ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚାଷୀଙ୍କୁ ଭେଟି; ବଢିଲା କିସାନ କ୍ରେଡିଟ୍ କାର୍ଡ ଲିମିଟ୍, ଆରମ୍ଭ ହେବ ପିଏମ୍ ଧନଧାନ୍ୟ ଯୋଜନା

Published By : Ankita S | February 1, 2025 11:44 AM

ନୂଆଦିଲ୍ଲୀ,୦୧/୦୨: ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ମହିଳା, କୃଷି ଓ ମଧ୍ୟବିତଙ୍କୁ ଗୁରୁତ୍ବ ଦିଆଯାଇଛି । ମୋଟ୍ ୫୦,୬୫,୩୪୫ କୋଟି ବ୍ୟୟ ଅଟକଳ ହୋଇଛି  । ସେଥିରୁ କୃଷି ପାଇଁ  ୧, ୭୧, ୪୩୭ କୋଟି ବ୍ୟୟ ବରାଦ ହୋଇଛି । ବଜେଟରେ କୃଷକଙ୍କୁ ବଡ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କିସାନ କ୍ରେଡିଟ୍ କାର୍ଡ ଲିମିଟକୁ ବୃଦ୍ଧି କରାଯାଇଛି । ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ ହେବ । ଯେଉଁଥିରେ ୧.୭ କୋଟି କୃଷକ ଉପକୃତ ହେବେ ବୋଲି ବଜେଟରେ ଘୋଷଣା ହୋଇଛି ।

ବଜେଟରେ ଚାଷୀଙ୍କ ପାଇଁ ବଡ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି । ବଜେଟରେ କୃଷକ, ମହିଳା ଓ ଗରିବଙ୍କୁ ଗୁରୁତ୍ବ ଦିଆଯାଉଛି । କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ରହିଛି । କିସାନ କ୍ରେଡିଟ୍ କାର୍ଡ ଋଣ ଲିମିଟକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ ।  ଏହା ସହିତ ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ ହେବ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ ରହିଛି । ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ ହେବ । ଅଣଚମଡା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ।

ଏହା ବି ପଢନ୍ତୁ...ଆଗତ ହେଲା ୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟ୍, ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ପିଏମ୍ ଧନଧାନ୍ୟ ଯୋଜନା-ସମସ୍ତଙ୍କ ବିକାଶ,ମଧ୍ୟବିତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ । ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଶୀଙ୍କ ଉପରେ ବଜେଟରେ ଫୋକସ କରାଯାଇଛି । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଳି  କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବେ । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିବ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ  ସାମିଲ କାରାଯିବ । ଏହା ସହିତ ଖାଇବା ତେଳରେ ଆତ୍ମନିର୍ଭର କରିବାକୁ ୬ ବର୍ଷିୟା ସ୍କିମ  ଘୋଷଣା ଆରମ୍ଭ ହେବ । ଫଳ ଓ ପରିବା ନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.