ପ୍ରମୂଖ ଖବର
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ସାକ୍ଷୀ ମଲିକଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ- ବବିତା ଫୋଗାଟଙ୍କ ଇସାରାରେ ହୋଇଥିଲା ରେସଲରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ,୨୨।୧୦: ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗାଟଙ୍କୁ ନେଇ ରେସଲର ସାକ୍ଷୀ ମଲିକଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ। ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।  କାରଣ ସେ   WFI ସଭାପତି ହେବାକୁ ଚାହୁଁଥିଲେ। ସେଥିପାଇଁ ଫେଡରେସନ୍‌ରେ ମହିଳା ଖେଳାଳିଙ୍କୁ ଯୌନ ଶୋଷଣ କରାଯାଉଥିବା କଥା କହିଥିଲେ। ସାକ୍ଷୀଙ୍କ ଏହି ବୟାନ ପରେ ବିଜେପିର ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘ (WFI)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ନେଇ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି।  

କେବଳ ସେତିକି ନୁହେଁ, ସାକ୍ଷାତକାରରେ ଆହୁରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସାକ୍ଷୀ। ସେ କହିଛନ୍ତି, ବବିତା  ଆମକୁ ଡକାଇ ଫେଡେରେସନ ମଧ୍ୟରେ ନିର୍ଯ୍ୟାତନା ଦିଆଯାଉଥିବା କହି ଆନ୍ଦୋଳନ କରିବାକୁ କହିଥିଲେ। ଆମେ ଭାବିଥିଲୁ ସେ ମଧ୍ୟ ଏହି ପ୍ରତିବାଦରେ ଆମ ସହ ବସି କୁସ୍ତିଯୋଦ୍ଧା ଭାବରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ହେଲେ ସେ ଆମ ସହ ଏତେ ବଡ଼ ଖେଳ ଖେଳିଦେବେ ବୋଲି ଜାଣିନଥିଲୁ। ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନ କରିବାର ଉଦ୍ଦେଶ୍ୟ ବବିତାଙ୍କର ଥିଲା। କାରଣ ଏଥିରେ ତାଙ୍କର ନିଜସ୍ୱ ଏଜେଣ୍ଡା ଥିଲା। ସେ WFIର ସଭାପତି ହେବାକୁ ଚାହୁଁଥିବାରୁ ଏପରି କରାଇଥିଲେ। 

ତାଙ୍କୁ ଯେତେବେଳେ ପଚରାଯାଇଥିଲା ଆନ୍ଦୋଳନ କରିବାକୁ କଂଗ୍ରେସ ସାହାଯ୍ୟ କରୁଥିଲା କି ? ସେ କହିଛନ୍ତି, କଂଗ୍ରେସର ହାତ ଏହା ପଛରେ ଅଛି, କିନ୍ତୁ ଏହା ଭୁଲ୍। ପ୍ରକୃତରେ ଦୁଇ ବିଜେପି ନେତା ଆମକୁ ହରିୟାଣାରେ ବିରୋଧ ପ୍ରଦର୍ଶନ କରିବାକୁ ସାହାଯ୍ୟ କରିଛନ୍ତି। ସାକ୍ଷୀ କହିଛନ୍ତି, ଆମକୁ ଲାଗିଥିବା ବବିତା ଆମ ସହ ବସିବେ, କିନ୍ତୁ ସେ ଆମକୁ ଧାରଣାରେ ବସାଇ ନିଜେ ପଛକୁ ହଟିଗଲେ। ଆମେ ତୁରନ୍ତ ଆସିବ ବିରୋଧ ପ୍ରଦର୍ଶନ କରିନଥିଲେ। ଭିନେଶ ଫୋଗଟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପୁରା କଥା କହିଥିଲେ। ସେ କାର୍ଯ୍ୟାନୁଷ୍ଠାନ ଆଶ୍ବାସନା ଦେଇଥିଲେ, କିନ୍ତୁ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ୨୧ ଡିସେମ୍ବର ୨୦୨୩ରେ ଆମେ ସାମ୍ବାଦିକ ସମ୍ମିଳନୀ କରି ଏହି କଥା କହିଥିଲୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.