ନୂଆଦିଲ୍ଲୀ ୧୭/୦୨: ପ୍ରୟାଗରାଜ ମହାକୁମ୍ଭରେ ଫେବ୍ରୁଆରୀ ୨୨-୨୩ରେ ଆୟୋଜିତ ହେବ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ୧୦ମ ସଂସ୍କରଣ । ଇଣ୍ଡିଆନ୍ କାଉନସିଲ ଫର କଲଚରାଲ୍ ରିଲେସନ୍(ଆଇସିସିଆର) ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ୧୨ଟି ଦେଶର ୧୪୨ କଳାକାର ନିଜ କଳାର ପ୍ରଦର୍ଶନ କରିବେ ।
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି,ସାଂସ୍କୃତିକ ଉତ୍ସବ ସମୟରେ ଅନ୍ତର୍ଜାତୀୟ କଳାକାରମାନଙ୍କର ପ୍ରତିନିଧିମଣ୍ଡଳ ଫେବ୍ରୁଆରୀ ୧୮-୨୩ ଯାଏ ଲକ୍ଷ୍ନୌ ଓ ପ୍ରୟାଗରାଜ ଯାତ୍ରା କରିବେ। ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଫେବ୍ରୁଆରୀ ୧୯-୨୦ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ କରିବେ ସେମାନେ । ଏହାପରେ ପ୍ରୟାଗରାଜରେ ଫେବ୍ରୁଆରୀ ୨୨-୨୩ରେ ନିଜର ପ୍ରସ୍ତୁତି ଦେବେ । ଏହି ପ୍ରସ୍ତୁତି ଗଙ୍ଗା ପେଣ୍ଡାଲ ଓ ମହାକୁମ୍ଭର ଅନ୍ୟ ମଞ୍ଚରେ ହେବ । କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, ଭିଏତନାମ, ଫିଜି, ମାଲେସିଆ, କିର୍ଗିଜସ୍ତାନ, ରୁଷ୍, ର୍ୱାଣ୍ଡା, ବାଂଲାଦେଶ, ମାଲେସିଆ ଓ ଫିଲିଫାଇନ୍ସ ପ୍ରଭୃତି ଦେଶର କଳାକାରଙ୍କୁ ଦେଖିବାକୁ ମିଳିବ ।