ନୂଆଦିଲ୍ଲୀ, ୦୧/୦୨ : ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଦସ୍ତାବିଜ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଭାଷଣରେ ଖେଳନା ଶିଳ୍ପ ଉପରେ ଗୁରୁତ୍ଵ ଦେଇଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି ଯେ, ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ହେବ ଭାରତ। ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡ୍ର ପ୍ରତିନିଧିତ୍ଵ କରାଯିବ। ଉଚ୍ଚମାନର ଏବଂ ଅଭିନବ ଖେଳନା ଉତ୍ପାଦନ ହେବ। ଏବେ ଚୀନ୍ ଖେଳନାରେ ଭାରତ ବଜାର ପରିପୂର୍ଣ୍ଣ। ଏପରି ସ୍ଥିତିରେ, ଚୀନ୍ ଖେଳଣା ବଜାର ସହିତ ପ୍ରତିଯୋଗିତା କରିବା ପାଇଁ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ।
ଏହି ଖବରଟିକୁ ପଢନ୍ତୁ-ଚାଷୀଙ୍କୁ ଭେଟି; ବଢିଲା କିସାନ କ୍ରେଡିଟ୍ କାର୍ଡ ଲିମିଟ୍, ଆରମ୍ଭ ହେବ ପିଏମ୍ ଧନଧାନ୍ୟ ଯୋଜନା
ଉଲ୍ଲେଖନୀୟ ଯେ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ରିଟିଶ ଖେଳନା ବ୍ରାଣ୍ଡ ହାମଲିଜ୍ କିଣିସାରିଛି। ହାମଲିଜ୍ ସହିତ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମଧ୍ୟ ରୋୱାନ୍ ନାମକ ଏକ ଖେଳନା ବ୍ରାଣ୍ଡ ମାଧ୍ୟମରେ ଖେଳନା ଉତ୍ପାଦନ ବ୍ୟବସାୟରେ ନିୟୋଜିତ ଅଛି। ହାମଲିଜ୍ ବ୍ରାଣ୍ଡ ପ୍ରାୟ ୨୬୫ ବର୍ଷ ପୂର୍ବେ ୧୭୬୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା। ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ପୁରୁଣା ଖେଳନା ବ୍ରାଣ୍ଡ।