ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଇଣ୍ଡିଆନ୍ ସ୍କିମର ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ; ଧବଳେଶ୍ବର ଓ କଖଡ଼ି ପଠାରେ ସୁରକ୍ଷା କଡ଼ାକଡ଼ି

Published By : Manash Sahoo | May 20, 2025 2:36 PM

ଚୌଦ୍ବାର, ଗୁରୁଡିଝାଟିଆ ୨୦/୦୫: ମହାନଦୀର ଧବଳେଶ୍ୱର ଓ କଖଡ଼ି ପଠାରେ ଇଣ୍ଡିଆନ୍ ସ୍କିମରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ନେଇ ପରିବେଶବିତ୍ ଖୁସି ପ୍ରକଟ କରିଛନ୍ତି । 

ସୂଚନା ଅନୁଯାୟୀ, କଟକ ଜିଲ୍ଲା ମହାନଦୀର ଧବଳେଶ୍ବର ଓ କଖଡ଼ି ପଠାରେ ଇଣ୍ଡିଆନ୍ ସ୍କିମରଙ୍କ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଖୁଣ୍ଟୁଣୀ ରେଞ୍ଜ ପକ୍ଷରୁ କୁହାଯାଇଛି । ଏନେଇ ବନ ବିଭାଗ ପାଟ୍ରୋଲିଂକୁ ବଢ଼ାଇବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ।

ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜର ମହାନଦୀ ପଠାକୁ ଚଳିତ ବର୍ଷ ୨୪୫ ଇଣ୍ଡିଆନ ସ୍କିମର ଆସି ୧୪୨ଟି ଅଣ୍ଡା ଦେଇଥିଲେ । ଏହି ଅଣ୍ଡାରୁ ୧୧୦ଟି ଛୁଆ ଫୁଟିଛନ୍ତି l ବାକି ଅଣ୍ଡା ଧୀରେ ଧୀରେ ଫୁଟିବେ । ଏନେଇ ଖୁଣ୍ଟୁଣୀ ରେଞ୍ଜର ନୀଳମାଧଵ ସାହୁ ସୂଚନା ଦେଇଥିବା ବେଳେ ଦୁଇଟି ପଠାରେ ସୁରକ୍ଷାକୁ ବ୍ୟବସ୍ଥା କଡାକଡ଼ି କରାଯାଇଛି ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.