ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ଭାରତ ବିପକ୍ଷରେ ବିଜୟ ପରେ କାହାକୁ ଶ୍ରେୟ ଦେଲେ କିଓ୍ବି ଅଧିନାୟକ?

Image source: Cricbuzz

ନୂଆଦିଲ୍ଲୀ,୨୦/୧୦: ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ପରେ କିୱି ଅଧିନାୟକ ଟମ ଲାଥମ କହିଛନ୍ତି ଯେ 'ମୁଁ ଭାବୁଛି ପ୍ରକୃତରେ ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାର ଥିଲା। ଶେଷରେ ଟସ୍ ହରାଇବା ଭଲ ଥିଲା। ଆମେ ଦୀର୍ଘ ସମୟ ଧରି ଠିକ୍‌ ଭାବେ ବୋଲିଂ କରିଥିଲୁ ଏବଂ ଆମକୁ ଫଳାଫଳ ମଧ୍ୟ ମିଳିଛି। ଟମ୍ ଲାଥାମ୍ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ଦୁଇଟି ଇନିଂସ ଆମ ପାଇଁ ଖେଳ ପ୍ରସ୍ତୁତ କରିଥିଲା। ଆମେ ଜାଣିଥିଲୁ ଯେ ତୃତୀୟ ଇନିଂସରେ ଭାରତ ଆମ ସହିତ ମୁକାବିଲା କରିବ କିନ୍ତୁ ବୋଲରମାନେ ଦ୍ୱିତୀୟ ନୂଆ ବଲରେ ଭଲ ପ୍ରଦର୍ଶନ କଲେ ଏବଂ ଫଳାଫଳ ମଧ୍ୟ ପାଇଲେ।

ସେ କହିଛନ୍ତି ଯେ ମାତ୍ର ୧୦୦ ରନ୍‌କୁ ପିଛା କରିବା ଭଲ ଥିଲା। ଗତି, ବାଉନ୍ସ, ବଲ୍ ସୁଇଙ୍ଗ୍ କରିବାର କ୍ଷମତା ଭଲ ‌ଥିଲର। ଅଭିଜ୍ଞ ଟିମ୍ ସାଉଦି ଏବଂ ମ୍ୟାଟ୍ ହେନେରୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ପ୍ରଥମ ଇନିଂସରେ ସାଉଦୀ ଯେଉଁଭଳି ଭାବେ ଶୀର୍ଷରେ ବୋଲିଂ କରିଥିଲେ, ସେ ବୋଧହୁଏ ଆମ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ବ୍ୟାଟ୍ ସହିତ ଟିମ୍ ର କେତେ ଦକ୍ଷତା ଅଛି ତାହା ଆମେ ଜାଣୁ।"

ଲାଥାମ୍ ଆହୁରି କହିଛନ୍ତି ଯେ କିଛି ବର୍ଷ ପୂର୍ବେ ରାଚିନ୍ ରବିନ୍ଦ୍ର ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ସେ ଗତ ୧୨ ମାସ ମଧ୍ୟରେ ଯେଉଁଭଳି ଭାବରେ ଖେଳିଛନ୍ତି ଏବଂ ଅଭ୍ୟସ୍ତ ନହୋଇ ମଧ୍ୟ ନୂଆ ଭୂମିକାରେ ଉଚ୍ଚ ପ୍ରଦର୍ଶନ କରିବା ନିଶ୍ଚୟ ଭାବେ ଆକର୍ଷଣୀୟ। ସେ ପ୍ରଥମ ଇନିଂସରେ ନିଜ ପ୍ରଦର୍ଶନ ଦେଖାଇଥିଲେ। ସେ ଯେଉଁଭଳି ଭାବରେ ଆସି ବ୍ୟାଟିଂ କରିଥିଲେ ଆଜି ଆମ ଚେଞ୍ଜିଂ ରୁମ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।'

ନ୍ୟୁଜଲାଣ୍ଡର ଏହି ବିଜୟ ପଛରେ ମେଟ୍‌ ହେନ୍‌ରୀ, ଓ୍ବିଲିୟମ ଓରୁକ ଏବଂ ରଚିନ ରବିନ୍ଦ୍ରଙ୍କର ପ୍ରମୁଖ ହାତ ଥିଲା। ହେନରି ପ୍ରଥମ ପାଳିରେ ୫ ଏବଂ ଦ୍ବିତୀୟ ପାଳିରେ ୩ ଏବଂ ଓ ରୁକ ପ୍ରଥ‌ମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୩ଟି ଓ୍ବିକେଟ ନେଇଥିଲେ। ରଚିନ ରବିନ୍ଦ୍ର ପ୍ରଥମ ପାଳିରେ ୧୩୪ ଏବଂ ଦ୍ବିତୀୟ ପାଳିରେ ଅପରାଜିତ ୩୯ ରନ୍‌ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.