ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସ୍ମୃତି ମନ୍ଧାନାଙ୍କ ଦମ୍‌ଦାର୍‌ ପ୍ରଦର୍ଶନ; ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକାକୁ କ୍ଳିନ୍‌ ବୋଲ୍ଡ କଲେ ଭାରତୀୟ ମହିଳା କ୍ରିକେଟ ଦଳ

Image source: Cricbuzz

ବେଙ୍ଗାଲୁରୁ,୨୩/୦୬: ଓପନର୍ ବ୍ୟାଟର୍‌ ସ୍ମୃତି ମନ୍ଧାନାଙ୍କ ଦମ୍‌ଦାର ଇନିଂସ ବଳରେ ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇବା ସହିତ ଏହି ଦଳକୁ କ୍ଳିନ୍‌ ସ୍ବିପ୍‌ କରିଥିଲେ। ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତ ଘରୋଇ ମାଟିରେ ଚାଲିଥିବା ତିନୋଟି ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜକୁ ୩-୦ରେ ଜିତି ନେଇଛି।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। ଜିତିବା ପାଇଁ ଭାରତ ଆଗରେ ୨୧୬ ରନ୍‌ର ସହଜ ଲକ୍ଷ୍ୟ ଥିଲା । ତେବେ ଟିମ୍‌ ଇଣ୍ଡିଆ ମାତ୍ର ୪୦.୪ ଓଭରରେ ୪ ୱିକେଟ୍ ହରାଇ ୨୨୦ ରନ୍ ସଂଗ୍ରହ କରି ମ୍ୟାଚକୁ ୬ ୱିକେଟ୍‌ରେ ଜିତିନେଇଛି। ତୃତୀୟ ମ୍ୟାଚ୍‌ରେ ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଭାବେ ସମ୍ମାନିତ କରାଯାଇଥିଲା।

ଦକ୍ଷିଣ ଆଫ୍ରିକା ଠାରୁ ଜିତିବା ପାଇଁ ଭାରତ ଆଗରେ ୨୧୬ ରନ୍‌ର ଲକ୍ଷ୍ୟ ଥିଲା ଏବଂ ଏହି ମ୍ୟାଚରେ ଭାରତୀୟ ଓପନର୍ ବ୍ୟାଟର୍‌ ମନ୍ଧାନା ୮୩ ବଲରେ ୧୧ ଚୌକା ସହାୟତାରେ ୯୦ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ। ଶତକ ପାଇଁ ମାତ୍ର ୧୦ ରନ୍‌ର ଆବଶ୍ୟକତା ଥିଲା। ତଥାପି ସ୍ମୃତିଙ୍କ ଇନିଂସ ଆଧାରରେ ଭାରତ ଏହି ମ୍ୟାଚ ଜିତିଥିଲା। ସ୍ମୃତିଙ୍କ ବ୍ୟତୀତ ଶେଫାଳି ବର୍ମା ୨୫ ରନ୍ ସଂଗ୍ରହ କରିଥିବାବେଳେ ପ୍ରିୟା ପୁନିଆ ୨୮ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଅଧିନାୟକ ହରମାନପ୍ରୀତ କୌର ୪୨ ରନ୍ ସଂଗ୍ରହ କରିଥିବାବେଳେ ଜେମିମା ରୋଡ୍ରିଗୁସ୍ ୧୯ ରନ୍‌ ଏବଂ ରିଚା ଘୋଷ ୬ ରନ୍‌ କରି ଅପରାଜିତ ରହିଥିଲେ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ ୱୋଲଭର୍ଡ ସର୍ବାଧିକ ୬୧ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ପ୍ରଥମ ଇନିଂସରେ ଅରୁନ୍ଧତୀ ରେଡ୍ଡୀ ୨ଟି ଏବଂ ଶ୍ରେୟଙ୍କା ପାଟିଲ ଏବଂ ପୂଜା ଭାଷ୍ଟ୍ରକର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.