ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡ଼ି! ବଜେଟ୍‌ରେ ଲିଥିୟମ୍ ବ୍ୟାଟେରୀ ଓ ବିଭିନ୍ନ ଖଣିଜ ପଦାର୍ଥକୁ ନେଇ ବଡ଼ ଘୋଷଣା

Published By : Anindita | February 1, 2025 2:30 PM

ନୂଆଦିଲ୍ଲୀ, ୦୧/୦୨: ସଂସଦରେ ମୋଦି-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହୋଇଛି। ଆଜି ଅର୍ଥାତ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏହି ବଜେଟରେ ଯୁବବର୍ଗ ଏବଂ ମହିଳାଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ  ଗରିବ, ମଧ୍ୟବିତ୍ତ ,କୃଷକମାନଙ୍କ ପାଇଁ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଘୋଷଣା ମଧ୍ୟରୁ ଇଲେକ୍ଟ୍ରିକ୍ ଗାଡ଼ିରେ ବ୍ୟବହୃତ ଲିଥିୟମ୍ ଏୟାର ବ୍ୟାଟେରୀ ଉତ୍ପାଦନରେ ରିହାତି ମଧ୍ୟ ସାମିଲ ରହିଛି । ଏଥିରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକ ଶସ୍ତା ହେବା ନେଇ ଆଶା କରାଯାଉଛି।

ହା ମଧ୍ୟ ପଢନ୍ତୁ- AI ଶିକ୍ଷା ପାଇଁ ୫୦୦ କୋଟି; ଉଚ୍ଚମାଧ୍ୟମିକ ସ୍କୁଲରେ ହେବ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା

ବଜେଟ୍ ଉପସ୍ଥାପନ ସମୟରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋବାଲ୍ଟ ପାଉଡର ଏବଂ ବର୍ଜ୍ୟବସ୍ତୁ, ଲିଥିୟମ୍-ଆୟନ ବ୍ୟାଟେରୀର ସ୍କ୍ରାପ୍, ସୀସା, ଜିଙ୍କ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଛାଡ଼ କରାଯିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଲିଥିୟମ୍-ଆୟନ ବ୍ୟାଟେରୀ ଉତ୍ପାଦନ ପାଇଁ ୩୫ ଅତିରିକ୍ତ ବସ୍ତୁର ସୀମା ଶୁଳ୍କରୁ ଛାଡ଼ କରାଯିବ। ପ୍ରକାଶ ଥାଉକି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଜିନିଷ ଉପରେ ମଧ୍ୟ କଷ୍ଟମ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଯାହାଦ୍ବାରା କିଛି ଜିନିଷର ମୂଲ୍ୟରେ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି।  ବିଶେଷ କରି ଇଲେକ୍ଟ୍ରୋନିକ୍ସ, ଔଷଧ, ମୋବାଇଲ ବ୍ୟାଟେରୀ, ମୋବାଇଲ ଫୋନ୍, ଏଲଇଡ଼ି ଟିଭି, ଲେଦର ଜାତୀୟ ଜିନିଷ  ଏବଂ ବୈଦ୍ୟୁତିକ ଯାନ ସହ ଜଡିତ ବିଭିନ୍ନ ଜିନିଷଗୁଡ଼ିକ ଶସ୍ତା ହେବା ନେଇ ବଜେଟରେ ଘୋଷଣା କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.