ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ପ୍ରକଳ୍ପ ହାତେଇବା ପାଇଁ ୨,୦୦୦ କୋଟିର ଲାଞ୍ଚ ମାମଲା: ଆଦାନିଙ୍କୁ ଆମେରିକା ବଜାର ନିୟାମକଙ୍କ ସମନ୍

Published By : Prameya | March 14, 2025 11:21 AM

ନୂଆଦିଲ୍ଲୀ,୧୪/୦୩: ଲାଞ୍ଚ ଏବଂ ଠକେଇ ମାମଲାରେ ଆମେରିକା ପ୍ରତିଭୂତି ଏବଂ ବିନିମୟ ଆୟୋଗ(ୟୁଏସ୍‌ ଏସ୍‌ଇସି) ଭାରତୀୟ ଉଦ୍ୟୋଗପତି ଗୌତମ  ଆଦାନିଙ୍କୁ ସମନ ଜାରି କରିଛି ।  

ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଫେବ୍ରୁଆରୀ ୨୫ରେ ଏହି ସମନ୍‌କୁ ଅହମ୍ମଦାବାଦର ସେସନ୍‌ କୋର୍ଟଙ୍କୁ ଟ୍ରାନ୍ସଫର କରିଛନ୍ତି । ଗୌତମ ଆଦାନିଙ୍କ ଠିକଣାରେ ଏହାକୁ ପହଞ୍ଚାଇବା ଲାଗି ସରକାର କୋର୍ଟଙ୍କ ନିକଟରେ ଏହାକୁ ଦାଖଲ  କରିଛନ୍ତି । ଏହି ସମନ୍‌ ୧୯୬୫ ହେଗ୍‌ ସନ୍ଧି ଅଧୀନରେ ପଠାଯାଇଛି । ସନ୍ଧି ମାଧ୍ୟମରେ  କୌଣସି ମାମଲାରେ ଜଡ଼ିତ ଦେଶ ପରସ୍ପରର ନାଗରିକଙ୍କୁ ଆଇନମୂଳକ ଦସ୍ତାବିଜ୍‌  ହସ୍ତାନ୍ତର କରିବାରେ ସହାୟତା ଲାଗି ସିଧାସଳଖ ଅନୁରୋଧ କରିପାରିବେ ।  

ଗତବର୍ଷ ଆମେରିକାରେ ଆଦାନିଙ୍କ ସମେତ ୮ ଜଣଙ୍କ ବିରୋଧରେ ବହୁକୋଟି  ଟଙ୍କାର ଠକେଇ ଅଭିଯୋଗ ଅଣାଯାଇଥିଲା । ଆଦାନି ଗ୍ରୁପ୍‌ କମ୍ପାନି ବେଆଇନ  ଉପାୟରେ ଭାରତରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ହାତେଇଥିବା ଅଭିଯୋଗ ରହିଥିଲା ।  ପ୍ରକଳ୍ପ ହାତେଇବା ପାଇଁ ଏହା ସରକାରୀ ଅଧିକାରୀମାନଙ୍କୁ ୨୫ କୋଟି ଡଲାର ବା  ପ୍ରାୟ ୨,୦୨୯ କୋଟି ଟଙ୍କା ଲାଞ୍ଚ ଦେଇଥିବା ଆମେରିକାରୁ ଅଭିଯୋଗ ଆସିଥିଲା ।  ନିବେଶକ ଏବଂ ବ୍ୟାଙ୍କଗୁଡ଼ିକୁ ମିଛ କହି ଟଙ୍କା ଏକତ୍ର କରାଯାଇଥିବା କୁହାଯାଇଥିଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.