ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଭାରତ ବିରୋଧରେ ଷଡଯନ୍ତ୍ର କି ? ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ହକି, ଶୁଟିଂ ଏବଂ ରେସଲିଂ ସହ ୯ଟି ଖେଳ ପଡିଲା ବାଦ୍

ନୂଆଦିଲ୍ଲୀ,୨୨।୧୦: ଗ୍ଲାସଗୋରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟଗୋଷ୍ଠ୍ରୀ କ୍ରିଡା ୨୦୨୬। ତେବେ ଆରମ୍ଭ  ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। କାରଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଏଥର ୯ଟି ଖେଳକୁ ଦିଆଯାଇଛି ବାଦ୍। ଯାହା ଭିତରେ ରହିଛି  ହକି, କ୍ରିକେଟ, ବ୍ୟାଡମିଣ୍ଟନ, କୁସ୍ତି, ଶୁଟିଂ ଟେବୁଲ ଟେନିସ, ସ୍କ୍ୱାଶ, ରୋଡ ରେସିଂ ଭଳି ଖେଳ।   

୨୦୨୬ ଜୁଲାଇ ୨୩ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଗ୍ଲାସଗୋରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ୯ଟି ଇଭେଣ୍ଟ ବାଦ ପଡିବା ପରେ  ଭାରତର ମେଡାଲ ସଂଖ୍ୟା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ୧୯ ବଦଳରେ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୦ଟି ଇଭେଣ୍ଟ ରହିବ।  କମନୱେଲଥ ଗେମ୍ସ ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ୨୦୨୨ ରେ ବର୍ମିଂହାମରେ ଅନୁଷ୍ଠିତ ହୋଇଥିଲା। ସେଥିରେ ୧୯ ଟି ଖେଳ ସାମିଲ ଥିଲା। ହେଲେ ଆଗାମୀ ୨୦୨୬ ସଂସ୍କରଣ ପାଇଁ ଏହି ସଂଖ୍ୟାକୁ ୧୦ରେ ସୀମିତ କରିଦିଆଯାଇଛି। 

୨୦୧୪ ରେ ଶେଷ ଥର ପାଇଁ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହୋଇଥିଲା। ୨୦୨୬ ସଂସ୍କରଣ ଆୟୋଜନ ଅଧିକାର ଅଷ୍ଟେ୍ରଲିଆର ରାଜ୍ୟ  ଭିକ୍ଟୋରିଆ ପାଖରେ ରହିଥିଲା। ହେଲେ ଆର୍ଥିକ ସ୍ୱଚ୍ଛଳ ନଥିବା ଦର୍ଶାଇ ଆୟୋଜନ ଦାୟିତ୍ବରୁ ନିଜକୁ ମୁକ୍ତ କରିଥିଲା। ଶେଷରେ ୧୨ ବର୍ଷ ପରେ ପୁଣିଥରେ ଗ୍ଲାସଗୋ ସିଟିକୁ କମନୱେଲଥ ଗେମ୍ସ ଫେରିଛି। ଇଭେଣ୍ଟକୁ ଆର୍ଥିକ-ଅନୁକୂଳ କରିବା ପାଇଁ ୯ଟି କ୍ରୀଡ଼ାକୁ ଏଥିରୁ ବାଦ ଦିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। 

କମନୱେଲଥ ଗେମ୍ସରେ ଭାରତର ପ୍ରଦର୍ଶନ ବେଶ ଦୃଢ଼ ହୋଇଛି। ବିଶେଷ କରି ବର୍ତ୍ତମାନ ଯେଉଁସବୁ ଇଭେଣ୍ଟକୁ ବାଦ୍ ଦିଆଯାଇଛି। ସେଥିରେ ଭାରତକୁ ଅଧିକ ସଫଳତା ମିଳିଛି। ହକି, ବ୍ୟାଡମିଣ୍ଟନ, ଶୁଟିଂ ଏବଂ କୁସ୍ତିରେ ଦେଶ ବହୁ ସଂଖ୍ୟାରେ ପଦକ ଜିତିଛି। ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଶୁଟିଂକୁ ବାଦ ଦେବା ଦେଶ ପାଇଁ ବିଶେଷ କ୍ଷତିକାରକ। କାରଣ ଭାରତ ଶୁଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ସହ କମନୱେଲଥ ଗେମ୍ସରୁ ୬୩ଟି ସ୍ୱର୍ଣ୍ଣ ସମେତ ୧୩୫ ପଦକ ହାସଲ କରିଛି।  ଏହି ଇଭେଣ୍ଟରେ ଶୁଟିଂ ଦେଶର ଅନ୍ୟତମ ସଫଳ କ୍ରୀଡା ଭାବରେ ପରିଗଣିତ ହୋଇଛି। 

କେବଳ ସୁଟିଂ ନୁହେଁ ରେସଲିଂ ମଧ୍ୟ ଭାରତ ପାଇଁ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ଏକ ସଫଳ ଖେଳ ହୋଇପାରିଛି। ସେଭଳି ଇଭେଣ୍ଟରୁ ହକିକୁ ବାଦ ଦେବା ଭାରତ ପାଇଁ ଅନ୍ୟତମ ଝଟକା, କାରଣ ଭାରତର ପୁରୁଷ ଦଳ ୨୦୧୦, ୨୦୧୪ ଓ ୨୦୨୨ ରେ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଥିଲା। ଏହା ବ୍ୟତୀତ ହକିରେ ଦେଶକୁ ପୁରୁଷ ଦଳ ଦୁଇଟି କାଂସ୍ୟ ପଦକ ମଧ୍ୟ ଆଣିଥିଲେ। ମହିଳା ହକି ଦଳର ପ୍ରଦର୍ଶନ ମଧ୍ୟ କମନୱେଲଥ ଗେମ୍ସରେ ଭଲ ଥିଲା। ୨୦୦୨ ରେ ଫାଇନାଲରେ ପହଞ୍ଚି ଐତିହାସିକ ସ୍ୱର୍ଣ୍ଣ ସହିତ ୨୦୦୬ ରେ ରୌପ୍ୟ ଓ ୨୦୨୨ ରେ କାଂସ୍ୟ ପଦକ ଦେଶକୁ ଭେଟି ଦେଇଥିଲେ ଭାରତୀୟ ମହିଳା ହକି ଦଳ। ୧୦ ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ, ଓ ୧୩ଟି କାଂସ୍ୟ ସହ ଭାରତ ୩୧ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳ ମଧ୍ୟ ଆଗକୁ ରାଜ୍ୟଗୋଷ୍ଠୀ କ୍ରୀଡାର ଅଂଶ ହୋଇ ରହିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.