ନୂଆଦିଲ୍ଲୀ, ୦୧/୦୨: ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଗତ ୪ ବଜେଟ୍ ଓ ଅନ୍ତରୀଣ ଭଳି ଏହି ବଜେଟ୍ ମଧ୍ୟ ପେପରଲେସ୍ ରହିଛି । ଚଳିତ ବଜେଟରେ UDAN ଯୋଜନାର ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଏହି ସ୍କିମରେ ୪ କୋଟି ନୂଆ ଯାତ୍ରୀଙ୍କୁ ଯୋଡ଼ିବାରେ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ସହିତ ବିହାରର ୩ ନୂଆ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ଖୋଲାଯିବ । ଯାହା ପାଟଣା ବିମାନ ବନ୍ଦରର କ୍ଷମତାରୁ ବିସ୍ତାର କରିବ । ସେହିପରି ପାହାଡ଼ିଆ ଅଞ୍ଚଳରେ ଛୋଟ ଛୋଟ ଏୟାରପୋର୍ଟ ଓ ହେଲିପ୍ୟାଡ଼ ମଧ୍ୟ କରାଯିବ ।
ଏହା ମଧ୍ୟ ପଢନ୍ତୁ- ଚାଷୀଙ୍କୁ ଭେଟି; ବଢିଲା କିସାନ କ୍ରେଡିଟ୍ କାର୍ଡ ଲିମିଟ୍, ଆରମ୍ଭ ହେବ ପିଏମ୍ ଧନଧାନ୍ୟ ଯୋଜନା
ଉଡ଼ାଣ ସ୍କିମ ପାଇଁ ଆସନ୍ତା ୧୦ ବର୍ଷ ରେ ୧୨୦ ଟି ଏୟାରପୋର୍ଟ ବନାଯିବା ନେଇ ଘୋଷଣା । ଏହି ଯୋଜନା ପାହାଡିଆ ଓ ଉତ୍ତର-ପୂର୍ବ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ହେଲିପ୍ୟାଡ ଓ ଛୋଟ ଏୟାରପୋର୍ଟ ମଧ୍ୟ କରାଯିବ । ସାଧାରଣ ଜନତା ଓ ଛୋଟ ସହରଗୁଡିକୁ ବିମାନ ସେବା ଯୋଗାଇବା ପାଇଁ ମୋଦି ସରକାର ୨୦୧୬ରେ ଉଡ଼ାଣ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଉଦ୍ଦେଶ୍ୟ ଦେଶର କୋଣ ଅନୁକୋଣରୁ ଏୟାର କନେକ୍ଟିଭିଟିକୁ ପ୍ରୋତ୍ସାହିତ କରିବା। ବିଶେଷତଃ ସେହି ଅଞ୍ଚଳରେ ଯେଉଁଠାରେ ରେଳ, ସଡ଼କ ଏବଂ ଅନ୍ୟାନ୍ୟ ପରିବହନର ଅଭାବ ରହିଛି। ପିଏମ ମୋଦି ସାର୍ବଜନିକ ଭାବରେ କହି ସାରିଛନ୍ତି ଯେ, ସେ ଚପଲ ପିନ୍ଧିଥିବା ଲୋକଙ୍କୁ ବିମାନ ଚଳାଚଳ କରୁଥିବା ଦେଖିବାକୁ ଚାହୁଁଛନ୍ତି। ୧୫ ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଘୋଷଣା କରିଥିଲେ। ୨୭ ଏପ୍ରିଲ ୨୦୧୭ ରେ, ସେ ଦିଲ୍ଲୀ ଏବଂ ଶିମଲା ମଧ୍ୟରେ ପ୍ରଥମ ସ୍ଥାନୀୟ ବିମାନ ଉଡ଼ାଣ କରିଥିଲେ। ସେହିପରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ପ୍ରଥମ ଥର ଉଦ୍ୟମ ଆରମ୍ଭ କରିଥିବା ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀଙ୍କ ପାଇଁ ୨ କୋଟି ଟଙ୍କା ଋଣ ଆରମ୍ଭ କରିବେ। ସେହିପରି ୫୦ ଟି ପର୍ଯ୍ୟଟନ ସ୍ଥାନ ବିକାଶ କରାଯିବ।