ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା

Published By : Prameya | March 14, 2025 10:29 AM

ମୁମ୍ବାଇ, ୧୪/୦୩: ଆମେରିକାରୁ ସୃଷ୍ଟି ହୋଇଥିବା ଶୁଳ୍କ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିଛି । ଭାରତ ବି ଏଥିରୁ ବର୍ତ୍ତିପାରିନାହିଁ । କ୍ରମାଗତ ଭାବେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)  ସେନ୍‌ସେକ୍ସ ଏବଂ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ତଳମୁହାଁ ହୋଇଚାଲିଛି । ନିଜ ନିଜର ରେକର୍ଡ ସ୍ତରରୁ ଉଭୟ ସୂଚକାଙ୍କ ତଳକୁ ଖସିଯାଇଛି । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ ଗତ  ୪ ମାସରେ ଭାରତୀୟ ଇକ୍ୱିଟି ବଜାରର ମାର୍କେଟ୍‌ କ୍ୟାପ୍‌ ୧ ଟ୍ରିଲିୟନ  ଡଲାର ସଂକୁଚିତ ହୋଇଛି । ଏଥିସହିତ ବିଶ୍ୱବ୍ୟାପୀ ମୋଟ ମାର୍କେଟ କ୍ୟାପ୍‌ରେ ଭାରତର ଅଂଶ କମିଛି । 

୨୦ ଦିନର ହାରାହାରି ହିସାବ  ଅନୁସାରେ, ବିଶ୍ୱ ଇକ୍ୱିଟି ବଜାର ମୂଲ୍ୟରେ ଭାରତର ଅଂଶ ୩%କୁ  ଖସିଛି, ଯାହାକି ପୂର୍ବବର୍ଷ ୪%ରୁ ଅଧିକ ରହିଥିଲା । ଭାରତୀୟ ଷ୍ଟକ୍‌  ବଜାରରେ ଲମ୍ବା ସମୟ ଧରି ହ୍ରାସ ଜାରି ରହିଛି । ନିଜର ରେକର୍ଡ ସ୍ତରରୁ ଏହା ୧୬% ହ୍ରାସ ପାଇଛି । ଆମେରିକାରେ ମାନ୍ଦାବସ୍ଥା ଅନୁମାନ  କରାଯାଉଛ । ଏହା ପ୍ରଭାବରେ ଏଠାରେ ସେୟାର ବଜାର ଏବେ  ଧରାସାୟୀ । ଉଡ଼ିଗଲାଣି ୪ ଟ୍ରିଲିୟନ ଡଲାର । ତେବେ ଆମେରିକାରେ ମାନ୍ଦାବସ୍ଥା ଭୟ ଭାରତୀୟ ବଜାରକୁ ଆହୁରି ଅସ୍ଥିରତା ଆଡ଼କୁ  ଅଗ୍ରସର କରୁଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଏହାସତ୍ତେ୍ୱ  ମୋର୍ଗାନ ଷ୍ଟାନ୍‌ଲି ଆକଳନ କରିଛି ଯେ, ବିଶ୍ୱ ବାଣିଜ୍ୟ ଯୁଦ୍ଧ ସତ୍ତେ୍ୱ  ୨୦୨୫ ଡିସେମ୍ବର ସୁଦ୍ଧା ସେନ୍‌ସେକ୍ସ ୧୦୫,୦୦୦ ପଏଣ୍ଟ ଛୁଇଁବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.