ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଟ୍ରେନ୍‌ରେ ଯାତ୍ରା କରୁଥିଲେ ଜାଣି ନିଅନ୍ତୁ ଏହି ଜରୁରୀ ଖବର, କେଉଁ ସବୁ ଯାତ୍ରୀଙ୍କ ପାଇଁ ରହିଛି ରିହାତି ବ୍ୟବସ୍ଥା ?

Published By : Prameya | October 2, 2024 7:52 PM

ନୂଆଦିଲ୍ଲୀ,୨।୧୦: ଭାରତୀୟ ରେଲଓ୍ବେ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ବ୍ୟବସ୍ଥା। ପ୍ରତିଦିନ ଭାରତୀୟ ରେଲଓ୍ବେରେ ପ୍ରାୟ ୨.୫ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି। ଏହି କାରଣରୁ ଭାରତୀୟ ରେଲଓ୍ବେ ଦେଶର ଲାଇଫ୍ ଲାଇନ୍‌ ବୋଲି କୁହାଯାଏ। ଟ୍ରେନ୍‌ରେ ଅଧିକାଂଶ ଲୋକ ରିଜର୍ଭେସନ୍‌ କରି ଯାତ୍ରା କରିବାକୁ ପସନ୍ଦ କରନ୍ତି। ତେବେ  ଜାଣନ୍ତି କି ଏଭଳି କିଛି ଯାତ୍ରୀ ରହିଛନ୍ତି, ଯାହାଙ୍କ  ରିଜର୍ଭେସନ୍ କରିବା ପରେ ଟିକେଟ୍‌ ବୁକିଂରେ ରିହାତି ମିଳିବାର ନିୟମ ରହିଛି। ତେବେ ଆସନ୍ତୁ ଜାଣିବା କାହାକୁ ଏହି ରିହାତି ମିଳେ ଓ କେତେ ମିଳେ ?

ରେଲଓ୍ବେର କିଛି ନିୟମ ଅନୁସାରେ, କିଛି ଯାତ୍ରୀଙ୍କ ଭଡାରେ ଛାଡ କରାଯାଇଥାଏ। ଏହି ଛାଡ ଟିକେଟର ବେସିକ୍ ଭଡାରେ ମିଳିଥାଏ। ତେବେ  ତାହା   ଏହି କଥା ଉପରେ ନିର୍ଭର କରିଥାଏ ଯେ, ଆପଣ କେଉଁ ଟ୍ରେନ୍‌ରେ  ଯାତ୍ରା କରୁଛନ୍ତି ? ଆପଣ ସୁପରଫାଷ୍ଟ  କି ଏକ୍ସପ୍ରେସ୍ କିମ୍ବା ସ୍ପେଶାଲ ଟ୍ରେନ୍‌ରେ ଯାଉଛନ୍ତି। ଏହି ଆଧାରରେ ଆପଣଙ୍କୁ ଛାଡ ଦିଆଯିବ।

ଭାରତୀୟ ରେଲଓ୍ବେ ନିୟମ ଅନୁସାରେ, ଦୃଷ୍ଟିହୀନ ବ୍ୟକ୍ତି, ବିକଳାଙ୍ଗ, ପକ୍ଷାଘାତ, ଟିବି ଓ କ୍ୟାନସର ପେସେଣ୍ଟ, କିଡନୀ ଓ ଅଣ-ସଂକ୍ରାମକ କୁଷ୍ଠ ରୋଗୀଙ୍କ ଭଡାରେ ରିହାତି ଦିଆଯାଏ। ଏହାଛଡା ଆତଙ୍କବାଦୀ କିମ୍ବା ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ଶହୀଦ ଯବାନଙ୍କ ବିଧବା ପତ୍ନୀଙ୍କୁ ଏହି ସୁବିଧା ମିଳେ। ସେଭଳି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶିକ୍ଷକ, ଔଦଗିକ ଶ୍ରମିକ, ଶ୍ରମ ପୁରସ୍କାର ବିଜେତା, ପୋଲିସ କର୍ମୀଙ୍କ ବିଧବା ପତ୍ନୀ, ବରିଷ୍ଠ ନାଗରିକଙ୍କୁ ରିହାତି ଦେବାର ନିୟମ ରହିଛି। 

ଭାରତୀୟ ରେଲଓ୍ବେର ନିୟମ ଅନୁସାରେ, ଗ୍ରାମାଞ୍ଚଳରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଯାତ୍ରା କରିବା ବେଳେ ଟିକେଟ ଫି’ରେ ୭୫% ରିହାତି ମିଳିଥାଏ। ଏହା ସହ ୟୁପିଏସ୍‌ସି ମେନ୍ ରିଟିନ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଙ୍କ ମଧ୍ୟ ୫୦% ରିହାତି ମିଳିଥାଏ। ରେଲଓ୍ବେ ଦ୍ବାରା ଚିହ୍ନଟ କରାଯାଇଥିବା ରୋଗୀ, ଯାହାଙ୍କ ଭିତରେ ହାର୍ଟ ପେସେଣ୍ଟ, କିଡନୀ ପେସେଣ୍ଟ ରହିଛନ୍ତି ତାଙ୍କୁ ୭୫% ରିହାତି ମିଳିବାର ନିୟମ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.