ୍ଲୀ,୦୩/୦୨:  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ପଥଚାରୀଙ୍କ ଅଭିଜ୍ଞତା ବୃଦ୍ଧି କରିବା ପାଇଁ  ଏକ ଏକକ ଟୋଲ୍ ନୀତି ଉପରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ବୋଲି ସୋମବାର ଦିନ କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଭାରତରେ ବୃଦ୍ଧି ହେଉଥିବା ସଡ଼କ ନେଟୱାର୍କ ବିଷୟରେ କହି ଗଡ଼କରୀ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଦେଶର ରାଜପଥ ଭିତ୍ତିଭୂମି ଏବେ ଆମେରିକା ସହିତ ମେଳ ଖାଉଛି।

ଆଶା କରାଯାଉଛି ଯେ, ପ୍ରସ୍ତାବିତ ଏକକ ଟୋଲ୍ ନୀତିରେ ଅଧିକ ସୁଗମ, ସ୍ୱଚ୍ଛ ଏବଂ ଦକ୍ଷ ଟୋଲ୍ ଆଦାୟ ବ୍ୟବସ୍ଥା ପ୍ରଚଳନ କରାଯିବ, ଯାହାକି ରାସ୍ତାର ଗୁଣବତ୍ତା ବଜାୟ ରଖିବା ସହିତ ଯାତ୍ରୀମାନଙ୍କ ପାଇଁ ଗମନାଗମନର ଉତ୍କୃଷ୍ଟ ସୁବିଧା ଯୋଗାଇବ। ଭାରତ ବିଶ୍ୱସ୍ତରୀୟ ଏକ୍ସପ୍ରେସୱେ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଉନ୍ନତ ସଂଯୋଗୀକରଣ ସହିତ ଏହାର ପରିବହନ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ପ୍ରଚୁର ନିବେଶ ଜାରି ରଖିଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଗଡ଼କରୀ।

ଗଡ଼କରୀଙ୍କ ଯୋଜନା କ'ଣ?

ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ଗଡ଼କରୀ ପୁଣି କହିଛନ୍ତି ଯେ,' ଆମେ ଏକକ ଟୋଲ୍‌ ନୀତି ଉପରେ କାମ କରୁଛୁ। ଏହା ଜାତୀୟ ରାଜପଥରେ ଯାତ୍ରୀମାନଙ୍କର ସମସ୍ୟାର ସମାଧାନ କରିବ।' ସୂଚନାଥାଉକି, ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଯାତ୍ରୀମାନେ ଯାତାୟତ କରୁଥିବା ବେଳେ ଯେଉଁସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏବଂ ଉଚ୍ଚ ଟୋଲ ଶୁଳ୍କକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ସୃଷ୍ଟି ହେଉଛି ସେନେଇ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ଗଡ଼କରି ଉପରୋକ୍ତ କଥା କହିିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ,'ମନ୍ତ୍ରାଳୟ ପ୍ରାରମ୍ଭରେ ଜାତୀୟ ରାଜପଥରେ ସିମଲେସ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍‌ଏସ୍‌ଏସ୍‌) ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।'

ଗଡ଼କରି ପୁଣି କହିଛନ୍ତି ଯେ,' ଭାରତୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଯାତ୍ରୀଙ୍କ ସମସ୍ୟାକୁ ନେଇ ଅନେକ ପ୍ରକାର ଗୁରୁତର ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଗ୍ରହଣ କରିବା ପରେ ଏନେଇ ସମ୍ପୃକ୍ତ ଥିବା କଣ୍ଟ୍ରାକ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଜାତୀୟ ରାଜପଥରେ ଘରୋଇ କାରଗୁଡ଼ିକ ପ୍ରାୟ ୬୦ ପ୍ରତିଶତ ଯାତାୟାତ କରୁଥିବା ବେଳେ, ଏହି ଯାନଗୁଡ଼ିକରୁ ଟୋଲ୍ ରାଜସ୍ୱର ଅଂଶ କେବଳ ୨୦ ରୁ ୨୬ ପ୍ରତିଶତ ଅଟେ। ଗତ ୧୦ ବର୍ଷ ମଧ୍ୟରେ ଅଧିକରୁ ଅଧିକ ସ୍ଥାନ ଟୋଲିଂ ବ୍ୟବସ୍ଥା ଅଧୀନକୁ ଆସିବା ପରେ ମଧ୍ୟ ରାଜପଥରେ ଟୋଲ୍ ଶୁଳ୍କ ବୃଦ୍ଧି ପାଇଛି, ଯାହା ପ୍ରାୟତଃ ଉପଭୋକ୍ତାଙ୍କ ଅସନ୍ତୋଷର ମୂଳ କାରଣ ପାଲଟିଛି। 

ଭାରତରେ ଟୋଲ ଆଦାୟର ତଥ୍ୟ: 

୨୦୨୩-୨୪ର ତଥ୍ୟ ଅନୁସାରେ ଭାରତରେ ଟୋଲ ଆଦାୟ ୬୪,୮୦୯.୮୬ କୋଟିରେ ପହଞ୍ଚିଥିଲା, ଏହା ପୂର୍ବବର୍ଷର ଟୋଲ୍‌ ଆଦାୟର ୩୫ ପ୍ରତିଶତ ଅଧିକ ଅଟେ। ସେହିପରି ଦେଶରେ ୨୦୧୯-୨୦ରେ ୨୭,୫୦୩ କୋଟି ଟଙ୍କା ଟୋଲ୍‌ ସଂଗ୍ରହ କରାଯାଇଛି। ଜାତୀୟ ରାଜପଥରେ ସମସ୍ତ ଉପଭୋକ୍ତା ଫି ପ୍ଲାଜା ଜାତୀୟ ରାଜପଥ ଦର ନିୟମ,୨୦୦୮ ଏବଂ ସମ୍ପୃକ୍ତ ରିହାତି ଚୁକ୍ତିନାମାର ବ୍ୟବସ୍ଥା ଅନୁଯାୟୀ ପ୍ରତିଷ୍ଠିତ ହୋଇଛି। 

ଗଡକରୀଙ୍କର ଆତ୍ମବିଶ୍ୱାସ ରହିଛି ଯେ, ଚଳିତ ଆର୍ଥିକ ବର୍ଷରେ, ରାଜପଥ ମନ୍ତ୍ରଣାଳୟ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରତିଦିନ ୩୭ କିଲୋମିଟର ରାଜପଥ ନିର୍ମାଣର ପୂର୍ବ ରେକର୍ଡକୁ ଅତିକ୍ରମ କରିବ। ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ୭୦୦୦ କିଲୋମିଟର ରାଜପଥ ନିର୍ମାଣ କରାଯାଇଛି। ପାରମ୍ପରିକ ଭାବରେ, ଫେବୃଆରୀ-ମାର୍ଚ୍ଚ ଭିତରେ ରାଜପଥ ନିର୍ମାଣର ଗତି ଅଧିକ ରହେ। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ରାଜପଥ ନିର୍ମାଣର ଗତି ପ୍ରତିଦିନ ୩୭ କିଲୋମିଟର ରେକର୍ଡ ଛୁଇଁଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.