ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟେଷ୍ଟ, ଟିମ୍ ଇଣ୍ଡିଆକୁ ଘାରିଲା ଚୂଡ଼ାନ୍ତ ଏକାଦଶ ଚୟନ ଚିନ୍ତା

ପୁନେ, ୨୩/୧୦ : ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ । ଉଭୟ ଦଳ ଇତି ମଧ୍ୟରେ ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡ୍‌(ଏମସିଏ)ରେ ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ଭାରତୀୟ ଦଳ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବ୍ୟାକୁଳ । ତେଣୁ ଦ୍ୱିତୀୟ ଟେଷ୍ଟରେ ଶ୍ରେଷ୍ଠ ଏକାଦଶ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଦଳ ବଦ୍ଧ ପରିକର । ଗୋଟିଏ ପଟେ ଦୁଇ ଯୁବ ତାରକା ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ଅଭ୍ୟାସ ଦଳକୁ ଉତ୍ସାହିତ କରିଥିବାବେଳେ ଅନ୍ୟ ପଟରେ ଏକାଦଶକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଟିମ ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌, ସ୍ଥାନୀୟ ଜଳବାୟୁ ଓ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦେଖିଲେ ଘରୋଇ ଦଳ ପାଇଁ ଏକାଦଶ ଚୟନ କଷ୍ଟକର ହେବ । ସିନିୟର ଖେଳାଳିଙ୍କ ଅଭିଜ୍ଞତାକୁ ଟିମ ମ୍ୟାନେଜମେଣ୍ଟ ପ୍ରାଥମିକତା ଦେଉଥିବାବେଳେ ଯୁବ ଖେଳାଳିମାନେ ପ୍ରଦର୍ଶନ ବଳରେ ଦାବିଦାର ରୂପେ ଉଭା ହୋଇଛନ୍ତି । 

ପନ୍ତ, ଜୁରେଲ ପ୍ରତିଦ୍ୱନ୍ଦ୍ୱିତା

ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ରିଷଭ ପନ୍ତ ୱିକେଟ୍‌ କିପିଙ୍ଗ ଓ ବ୍ୟାଟିଂ ଅଭ୍ୟାସ କରୁଥିଲେ ହେଁ ତାଙ୍କ ପ୍ରତି ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଚାହୁଁଥିବା ଅଧିନାୟକ ରୋହିତ ଶର୍ମା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତେଣୁ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଏକାଦଶକୁ ଫେରିବା ସମ୍ଭାବନା ବଢି ଯାଇଛି । ଆଜି ଆୟୋଜିତ ପ୍ରଥମ ଅଭ୍ୟାସ ଶିବିରରେ ଜୁରେଲ ପ୍ରଥମେ ୱିକେଟ୍‌ କିପିଙ୍ଗ୍‌ ଅଭ୍ୟାସ କରିଥିଲେ । ନିକଟରେ ପନ୍ତ ଛିଡ଼ା ହୋଇ ତାଙ୍କୁ ବିଭିନ୍ନ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା । ଜୁରେଲଙ୍କୁ ଦୀର୍ଘ ସମୟ ଧରି କିପିଙ୍ଗ୍‌ ଅଭ୍ୟାସ କରାଯାଇଥିଲା । ବ୍ୟାଟିଂ ଅଭ୍ୟାସ ବେଳକୁ ପନ୍ତ ପ୍ରଥମେ ନେଟ୍ସକୁ ଓହ୍ଲାଇଥିଲେ । ବ୍ୟାଟିଂ ବେଳେ ପନ୍ତ କୌଣସି ଯନ୍ତ୍ରଣା ଅନୁଭବ କରୁନଥିବା ସ୍ପଷ୍ଟ ହୋଇଥିଲା । ସେ ବିଶେଷ କରି ଭାରତୀୟ ଦଳର ସ୍ପିନର ଓ ନେଟ୍‌ (ପେସ୍‌) ବୋଲରଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ଅଭ୍ୟାସ ଶିବିର ଶେଷ ହେବାର କିଛି ସମୟ ପୂର୍ବରୁ ପନ୍ତ ସ୍ୱଳ୍ପ ସମୟ ପାଇଁ ୱିକେଟ୍‌ କିପିଙ୍ଗ ଅଭ୍ୟାସ କରିଥିଲେ । 

ସୁନ୍ଦରଙ୍କୁ ମିଳିପାରେ ସୁଯୋଗ:

ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଦଳକୁ ଡାକରା ପାଇଥିବା ୱାସିଂଟନ ସୁନ୍ଦରଙ୍କୁ ଏକାଦଶରେ ସୁଯୋଗ ମିଳିବା ସମ୍ଭାବନା ରହିଛି । ବିଶେଷ କରି ପୁନେ ପିଚ୍‌ ମନ୍ଥର ରହିବ ଓ ବଲ୍‌ ଅତିରିକ୍ତ ଟର୍ଣ୍ଣ ହେବ । ଫିଲ୍ଡିଂ କୋଚ୍‌ ର‌୍ୟାନ୍‌ ଟେନ ଡୋସେଟଙ୍କ ମତ ଅନୁଯାୟୀ ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ ଏକାଦଶରେ ୪ଜଣ ବାମ ହାତି ବ୍ୟାଟର ରହିଛନ୍ତି । ପୁନେରେ ଅତିରିକ୍ତ ସ୍ପିନର ଭାବେ ମିଚେଲ ସାଣ୍ଟନର ଖେଳିଲେ ବାମ ହାତି ବ୍ୟାଟରଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇବ । ତେଣୁ ଜଣେ ଡାହାଣ ହାତି ଅଫ ସ୍ପିନ ବୋଲର ଭାବେ ସୁନ୍ଦରଙ୍କୁ ଡକା ଯାଇଛି । ସୁନ୍ଦର ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ଟେଷ୍ଟ ଖେଳିଥିଲେ । ମାତ୍ର ଗତ ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ସେ ତାମିଲନାଡ଼ୁ ପକ୍ଷରୁ ୩ନଂ ସ୍ଥାନରେ ବ୍ୟାଟିଂ କରି ୧୫୨ ରନ୍‌ର ଇନିଂସ ସହ ୬ଟି ୱିକେଟ୍‌ ନେଇଥିଲେ । 

ସର୍ଫରାଜ ବନାମ ରାହୁଲ:

ବେକରେ ଯନ୍ତ୍ରଣା ଯୋଗୁଁ ପ୍ରଥମ ଟେଷ୍ଟ ଖେଳିନଥିବା ଶୁଭମନ ଗିଲ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ । ଗିଲ୍‌ ଇତି ମଧ୍ୟରେ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ତାଙ୍କୁ ବିଦ୍ଧିବଦ୍ଧ ଭାବେ ଫିଟ୍‌ ଘୋଷଣା କରାଯାଇନାହିଁ । ସେ ଫିଟ୍‌ ଘୋଷିତ ହେଲେ ଏକାଦଶରେ ପ୍ରବେଶ କରିବା ନିଶ୍ଚିତ । ତେଣୁ ପ୍ରଥମ ଟେଷ୍ଟ ଖେଳିଥିବା ସର୍ଫରାଜ ଖାନ ଓ ଫର୍ମ ହରାଇଥିବା କେଏଲ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯିବ । ସର୍ଫରାଜ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିଲେ ହେଁ ଅଭିଜ୍ଞ ରାହୁଲଙ୍କ ପାଇଁ ଏକାଦଶରେ ସ୍ଥାନ ସୁରକ୍ଷିତ କରିବା କଷ୍ଟକର । ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଗିଲ୍‌ ଅପରାଜିତ ୧୧୯ ରନ୍‌ର ଇନିଂସ ଖେଳିଥିଲେ ।

ଖେଳିବେନି ୱିଲିୟମସନ 

ପ୍ରଥମ ଟେଷ୍ଟ ଖେଳିନଥିବା ନ୍ୟୁଜିଲାଣ୍ଡର ଷ୍ଟାର୍‌ ବ୍ୟାଟର କେନ୍‌ ୱିଲିୟମସନ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଅନୁପସ୍ଥିତ ରହିବେ । ସେ ଏପର୍ଯ୍ୟନ୍ତ ଫିଟ୍‌ ହୋଇ ନଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଗତ ଶ୍ରୀଲଙ୍କା ଗସ୍ତ(ଦ୍ୱିତୀୟ ଟେଷ୍ଟ)ରେ ୱିଲିୟମସନ ଆହତ ହୋଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସିଥିଲା । ମାତ୍ର ୱିଲିୟମସନ ସ୍ୱଦେଶ ଫେରି ଯାଇଥିଲେ । ସେ ଏପର୍ଯ୍ୟନ୍ତ ଭାରତରେ ପହଞ୍ଚି ନାହାନ୍ତି । ନ୍ୟୁଜିଲାଣ୍ଡ କୋଚ ଗ୍ୟାରୀ ଷ୍ଟେଡ୍‌ କହିଛନ୍ତି, ୱିଲିୟମସନଙ୍କ ଫିଟ୍‌ନେସ୍‌ରେ ଉନ୍ନତି ହୋଇଛି । ତଥାପି ସେ ଶତ ପ୍ରତିଶତ ଫିଟ୍‌ ହୋଇ ନାହାନ୍ତି । ତୃତୀୟ ଟେଷ୍ଟ ବେଳକୁ ସେ ଫିଟ୍‌ ହେବେ ବୋଲି ଆମେ ଆଶା ରଖିଛୁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.