ନୂଆଦିଲ୍ଲୀ ୦୧/୦୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶକୁ ଆଣବିକ ହବ୍ କରିବା ପାଇଁ ବଡ ଘୋଷଣା କରିଛନ୍ତି। ଆଣବିକ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୨୦ ହଜାର କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛନ୍ତି।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପରମାଣୁ ଶକ୍ତି ମିଶନ ଅଧୀନରେ ବିକଶିତ ଭାରତ ପାଇଁ ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି ବିକଶିତ ହେବ।ଏଥିପାଇଁ ପରମାଣୁ ଶକ୍ତି ଅଧିନିୟମରେ ସଂଶୋଧନ କରାଯିବ। ଏହା ବ୍ୟତୀତ ଜାହାଜ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ପୁନଃ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ଜାହାଜ ନିର୍ମାଣ ଗୋଷ୍ଠୀକୁ ସୁବିଧା ଯୋଗାଇ ଦିଆଯିବ ।
ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ସମସ୍ତଙ୍କ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ରହିଛି। ଆମର ଅର୍ଥବ୍ୟବସ୍ଥା ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ବୃଦ୍ଧି ପାଉଛି। ଗତ ୧୦ ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ୍ ରେକର୍ଡ ଏବଂ ଗଠନମୂଳକ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।