ପ୍ରମୂଖ ଖବର
  • ସମ୍ଭାବ୍ୟ ବାତ୍ୟାକୁ ନେଇ ବାସୁଦେବପୁର ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା, କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ
  • ||
  • ୩ରୁ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା, ୬୮୦ ଜଣ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍‌
  • ||
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ରଣଜୀ ଟ୍ରଫି ଦ୍ୱିତୀୟ ରାଉଣ୍ଡ୍‌: ଜାମ୍ମୁ-କାଶ୍ମୀର ପ୍ରଥମ ଇନିଂସ ୨୭୦,ଓଡ଼ିଶା ପ୍ରଥମ ଇନିଂସ ୧/୧୫

କଟକ,୧୯/୧୦: ବାରବାଟୀରେ ଶୁକ୍ରବାର ଜାମ୍ମୁ-କାଶ୍ମୀର ବିପକ୍ଷରେ ରଣଜୀ ପଦାର୍ପଣ  କରି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ବାମହାତୀ ସ୍ପିନର ସୁମିତ ଶର୍ମା । ପ୍ରଥମ ଇନିଂସରେ ଅଗ୍ନି ବର୍ଷୀ ବୋଲିଂ କରି ଭ୍ରମଣକାରୀ ଦଳର ବିପର୍ଯ୍ୟୟ ଘଟାଇ ୫ଟି ୱିକେଟ୍‌ ହାସଲ କରିଛନ୍ତି । ସୁମିତଙ୍କର ଚମକପୂର୍ଣ୍ଣ ପଦାର୍ପଣକୁ ନେଇ କ୍ରିକେଟ୍‌ପ୍ରେମୀ ବେଶ ଉତ୍ସାହିତ ।  କେବଳ ସେ ଏକା ନୁହଁନ୍ତି, ପୂରା  ଓଡ଼ିଶାର ବୋଲିଂ ବାହିନୀ ପ୍ରଥମ ଦିବସରେ ଅତି ସନ୍ତୁଳିତ ପ୍ରଦର୍ଶନ  ରି ଜାମ୍ମୁ-କାଶ୍ମୀର ଉପରେ ଭାରି  ପଡ଼ିଥିଲେ । ତଥାପି ଆଇପିଏଲ୍‌  ଖେଳାଳି ଅବଦୁଲ ସାମଦ ଲଢ଼ୁଆ  ବ୍ୟାଟିଂ କରି ଶତକୀୟ ଇନିଂସ  (୧୨୭) ଖେଳିଥିଲେ । ଫଳରେ  ଜାମ୍ମୁ-କାଶ୍ମୀର ପ୍ରଥମ ଇନିଂସରେ ୨୭୦  ରନ୍‌ କରିଥିଲା । ଓଡ଼ିଶା ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିବସ ଶେଷ ସୁଦ୍ଧା ୧ ୱିକେଟ୍‌ରେ ୧୫ ରନ୍‌ କରିଛି । 

ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ଯିବା ପରେ ଚଳିତ  ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡରେ  ଓଡ଼ିଶା ଆଜି ବାରବାଟୀ ଷ୍ଟାଡିୟମରେ  ଭ୍ରମଣକାରୀ ଜାମ୍ମୁ-କାଶ୍ମୀର ବିପକ୍ଷରେ ବେଶ୍‌ ଭଲ ଆରମ୍ଭ କରିଛି । ଅଧିନାୟକ  ପାରସ ଡୋଗ୍ରା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ବାମହାତୀ  ଅର୍ଥୋଡକ୍ସ ସୁମିତଙ୍କୁ ପଦାର୍ପଣ  କରାଇଥିଲା । ୩ ପେସର୍‌ ଓ ଜଣେ  ପେସାଦାର ସ୍ପିନର୍‌କୁ ନେଇ ଅଧିନାୟକ  ଗୋବିନ୍ଦ ପୋଦ୍ଦାର ମଇଦାନକୁ  ଓହ୍ଲାଇଥିଲେ । ରାଜେଶ ଓ ସୂର୍ଯ୍ୟକାନ୍ତଙ୍କୁ ୨ଟି  ଲେଖାଏଁ ୱିକେଟ୍‌  ଆରମ୍ଭରୁ ଘରୋଇ ଦଳକୁ  ମିଳିଥିଲା ବଡ଼ ସଫଳତା । ମାତ୍ର  ୧୪ ରନ୍‌ ମଧ୍ୟରେ ଭ୍ରମଣକାରୀ  ଦଳର ୨ ଓପନର ପାଭିଲିୟନ  ଫେରିଥିଲେ । ଅଭିନବ ପୁରୀଙ୍କୁ (୬) ରାଜେଶ ମହାନ୍ତି ଏଲ୍‌ବିଡବ୍ଲ୍ୟୁ  କରାଇଥିଲେ । ପ୍ରଥମ ମ୍ୟାଚ୍‌ରେ  ଦ୍ୱିଶତକୀୟ ଇନିଂସ ଖେଳିଥିବା ଶୁଭମ  ଖଜୁରିଆଙ୍କୁ (୭) ନିଜର ଶିକାର  ବନାଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ ।  ସହଳ ଦୁଇ ଓପନର ଫେରିଯିବା  ପରେ ଅଧିନାୟକ ଗୋବିନ୍ଦ ସ୍ପିନର୍‌  ସୁମିତଙ୍କୁ ଲଗାଇଥିଲେ । ସେ ମଧ୍ୟ  ଅଧିନାୟକଙ୍କ ବିଶ୍ୱାସ ଜିତିଥିଲେ ।  ଶୁଭମ ପୁନ୍ଦିରଙ୍କୁ (୨୦) ବଡ ସଟ୍‌  ଖେଳିବାକୁ ସୁଯୋଗ ଦେଇ ନିଜ  ବୋଲିଂ ଜାଲରେ ଫସାଇଥିଲେ  ସୁମିତ । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ  ଏହା ତାଙ୍କର ଥିଲା ପ୍ରଥମ ୱିକେଟ୍‌ ।  ୱିକେଟରକ୍ଷକ ଶିବାଂଶ (୪) ଶର୍ମା  ମଧ୍ୟ ସୁମିତଙ୍କ ଶିକାର ହୋଇଥିଲେ ।  ଅଧିନାୟକ ଡୋଗ୍ରା (୫) ମଧ୍ୟ  ଦଳକୁ ନିରାଶ କରିଥିଲେ । ୫୮  ରନ୍‌ରେ ଜାମ୍ମୁ-କାଶ୍ମୀର ପ୍ରାରମ୍ଭିକ  ୪ଟି ୱିକେଟ୍‌ ହରାଇ ଚାପର ବସବର୍ତ୍ତୀ  ହୋଇଥିଲା । ମାତ୍ର ଅବଦୁଲ୍‌ ସାମଦ୍‌  ନିଜ ଅଭିଜ୍ଞତାର ପରିଚୟ  ଦେଇଥିଲେ । ଘରୋଇ  ବୋଲରଙ୍କୁ ସାହସର ସହ  ସାମ୍ନା କରି ଦଳୀୟ ସ୍କୋରକୁ  ଦ୍ରୁତ ଗତିରେ ଆଗେଇ ନେଇଥିଲେ ।  ଦଳକୁ ସେ ବିପର୍ଯ୍ୟୟରୁ ଉଦ୍ଧାର  କରିଥିଲେ । ଶେଷରେ ସେ ସୁମିତଙ୍କ  ଦ୍ୱାରା ଆଉଟ୍‌ ହୋଇଥିଲେ । ୧୧୭  ବଲ୍‌ରୁ ୬ ଚୌକା ଓ ୯ ବିଶାଳ ଛକା  ମାରି ସାମଦ୍‌ ୧୨୭ ରନ୍‌ କରିଥିଲେ ।  ମଧ୍ୟଭାଗରେ ସାହିଲ ଲୋତ୍ରାଙ୍କ  ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ରହିଥିଲା । ସେ ୩୯ ରନ୍‌ କରି  ସମାଦଙ୍କୁ ସହାୟତା କରିଥିଲେ ।  ପରେ ଅନ୍ୟ ବ୍ୟାଟରମାନେ ଅଧିକ  ସମୟ ତିଷ୍ଟି ପାରିନଥିଲେ । ଶେଷରେ  ଦଳ ୨୭୦ ରନ୍‌ରେ ସୀମିତ ରହିଥିଲା । ଆବିଦ୍‌ ମୁସ୍ତାକ୍‌ ୧୭, ଯୁଧବୀର୍‌ ସିଂ  ୧୮, ଉମର୍‌ ନଜିର୍‌ ମିର୍‌ ୧୧ ଏବଂ  ଆକିବ ନବି ୧୨ (ଅପରାଜିତ)  ରନ୍‌ କରିଥିଲେ । ସୁମିତ ଶର୍ମା ୧୭  ଓଭର ବୋଲିଂ କରି ୭୯ ରନ୍‌ରେ  ୫ ୱିକେଟ ନେଇଥିଲେ । ରାଜେଶ  ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ୨ଟି  ଲେଖାଏଁ ଏବଂ ଦେବବ୍ରତ ପ୍ରଧାନଙ୍କୁ  ଗୋଟିଏ ୱିକେଟ ମିଳିଥିଲା ।  ଖାତା ଖୋଲିପାରିଲେନି ଶାନ୍ତନୁ ଜବାବରେ ଓଡ଼ିଶା ପ୍ରଥମ  ଦିବସ ଶେଷ ସୁଦ୍ଧା ୯ ଓଭର ବ୍ୟାଟିଂ  କରି ୧୫ ରନ୍‌ କରିଥିଲା । ପ୍ରଥମ  ଓଭରର ଦ୍ୱିତୀୟ ବଲ୍‌ରେ ଶାନ୍ତନୁ  ଖାତା ନଖୋଲି ଆଉଟ୍‌ ହୋଇଥିଲେ ।  ଷ୍ଟମ୍ପ ଅପସାରଣ ବେଳକୁ ଅନୁରାଗ  ଷଢଙ୍ଗୀ ୮ ଓ ସନ୍ଦୀପ ପଟ୍ଟନାୟକ ୬  ରନ୍‌ କରି ଅପରାଜିତ ରହିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.