ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

୯୯ମ୍ୟାଚ୍ ପରେ ବି ଟିମ୍ ଇଣ୍ଡିଆରୁ ଦୂରରେ, ଏହି ବ୍ୟାଟରଙ୍କୁ ବର୍ଡ଼ର ଗାଭାସ୍କର ଟ୍ରଫିରୁ ଅଛି ବଡ଼ ଆଶା

ନୂଆଦିଲ୍ଲୀ, ୧୯/୧୦ : ରଣଜୀ ଟ୍ରଫି ୨୦୨୪ର ଆରମ୍ଭ ୧୧ଅକ୍ଟୋବରରୁ ହୋଇସାରିଛି । ଯେଉଁଥିରେ ଜଣେ ବ୍ୟାଟର ଏଭଳି ଅଛନ୍ତି କି ଯିଏ ନିଜ ୯୯ତମ ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳି ସାରିଛନ୍ତି । ଏହି ବ୍ୟାଟରଙ୍କ ନାମ ଅଭିମନ୍ୟୁ ଇଶ୍ବରନ ଅଟେ । ଅଭିମନ୍ୟୁ ୯୯ ଫାଷ୍ଟ କ୍ଲାସ ମ୍ୟାଚରେ ୭୬୩୮ରନ୍ କରିଛନ୍ତି । ଯେଉଁଥିରେ ୨୯ଅର୍ଦ୍ଧଶତକ ଏବଂ ୨୭ଶତକ ସାମିଲ ରହିଛି । କିନ୍ତୁ ଅଭିମନ୍ୟୁ ଏବେ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିପାରିନାହାନ୍ତି । ସେ ଏବେ ପର୍ଯ୍ୟନ୍ତ ଭାରତ ଲାଗି ଖେଳିବାର ଆଶା ରଖିଛନ୍ତି । ଆଶା ଅଛି କି ଅଭିମନ୍ୟୁଙ୍କୁ ବର୍ଡର ଗାଭାସ୍କର ଟ୍ରଫିରେ ଖେଳିବାର ସୁଯୋଗ ମିଳିପାରେ । 

ଅଭିମନ୍ୟୁ ଇଶ୍ବରନ ନିଜ ୧୦୦ତମ ମ୍ୟାଚ୍ ଆଡ଼କୁ ବଢୁଛନ୍ତି । ଇଶ୍ବରନ ୧୦୦ତମ ଫାଷ୍ଟ କ୍ଲାସ ମ୍ୟାଚ୍ ରଣଜୀ ଟ୍ରଫି ୨୦୨୪-୨୫ରେ ବିହାର ବିପକ୍ଷରେ ଖେଳୁଛନ୍ତି । ବର୍ଷା କାରଣରୁ ପ୍ରଥମ ଦିନ କୌଣସି ବଲ୍ ଫିଙ୍ଗି ରଦ୍ଦ ହୋଇଯାଇଛି। ଅଭିମନ୍ୟୁଙ୍କ ଲାଗି ଏହି ସୁଯୋଗ ଖାସ୍ ଥିଲା।  ସେ କହିଛନ୍ତି କି ଏହା ମୋ ଲାଗି ଏକ ସ୍ମରଣୀୟ ଯାତ୍ରା ଅଟେ । 

ଅଭିମନ୍ୟୁ ଇଶ୍ବରନଙ୍କ ଧ୍ୟାନ ଏବେ ବି ଭାରତୀୟ ଟିମରେ ସ୍ଥାନ ପକ୍କା କରିବା ଉପରେ ନଜର ରହିଛି । ନିକଟରେ ସେ ୪ଶତକ ଲଗାଇ ନିଜ ଫର୍ମ ସାବ୍ୟସ୍ତ କରିଛନ୍ତି । ଏହା ବିଷୟରେ ସେ କହିଛନ୍ତି କି, ମୋ ଲାଗି ସବୁଠାରୁ ବଡ଼ ଲକ୍ଷ୍ୟ ଭାରତ ଲାଗି ଖେଳିବା ଅଟେ । ମୁଁ ନିଜ ଯାତ୍ରାର ଲାଭ ଉଠାଇଛି, କିନ୍ତୁ ଏବେ ଅସଲ ସ୍ବପ୍ନ ବାକି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.