ନୂଆଦିଲ୍ଲୀ : ଦେଶର ଅନଲାଇନ୍ ଟ୍ୟାକ୍ସିର ସର୍ଭିସ ପ୍ରୋଭାଇଡ୍ କରୁଥିବା କମ୍ପାନୀ ରାପିଡୋ ବଡ଼ ଘୋଷଣା କରିଛି। କମ୍ପାନୀ କହିଛି ଯେ, ସେ ଚଳିତ ବର୍ଷ ଭାରତର ୫୦୦ଟି ସହରରେ ନିଜର ସର୍ଭିସ ଦେବାକୁ ସ୍କିମ୍ ପ୍ରସ୍ତୁତ କରୁଛି। ରାପିଡୋର କୋ-ଫାଉଣ୍ଡର ପବନ ଗୁଣ୍ଟୁପଲ୍ଲୀ କହିଛନ୍ତି ଯେ, କମ୍ପାନୀ ଚଳିତ ବର୍ଷ ଭାରତରେ ୫୦୦ଟି ସହରରେ ବିସ୍ତାର କରିବାକୁ ପ୍ରସ୍ତୁତି କରୁଛି। ସେ କହିଛନ୍ତି ଯେ, ଭାରତର ଟ୍ରାନ୍ସପୋର୍ଟ ମାର୍କେଟ୍ରେ ଖୁବ୍ ବିବିଧତା ଅଛି ଏବଂ ଏହି ସେକ୍ଟରରେ ବୃଦ୍ଧି ଘଟିବାର ସୁଯୋଗ ରହିଛି।
ରାପିଡୋର କୋ-ଫାଉଣ୍ଡର କହିଛନ୍ତି ଯେ, ଆମେ ମଜବୁତ ବୃଦ୍ଧି ଦେଖିବାକୁ ପାଉଛୁ। ଆମେ ପୂର୍ବରୁ ହିଁ ଦୁଇ ଚକିଆ ଉଦ୍ୟୋଗ ଓ ତିନି ଚକିଆ ଉଦ୍ୟୋଗରେ ଲିଡର ହୋଇ ପାରିଛୁ ଏବଂ ଆମକୁ ଏହା ମଧ୍ୟ ଖୁସି ଯେ, ଯେଉଁ କିଛି ସହରରେ ଆମେ କାମ କରୁଛୁ , ଆମେ ଚାରି ଚକିଆ ବାହନରେ ମଧ୍ୟ ଆଗୁଆ। ପ୍ରତିଦିନ ପାଖାପାଖି ୩୩ ଲକ୍ଷ ରାଇଡ୍ରୁ ୫୦ ପ୍ରତିଶତରୁ ଅଧିକ (୧୫ ଲକ୍ଷ) ଦୁଇ ଚକିଆ ଶ୍ରେଣୀରେ , ପାଖାପାଖି ୧୩ ଲକ୍ଷ ରାଇଡ୍ ଦୁଇ ଚକିଆ ଶ୍ରେଣୀରେ ଓ ୫ ଲକ୍ଷ ରାଇଡ୍ ୪ଚକିଆ ଶ୍ରେଣୀରେ ହୋଇଥାଏ। ରାପିଡୋ ନିଜର ମାର୍କେଟ୍କୁ ଆହୁରି ଅଧିକ ବଢାଇବା ପାଇଁ ୫୦୦ ସହରରେ ସର୍ଭିସ ଦେବାକୁ ଯାଉଛି।
ଗୁଣ୍ଟୁପଲ୍ଲୀ କହିଛନ୍ତି ଯେ, ଆମେ ବର୍ଷେ ପୂର୍ବେ ନିଜର ୪ଚକିଆ ବାହନ ଉଦ୍ୟୋଗରେ ପାଦ ରଖି ଥିଲୁ। ଆମେ ଯେଉଁ ନୂଆ ପ୍ରୟୋଗ କରିଛୁ , ସେଥିରୁ ଏହି କ୍ଷେତ୍ରରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଆମେ ଏବେ ନିଜ ମାର୍କେଟକୁ ପ୍ରଥମେ ସାଉଥ୍ ଇଣ୍ଡିଆ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଆରମ୍ଭ କରିବୁ।
କମ୍ପାନୀର ଆଇପିଓକୁ ନେଇ ମଧ୍ୟ ରାପିଡୋର କୋ-ଫାଉଣ୍ଡର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ରାପିଡୋ ଭଲ ବୃଦ୍ଧି କରିଛି। ଭଲ ଭାବେ କ୍ୟାପିଟାଲାଇଜଡ୍ ଓ ସ୍ଥିତିର ଆଧାରରେ ନିର୍ଣ୍ଣୟ ନେବୁ। ସେ କହିଛନ୍ତି କି ,ବର୍ତ୍ତମାନ କମ୍ପାନୀର ମୁଖ୍ୟ ଧ୍ୟାନ ବୃଦ୍ଧି ଉପରେ ରହିଛି। ରାପିଡୋ ନିଜର ଅଟୋ , ବାଇକ୍ ଟାକ୍ସି ଓ କ୍ୟାବ୍ ସେବା ଉପରେ ପ୍ରତିଦିନ ପାଖାପାଖି ୩୩ଲକ୍ଷ ଲୋକଙ୍କୁ ଯାତ୍ରାର ସୁବିଧା ପ୍ରଦାନ କରିଥାଏ।