ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ତୀରନ୍ଦାଜି ବିଶ୍ୱକପ ଫାଇନାଲ, ୫ମ ରୌପ୍ୟ ପଦକ ହାସଲ କଲେ ଦୀପିକା କୁମାରୀ

ନୂଆଦିଲ୍ଲୀ,୨୧।୧୦: ତୀରନ୍ଦାଜି ବିଶ୍ୱକପ ଫାଇନାଲ ୨୦୨୪ରେ କମାଲ କରିଛନ୍ତି ଭାରତର ଦୀପିକା କୁମାରୀ। ମେକ୍ସିକୋରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଦୀପିକା ହାସଲ କରିଛନ୍ତି  ନିଜର ୫ମ ରୌପ୍ୟ ପଦକ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଦୀପିକା ଚାଇନାର ଲି ଜିଆମନଙ୍କ ଠାରୁ ୦-୬ରେ ହାରିବାରୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଟପ୍‌ ୩ ସିଡ୍‌ ଦୀପିକା ସେମି ଫାଇନାଲରେ ବେଶ ଚତ୍ମକାର ପ୍ରଦର୍ଶନ କରିଥିଲେ। ହେଲେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇରେ ଚାପରେ ଥିବାର ଦେଖିବାକୁ ମିଳିଥିଲେ।

ରିକର୍ଭ ତୀରନ୍ଦାଜ ଭାବେ ସାରା ବିଶ୍ୱରେ ପରିଚିତି ସୃଷ୍ଟି କରିଥିବା ଦୀପିକା ୩ ବର୍ଷ ପରେ ବିଶ୍ୱକପ ଫାଇନାଲ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲେ। ୨୦୨୨ରେ ସେ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ଏହାର ପ୍ରାୟ ବର୍ଷକ ପୂର୍ବରୁ ସେ ଖେଳ ଠାରୁ ଦୂରେଇ ଯାଇଥିଲେ। ହେଲେ ଦୀପିକା ଅଲିମ୍ପିକ୍ସ ୨୦୨୪ରୁ ପୁଣି ମୈଦାନକୁ ଓହ୍ଲାଇଥିଲେ। ଏବେ ସେ ବିଶ୍ୱକପ ଫାଇନାଲରେ ରୌପ୍ୟ ପଦକ ହାତେଇଛନ୍ତି।

ଦୀପିକା ୯ମଥର ପାଇଁ ଚଳିତ ବର୍ଷ ବିଶ୍ୱକପ ଫାଇନାଲରେ ନଜର ଆସିଛନ୍ତି। ସେ ୫ଥର ରୌପ୍ୟ ପଦକ ଜିତିଥିବା ବେଳେ ଗୋଟିଏ ଥର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତୀରନ୍ଦାଜି ବିଶ୍ୱକପ ଫାଇନାଲରେ ଏକମାତ୍ର ଭାରତୀୟ ଭାବେ ଡୋଲା ବାନାର୍ଜୀ ୨୦୦୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେବେଠାରୁ ଭାରତ କେବେ ବି ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ। ଦୀପିକା ୫ଥର ଫାଇନାଲକୁ ଯାଇଥିଲେ ମଧ୍ୟ ଏଯାଏ ସ୍ୱର୍ଣ୍ଣ ହାତେଇ ପାରି ନାହାନ୍ତି। 

ଅନ୍ୟପକ୍ଷରେ ପୁରୁଷ ରିକର୍ଭ ଇଭେଣ୍ଟରେ ଭାରତର ଧୀରଜ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ତାଙ୍କର ମୁକାବିଲା ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଦକ୍ଷିଣ କୋରିଆର ଲି ୱ ସେଓକଙ୍କ ସହ ହୋଇଥିଲା। ଧୀରଜ ଆରମ୍ଭରୁ ୪-୨ରେ ଆଗରେ ରହିଥିଲେ। କିନ୍ତୁ ଲି କମବ୍ୟାକ କରିବ ଧୀରଜଙ୍କୁ ୬-୪ରେ ହରାଇ ପୂରା ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.