ନୂଆଦିଲ୍ଲୀ: ହୋଣ୍ଡା କମ୍ପାନୀର ପ୍ରିମିୟମ୍ କାରଗୁଡ଼ିକ ଭାରତରେ ବହୁ ଲୋକପ୍ରିୟ। ଏହା ଦେଶର ବଡ଼ କାର୍ କମ୍ପାନୀ ମଧ୍ୟରୁ ଅନ୍ୟତମ । ଏବେ ହୋଣ୍ଡା ବିକ୍ରି ବୃଦ୍ଧି କରିବା ସହ ଗ୍ରାହକମାନଙ୍କୁ ଲାଭ ଦେବା ପାଇଁ ଏକ ଯୋଜନା ଆଣିଛି । ଏହି ଯୋଜନା କେବଳ ମାର୍ଚ୍ଚ ମାସ ପାଇଁ । ହୋଣ୍ଡା କାର୍ସ ଇଣ୍ଡିଆ ଏହାର ଯାନଗୁଡ଼ିକ ଉପରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିବ ବୋଲି ଘୋଷଣା କରିଛି । ଯଦି ଜଣେ ଗ୍ରାହକ Honda City, Honda Elevate ଏବଂ Honda City eHEV ମଡେଲ ମଧ୍ୟରୁ ଯେକୌଣସି ଗୋଟିଏ କିଣନ୍ତି, ତେବେ ସେ ଏହାର ଫାଇଦା ଉଠାଇ ପାରିବେ ।
ନଗଦ ରିହାତି, ଏକ୍ସଚେଞ୍ଜ ରିହାତି, କର୍ପୋରେଟ୍ ଡିଲ୍ କିମ୍ବା ଅନ୍ୟ ଯେକୌଣସି ପ୍ରକାରର ଅଫର ଅନ୍ତର୍ଭୁକ୍ତ ହୋଇପାରେ । କେବଳ ଏତିକି ନୁହେଁ, ଏହି ଅଫରରେ ୭ ବର୍ଷର ୱାରେଣ୍ଟି ଏବଂ ବାଏ ବ୍ୟାକ୍ ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ। କମ୍ପାନୀ ଏକ ଶକ୍ତିଶାଳୀ ହାଇବ୍ରିଡ୍ ଇଞ୍ଜିନ୍ ସହିତ ହୋଣ୍ଡା ସିଟି ମଧ୍ୟ ବିକ୍ରୟ କରେ, ଯାହାର ମାଇଲେଜ୍ ଭଲ । ସିଟି eHEV ରେ ବହୁତ ବୈଶିଷ୍ଟ୍ୟ ଅଛି ଏବଂ ମାର୍ଚ୍ଚ ମାସରେ ଏହି କାର ଉପରେ ସର୍ବାଧିକ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ ।
ହୋଣ୍ଡା ଏଲିଭେଟ୍
ଏଲିଭେଟ୍ ବର୍ତ୍ତମାନ ଭାରତରେ ହୋଣ୍ଡାର ଏକମାତ୍ର SUV। ବିଶେଷ କଥା ହେଉଛି ଏହା ଭାରତରେ ଉତ୍ପାଦିତ ହୁଏ ଏବଂ ଆଫ୍ରିକା, ଜାପାନ ଭଳି ଅନ୍ୟ ଦେଶଗୁଡ଼ିକୁ ରପ୍ତାନି ହୁଏ । ଏଲିଭେଟର ପ୍ରାରମ୍ଭିକ ମୂଲ୍ୟ ୧୧.୬୯ ଲକ୍ଷ (ଏକ୍ସ-ସୋରୁମ୍) ଏବଂ ୧୬.୯୧ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ଅଛି । ଏଲିଭେଟ୍ ହୋଣ୍ଡା ସିଟି ପ୍ଲାଟଫର୍ମରେ ନିର୍ମିତ ।
ହୋଣ୍ଡା ସିଟି
ହୋଣ୍ଡା ସିଟି ଭାରତୀୟ ବଜାରର ସବୁଠାରୁ ଲୋକପ୍ରିୟ ସେଡାନ ମଧ୍ୟରୁ ଗୋଟିଏ ଛି। କମ୍ପାନୀ ଏହି କାରର ICE ଭାରିଆଣ୍ଟ ଉପରେ ୭୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି ବୋଲି କୁହାଯାଉଛି । Honda City ICE ମୂଲ୍ୟ ୧୧.୮୨ ଲକ୍ଷ (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇ ୧୬.୭୧ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ରହିଛି ।